LIVE TV

ଆନ୍ଧ୍ର ପୋଲିସ କବ୍‌ଜାରେ ୫୦ ମାଓବାଦୀ, ଜାଗରଗୁଣ୍ଡା ଏରିଆ କମିଟିର ମୁଖ୍ୟ ଗିରଫ

NEWS7
army-officer-ashutosh-sharma-martyr-handwafa-encounter

ମାଲକାନଗିରି ୧୯୧୧: ଆନ୍ଧ୍ରପ୍ରଦେଶ ପୋଲିସକୁ ବଡ଼ ସଫଳତା । ଜାଗରଗୁଣ୍ଡା ଏବଂ କେରଳାପାଲ ଏରିଆ କମିଟିର ୫୦ ମାଓବାଦୀଙ୍କୁ ଗିରଫ କଲା ଆନ୍ଧ୍ର ପୋଲିସ ।ଜାଗରଗୁଣ୍ଡା ଏରିଆ କମିଟିର ମୁଖ୍ୟ ତଥା ନକ୍ସଲ କମାଣ୍ଡର ଲଖମାଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସେପଟେ ବର୍ଷ ବର୍ଷ ଧରି ନକ୍ସଲବାଦରେ ସକ୍ରିୟ ଥିବା ମାଓବାଦୀ ମଦନା ଓରଫ ଜଗୁ ଦାଦାକୁ ମଧ୍ୟ ପୋଲିସ ଗିରଫ କରିଛି । ଏରିଆ କମାଣ୍ଡର ସୋଡି ମାନିଲାଙ୍କୁ ମଧ୍ୟ ଗିରଫ କରାଯାଇଛି । ଆନ୍ଧ୍ରପ୍ରଦେଶ ପୋଲିସ ତିନି ଜଣ SZCM ସମେତ ୫୦ ଜଣ ମାଓବାଦୀଙ୍କୁ ଗିରଫ କରିଛି । ଗତ ଦୁଇ ଦିନରେ ନକ୍ସଲ ସଂଗଠନ ସବୁଠାରୁ ବଡ଼ କ୍ଷତି ସହିଛି ।

ସେପଟେ ଦେଶରେ ଟପ୍ ମାଓନେତା ମାଡ୍‌ଭି ହିଡମାର ମୃତ୍ୟୁ ପରେ ଛତିଶଗଡ଼ରେ ଶେଷ ହେବ ଦୀର୍ଘ ଛଅ ଦଶନ୍ଧିର ନକ୍ସଲବାଦ । ମେରଡମାଲ୍ଲି ଏନକାଉଣ୍ଟର ପରେ ଏମିତି କିଛି ଆକଳନ କରିଛି ଛତିଶଗଡ ସରକାର ଓ ବସ୍ତର ପୋଲିସ । ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ହିଡମାର ମୁଣ୍ଡ ଉପରେ ଛତିଶଗଡ଼ ସରକାର ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହିଡମାଙ୍କୁ ଦୀର୍ଘ ବର୍ଷ ଧରି ଖୋଜୁଥିଲା ଆନ୍ଧ୍ର, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ ପରି ଚାରି ରାଜ୍ୟର ପୋଲିସ । ମେରଡମାଲ୍ଲୀ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ୩୧ ଜଣ ଖସି ପଳାଇଥିବା ଆନ୍ଧ୍ରପ୍ରଦେଶ ADG ସୂଚନା ଦେଇଛନ୍ତି । ହିଡମାଙ୍କ ୩୧ ସହଯୋଗୀ ଆନ୍ଧ୍ର ପ୍ରଦେଶରେ ବିଜଓ୍ୱାଡ଼ା ସହରରେ ଲୁଚି ରହିଥିବା ବେଳେ ଗ୍ରେହାଣ୍ଡ ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।