ଜିଓ ପଲିଟିକାଲ ଦୃଷ୍ଟିରୁ ଗ୍ରୀନଲ୍ୟାଣ୍ଡ ଗୁରୁତ୍ୱପୂର୍ଣ୍ଣ କାହିଁକି? ବୁଝନ୍ତୁ ପୁରା ରାଜନୀତି

NEWS7
athlete-purnima-hembram-upset-for-no-sports-policy-in-odisha

ନୂଆଦିଲ୍ଲୀ ୧୭।୧: ଗ୍ରୀନ ଲ୍ୟାଣ୍ଡ ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟି ଯାଇଛି। ଏହାର ମୁଖ୍ୟ କାରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଠାରେ ନିଜର ଆଧିପତ୍ୟ ସ୍ଥାପନା ପାଇଁ ଉଦ୍ୟମ କରୁଛନ୍ତି। ଏଥି ପାଇଁ ସେ ଡେନମାର୍କ ଉପରେ ଲଗାତାର ଚାପ ପକାଉଛନ୍ତି। ଗ୍ରୀନଲ୍ୟାଣ୍ଡ ଡେନମାର୍କର ଏକ ଦ୍ୱୀପ ଓ ଡେନମାର୍କ ହାତରେ ଏହାର ଶାସନ ନିୟନ୍ତ୍ରଣ ରହିଛି। ଏହା ଛଡା ଡେନମାର୍କ ନାଟୋର ସଂସ୍ଥାପକ ସଦସ୍ୟ ମଧ୍ୟ। ତେବେ ମାତ୍ର ୫୭ ହଜାର ଜନସଂଖ୍ୟାର ବରଫାବୃତ୍ତ ଦ୍ୱୀପ ପାଇଁ ଟ୍ରମ୍ପ ଏତେ ମହତ୍ୱାକାଙକ୍ଷୀ କାହିଁକି ଆସନ୍ତୁ ଜାଣିବା।

ଗ୍ରୀନଲ୍ୟାଣ୍ଡ ଗୁରୁତ୍ୱପୂର୍ଣ୍ଣ କାହିଁକି?
ଗ୍ରୀନଲ୍ୟାଣ୍ଡର ଗୁରୁତ୍ୱ ଏହାର ଜିଓଗ୍ରାଫି ଯୋଗୁ। ଏହା ୟୁରେସିୟା ଓ ଉତ୍ତର ଆମେରିକା ମଧ୍ୟରେ ସବୁଠୁ କ୍ଷୁଦ୍ର ଓ ମିଜାଇଲ ରାସ୍ତାରେ ରହିଛି। ଶୀତଳ ଯୁଦ୍ଧ କାଳରେ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଓ ୟୁନାଇଟେଡ କିଙ୍ଗଡୋମ (ଜିଆଇୟୁକେ) ନାଟୋର ସାମୁଦ୍ରିକ ରଣନୀତିରେ ଏକ ମୁଖ୍ୟ ଅଂସ ଥିଲା, ଯାହା ଆଟାଲାଣ୍ଟିକ୍ ରେ ସୋଭିଏତ ସବମେରିନ ଯାତାୟାତ ଉପରେ ନଜର ରଖିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିଲା।

ଦୀର୍ଘ ଦଶନ୍ଧୀ ଧରି ଆର୍କଟିକ୍ ଏକ ବଫର ରୂପେ କାମ କରୁଥିଲା। ଦୂର, ଦୁର୍ଗମ ଓ ବଡ଼ ଧରଣର ମିଲେଟ୍ରି କସରତରୁ ଦୂରରେ ଥିଲା। ହେଲେ ଏହି ରଣନୈତିକ ଆରାମ ଏବେ ଆଉ ନାହିଁ। ପାଗ ପରିବର୍ତ୍ତନ ଆର୍କଟିକ୍ କୁ ଏକ ପ୍ରାକୃତିକ ପ୍ରାଚୀରରୁ ଧିରେ୍ ଧିରେ ସକ୍ରିୟ ଅଞ୍ଚଳରେ ପରିବର୍ତ୍ତିତ କରିସାରିଲାଣି। ବରଫ ତରଳିବା ଯୋଗୁ ସାମୁ୍ଦ୍ରିକ ରାସ୍ତା ସବୁ ଖୋଲିଗଲାଣି। ଏଣୁ କୌଣସି ଅପରେସନ ନିମନ୍ତେ ଅଧିକ ସମୟ ମିଳୁଥିବା ବେଳେ ଏବେ ଲଗାତାର ସୈନ୍ୟ ମୁତୟନ କରିବା ମଧ୍ୟ ସମ୍ଭବ ଲାଗିଲାଣି।

ଏଣୁ ଗ୍ରୀନଲ୍ୟାଣ୍ଡ ଆଉ ଦୁର୍ଗମ ଅଞ୍ଚଳ ହୋଇ ରହି ନାହିଁ। ଦୂରତା ଯାହା କେବେ ସୁରକ୍ଷାର କାରଣ ଥିଲା ଏବେ ତାହା ହ୍ରାସ ହେବାରେ ଲାଗିଛି। ସେହି ଅନୁସାରେ ରିଆକ୍ସନ ଟାଇମ ମଧ୍ୟ କମ ହୋଇଯାଇଛି। ଆମେରିକା ହୋମଲ୍ୟାଣ୍ଡ ସିକ୍ୟୁରିଟି ଲାଗି ରଣନୈତିକ ଚେତାବନୀ ସମୟ ମଧ୍ୟ ହ୍ରାସ ହୋଇଛି।

ଜିଓପଲିଟିକାଲ ଗୁରୁତ୍ୱ
କମ ଜନସଂଖ୍ୟା ସତ୍ତ୍ୱେ ଏହି ଦ୍ୱୀପର ଜିଓ ପଲିଟିକାଲ ଗୁରୁତ୍ୱ ଜନସଂଖ୍ୟା ତୁଳନାରେ ଅନେକ ଅଧିକ। ଏବେ ଗ୍ରୀନ ଲ୍ୟାଣ୍ଡ କୌଣସି ଦୁର୍ଗମ ଦ୍ୱୀପ ଅଞ୍ଚଳ ନୁହେଁ ଏହା ୟୁରୋପର ସୁରକ୍ଷା ଓ ଅର୍ଥ ବ୍ୟବସ୍ଥା କେନ୍ଦ୍ରରେ ଏକ ରଣନୈତିକ ହଟସ୍ପଟ। ସମୃଦ୍ଧ ସଂସାଧନ, ବିକଶିତ ହେଉଥିବା ଆର୍କଟିକ୍ ସିପିଂ ମାର୍ଗ ଓ ଡେନମାର୍କ ମାଧ୍ୟମରେ ୟୁରୋପୀୟ ୟୁନିୟନ ସହିତ ସମ୍ପର୍କକୁ ନଜରରେ ରଖି ଗ୍ରୀନଲ୍ୟାଣ୍ଡ ଉପରେ ନିୟନ୍ତ୍ରଣ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।

ଏଥିରେ ଯଦି ଆମେରିକା କୌଣସି ପଦକ୍ଷେପ ନିଏ ତେବେ ତାକୁ ରାଜନୈତିକ ଓ ସାମରିକ କ୍ଷତି ସହିବାକୁ ପଡିବ। କାରଣ ପୁରା ୟୁରୋପର ଉପସ୍ଥିତି ଓ ଘରୋଇ ବିରୋଧ କୌଣସି ଉଦ୍ୟମକୁ ମଧ୍ୟ ରୋକିପାରେ। ଗ୍ରୀନଲ୍ୟାଣ୍ଡର ଗୁରୁତ୍ୱ ଏହାର ଖଣିଜ ସମ୍ପଦ, ପ୍ରାକୃତିକ ଗ୍ୟାସ୍, ତୈଳ ଭଣ୍ଡାରରେ ନିହିତ ରହିଛି। ୟୁରୋପର ଆର୍ଥିକ ଓ ବୈଷୟିକ ଭବିଷ୍ୟତ ନିମନ୍ତେ ଜରୁରି ୩୪ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ମଧ୍ୟରୁ ୨୫ କେବଳ ଗ୍ରୀନଲ୍ୟାଣ୍ଡରେ ମହଜୁଦ ରହିଛି। ଏଥିରେ ଗ୍ଲୋବାଲ ସପ୍ଲାଇ ଚେନ ଯେତିକି ରାଜନୈତିକ ହେବାରେ ଲାଗିଛି ଏପରି ସଂସାଧନର ଉପସ୍ଥିତି ଅନେକ ରଣନୈତିକ ଗୁରୁତ୍ୱ ରଖେ।

ସୁରକ୍ଷା ଦୃଷ୍ଟିଭଙ୍ଗି
ସୁରକ୍ଷା ଦୃଷ୍ଟିରୁ ଦେଖିଲେ ଗ୍ରୀନଲ୍ୟାଣ୍ଡରେ ପିଟୁଫିକ୍ ସ୍ପେସ୍ ବେସ୍ ରହିଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆମେରିକୀୟ ଇନଷ୍ଟାଲେସନ। ଶୀତଳ ଯୁଦ୍ଧ କାଳରେ ଏହାକୁ ବାଲିଷ୍ଟିକ୍ ମିଜାଇଲର ପ୍ରାରମ୍ଭିକ ଚେତାବନୀ ପ୍ରଦାନକାରୀ କେନ୍ଦ୍ର ରୂପେ ନିର୍ମାଣ କରାଯାଇଥିଲା। ଆଜି ଏହାର ଭୂମିକା ମିଜାଇଲ ଡିଫେନ୍ସ, ସ୍ପେସ୍ ସର୍ଭିଲାନ୍ସ ଓ ସାମୁ୍ଦ୍ରିକ ଦେଖରେଖ ପର୍ଯ୍ୟନ୍ତ ବ୍ୟାପ୍ତ ହେଲାଣି। ଉତ୍ତର ଆମେରିକା ଓ ଆର୍କଟିକ୍ ମଧ୍ୟରେ ଗ୍ରୀନଲ୍ୟାଣ୍ଡର ଲୋକେସନ ଏହାକୁ ପ୍ରାରମ୍ଭିକ ସତର୍କତା ସିଷ୍ଟମ ଓ ଉତ୍ତର ଆଟଲାଣ୍ଟିକ୍ ରେ ଋଷୀୟ ନୌସେନା ଓ ବାୟୁସେନା ଗତିବିଦ୍ଧି ଉପରେ ନଜର ରଖିବାକୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପରିଣତ କରିଛି।