LIVE TV

ୟୁରୋପୀୟ ସଂଘର ବଡ଼ ନିଷ୍ପତ୍ତି, ୨୦୨୮ରୁ ରୁଷ ଉର୍ଜା ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ନେଇ ଘୋଷଣା

NEWS7
asha-bhosle-did-hrithik-roshans-signature-step-at-the-age-of-88-watch-video

​​​​​​​ନୂଆଦିଲ୍ଲୀ: ରୁଷଠାରୁ ସମସ୍ତ ପ୍ରକାର ଉର୍ଜା ଆମଦାନୀକୁ ନେଇ ୟୁରୋପୀୟ ସଂଘ ବଡ଼ ପଦକ୍ଷେପ ନେଇଛି । ଏହା ଅଧିନରେ ୨୦୨୮ ଜାନୁଆରୀ ୧ରୁ ରୁଷଠାରୁ ସମସ୍ତ ପ୍ରକାର ଉର୍ଜା ଆମଦାନୀ ଉପରେ ପୂର୍ଣ୍ଣ କଟକଣା ଲଗାଇବା ପାଇଁ ଇୟୁ ନିଷ୍ପତ୍ତି ନେଇଛି । ଲଗ୍ଜମବର୍ଗରେ ଅନୁଷ୍ଠିତ ଇୟୁ ଉର୍ଜା ମନ୍ତ୍ରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ପ୍ରାୟ ସବୁ ସଦସ୍ୟ ଦେଶ ୟୁରୋପୀୟ ଆୟୋଗଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ବୈଠକରେ ଇୟୁ ପରିଷଦର ଅଧ୍ୟକ୍ଷତା କରୁଥିବା ଡେନମାର୍କର ଉର୍ଜା ମନ୍ତ୍ରୀ ଲାର୍ସ ଆଗାର୍ଡ କହିଛନ୍ତି ଯେ ଏହି ପ୍ରସ୍ତାବ ୟୁରୋପକୁ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

ଏହି କଟକଣା ପାଇପଲାଇନ୍ ଜରିଆରେ ଆସୁଥିବା ତେଲ ଓ ଏଲଏନଜି ଉଭୟ ଉପରେ ଲାଗୁ ହେବ । ତେବେ, ଅନ୍ୟପଟେ ରୁଷ ଗ୍ୟାସ ଆମଦାନୀ ୨୦୨୬ ଜାନୁଆରୀ ୧ରୁ ବନ୍ଦ କରାଯିବ, କିନ୍ତୁ ପୂର୍ବରୁ ଜାରି ଥିବା ଚୁକ୍ତିକୁ ୨୦୨୬ ଜୁନ୍ ଯାଏ ଛାଡ଼ ଦିଆଯାଇଛି ଓ ଦୀର୍ଘକାଳୀନ ଚୁକ୍ତି ୨୦୨୮ ଯାଏ ଜାରି ରହିପାରିବ ।

ରୁଷ ଦ୍ୱାରା ଗ୍ୟାସ ଯୋଗାଣକୁ ଅସ୍ତ୍ର ଭାବରେ ବ୍ୟବହାର କରିବା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ବାରମ୍ବାର ବାଧା ସୃଷ୍ଟି ହେବା ଯୋଗୁଁ ଇୟୁ ଏହି ପଦକ୍ଷେପ ନେଇଛି । ଏହି ପଦକ୍ଷେପ REPowerEU ରୋଡମ୍ୟାପର ଏକ ଅଂଶ, ଯାହାର ଲକ୍ଷ୍ୟ ହେଉଛି ରୁଷ ଉପରେ ନିର୍ଭରଶୀଳତାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ।

ଇୟୁ ବୈଦେଶିକ ବ୍ୟାପାର ମୁଖ୍ୟ କାଜା କାଲାସ କହିଛନ୍ତି ଯେ ରୁଷ କେବଳ ଚାପରେ ଆଲୋଚନା କରେ । ଆମେ ୧୯ତମ ପ୍ରତିବନ୍ଧକ ପ୍ୟାକେଜ ପ୍ରସ୍ତୁତ କରୁଛୁ । ସେ ଏହା ମଧ୍ୟ କହିଛନ୍ତି ଯେ ୟୁକ୍ରେନ ଫେବ୍ରୁଆରୀ ମାସରୁ ନିଃସର୍ତ୍ତ ଯୁଦ୍ଧବିରତି ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ରୁଷ ଏବେ ବି ଶାନ୍ତି ଚାହୁଁନାହିଁ ।

କାଲାସ ସ୍ପଷ୍ଟ କରିଛନ୍ତି ଯେ କୌଣସି ଶାନ୍ତି ଚୁକ୍ତିନାମା ବଦଳରେ ୟୁକ୍ରେନ ନିଜର ଅଞ୍ଚଳ ଛାଡିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ବଳପୂର୍ବକ ଜମି ଦଖଲ କରାଯାଇପାରିବ ବୋଲି ବିଶ୍ୱକୁ ଭୁଲ ବାର୍ତ୍ତା ଯିବ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଇୟୁ ଏବେ ରୁଷର "ସାଡୋ ଫ୍ଲିଟ୍" ଅର୍ଥାତ୍ ଗୁପ୍ତ ଜାହାଜର ଏକ ନେଟୱାର୍କ ଉପରେ ନଜର ରଖିଛି, ଯାହା ତୈଳ କଟକଣାକୁ ଚଖମା ଦେବାରେ ସାହାଯ୍ୟ କରୁଛି । ଇୟୁ ମନ୍ତ୍ରୀମାନେ ଏହା ବିରୁଦ୍ଧରେ ଉତ୍ତମ ସମନ୍ୱୟ ସ୍ଥାପନ ପାଇଁ କାମ କରୁଛନ୍ତି ।