ରାଜ୍ୟସଭା ରାଜନୀତି : ପାରାଦୀପରେ ବିଜେପିର ଡେରା, ବିଜେଡି ଡାକୁଛି ଘନ ଘନ ବୈଠକ, କାଡାମ କହିଲେ କଥା ମାନିବେ ଦାଶରଥୀ

NEWS7
aryan-khan-reading-ram-sita-story-in-jail

ଭୁବନେଶ୍ୱର ୧୫।୦୩ : ସୋମବାର ରାଜ୍ୟସଭା ନିର୍ବାଚନ। ଏନେଇ ସବୁ ଦଳରେ ଚାଲିଛି ଘନ ଘନ ବୈଠକ, ପ୍ରସ୍ତୁତ ହେଉଛି ରଣନୀତି ଆଉ ବିଧାୟକ ଯେପରି ଅନ୍ୟଆଡ଼େ ଖସି ନଯାଆନ୍ତି ସେଥିପାଇଁ ଚାଲିଛି ପ୍ରୟାସ।

କଂଗ୍ରେସର ମେହନା ବିଧାୟକ ଦାଶରଥୀ ଗମାଙ୍ଗ ଦଳୀୟ ନେତୃତ୍ବଙ୍କ ଯୋଗାଯୋଗ ବାହାରେ। ହେଲେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ କହିଛନ୍ତି ଯେ, ଆମର ୧୪ ବିଧାୟକ ଏକ ଅଛୁ, ଯେଉଁମାନେ ବାହାରେ ଅଛନ୍ତି । ଠିକ୍‌ ସମୟରେ ଆସି ପହଞ୍ଚିବେ । କିଏ କେଉଁଠି ଅଳ୍ପ ବହୁତ କହିଦେଲେ । ସଜେସନ ଦେଲେ | ଦାଶରଥୀ ଗମାଙ୍ଗ ନିଖୋଜ ନାହାନ୍ତି ସେ ଯାଇଛନ୍ତି । ଗମାଙ୍ଗ ଯୋଗାଯୋଗରେ ଅଛନ୍ତି । ଦାଶରଥୀଙ୍କ ସହ ଫୋନରେ ଯୋଗାଯୋଗ କରିଥିଲି । ମୁଁ ତାଙ୍କ ସହ କଥା ହୋଇଛି, ସେ AICCର ନିଷ୍ପତି ମାନିବେ । ପ୍ରାର୍ଥୀ କିଏ ହେବ କାହାକୁ ସମର୍ଥନ ଦିଆଯିବ AICC ନିଷ୍ପତି ନିଅନ୍ତି ଏବଂ ଦଳ ସହିତ ଆମେ ଅଛୁ । ସୋଫିଆ କଣ କହିଥିବେ ମୁଁ ଜାଣିନି । କଂଗ୍ରେସ ଅନ୍ୟ ଦଳ ପ୍ରତି ନୁହେଁ ନିଜ ଦଳର ନିଷ୍ପତି କାର୍ଯ୍ୟକାରୀ କରିବ । ପିସିସି ସଭାପତି ଦଳ ଏଜେଣ୍ଟ ରହିପାରନ୍ତି ।

 

ସେହିପରି ବିଜେଡି କ୍ୟାମ୍ପ ବି ବେଶ୍‌ ଚଳଚଞ୍ଚଳ । ସମସ୍ତ ବିଧାୟକଙ୍କୁ ପୁଣି ଥରେ ନବୀନ ନିବାସରୁ ଆସିଛି ଡାକରା । ରବିବାର ଦିନ ସମସ୍ତ ବିଧାୟକମାନେ ନବୀନ ନିବାସରେ ଉପସ୍ଥିତ ରହିବାକୁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସମସ୍ତ ବିଧାୟକଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାପୂର୍ବରୁ ମାନେ ଶନିବାର ଦିନ ନବୀନ ନିବାସର ସମସ୍ତ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ।