ବାଦଶାହଙ୍କୁ ଲରେନ୍ସ ଗ୍ୟାଙ୍ଗର ଧମକ, କହିଲେ- ଏଥର ସିଧା ମଥାରେ ବାଜିବ ଗୁଳି

NEWS7
asi-monuments-remain-closed-till-may-15

ନୂଆଦିଲ୍ଲୀ ୧୫।୦୩; ବଲିଉଡ୍‌ରେ ଲୋକପ୍ରିୟ ଗାୟକ ଓ ରାପର୍ ବାଦଶାହଙ୍କ ଅଡୁଆ ଥମୁନାହିଁ । ଗୋଟିଏ ପଟେ ତାଙ୍କ ମୁଣ୍ଡ ଉପରେ ହରିୟାଣା ପୋଲିସର ଗିରଫଦାରୀ ଖଣ୍ଡା ଝୁଲୁଛି । ଅନ୍ୟପକ୍ଷେ, ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତାଙ୍କୁ ହତ୍ୟା ଧମକ ଦେଇଛି । ରିପୋର୍ଟ ଅନୁସାରେ, ଶନିବାର ପାନିପତରେ ସଂଘଟିତ ଏକ ଗୁଳିକାଣ୍ଡ ମାମଲାରେ ନିଜକୁ ଦାୟୀ କରି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସୋସିଆଲ ମିଡିଆରେ ଏକ ବାର୍ତ୍ତା ଜାରି କରିଛି ।

ବାଦ୍ଶାହଙ୍କ ପାଇଁ ଜାରି ଏହି ବାର୍ତ୍ତାରେ ଲେଖାଯାଇଛି- ଜୟ ମହାକାଳ, ଜୟ ଶ୍ରୀରାମ । ଆଜି ଅସଂଧ ରୋଡ୍, ପାନିପତରେ ୱେଷ୍ଟର୍ନ ୟୁନିୟନ୍ (ହୱାଲା ବେପାର) ସହ ଜଡ଼ିତ ଗୈରୀ ଓ ଶୈଙ୍କୀଙ୍କ କାର୍ଯ୍ୟାଳୟରେ ଯେଉଁ ଗୁଳିକାଣ୍ଡ ହୋଇଛି, ଆମେ ରନ୍ଦୀପ ମଲିକ ଓ ଅନିଲ ପଣ୍ଡିତ ଏଥିପାଇଁ ନିଜକୁ ଦାୟୀ କରୁଛୁ । ଏମାନେ ହୱାଲା ଜରିଆରେ ଦେଶର ଅର୍ଥ ବିଦେଶକୁ ପଠାଇ ଦେଶର ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିଲେ । ଆମେ ଉଭୟଙ୍କୁ ଫୋନ୍ କରି ଚେତାବନୀ ଦେଇଥିଲୁ । କିନ୍ତୁ ସେମାନଙ୍କ ମୁଣ୍ଡରେ ପଶିଲା ନାହିଁ । ଆଜିର ଘଟଣା କେବଳ ଟ୍ରେଲର୍, ଫିଲ୍ମ ବାକି ଅଛି । ଯେଉଁମାନେ ହୱାଲା କାମ କରୁଛନ୍ତି, ସମୟ ଥାଉ ଥାଉ ସୁଧୁରି ଯାଆନ୍ତୁ, ନଚେତ୍ ପରିଣାମ ଖରାପ ହେବ ।

ଏହି ଗ୍ୟାଙ୍ଗ୍ ବାଦ୍ଶାହଙ୍କୁ ଧମକ ଦେଇ ଲେଖିଛି- ଗାୟକ ବାଦଶାହ, ତୁ ହରିୟାଣା ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଛୁ । ୨୦୨୪ରେ ତୋର କ୍ଲବ୍ରେ ତୋତେ ଟ୍ରେଲର୍ ଦେଖାଇଥିଲୁ, ଏଥର ସିଧା ତୋର ମଥାରେ ଗୁଳି ମାରିବୁ ।’ ଏଥିସହ ପୋଷ୍ଟ୍ରେ ଲରେନ୍ସ ବିଷ୍ଣୋଇ ଗ୍ରୁପ୍କୁ ସଲାମ ଲେଖି ଗ୍ୟାଙ୍ଗ୍ଷ୍ଟରଙ୍କ ନାଁ ମଧ୍ୟ ଲେଖାଯାଇଛି । ବାଦ୍ଶାହ ଏବେ ହରିୟାଣା ଗୀତ ଟଟୀରୀକୁ ନେଇ ଫସିଛନ୍ତି । ହରିୟାଣା ମହିଳା ଆୟୋଗ ଏ ମାମଲାରେ ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଆୟୋଗ ପୁଲିସକୁ ନିର୍ଦ୍ଦେଶ ଦେଇଛି, ବାଦ୍ଶାହ ଯାଞ୍ଚରେ ସହଯୋଗ ନ କଲେ ତାଙ୍କୁ ତୁରନ୍ତ ଗିରଫ କରାଯାଉ ।

ଅଧିକ ପଢନ୍ତୁ- ତନୁଶ୍ରୀ ଦତ୍ତା ପୁଣି ବିବାଦୀୟ କଥା, କହିଲେ- ନୂଆ ଅଭିନେତ୍ରୀଙ୍କୁ ଦେହ ବ୍ୟବସାୟ ପାଇଁ କରାଯାଉଛି ବାଧ୍ୟ…