ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

NEWS7
army-jawans-viral-video-complaining-about-injustice-done-by-seniors-and-their-wives

କଟକ ୧୩/୦୨: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ ଅଛନ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱାମୀ । ଭିଡିଓ ଜରିଆରେ ସେ କହିଛନ୍ତି ବର୍ତ୍ତମାନ ଆମର ଗୀତା ଅପା Treatment ରେ ଅଛନ୍ତି । ଭୁଲ୍ ନ୍ୟୁଜ୍ ଶୁଣନ୍ତୁ ନାହିଁ । ଭଗବାନଙ୍କୁ ସମସ୍ତେ ପ୍ରାର୍ଥନା କରନ୍ତୁ ଅପା ସୁସ୍ଥ ହେଇଯାଆନ୍ତୁ । କେହି ଭୁଲ୍ ଖବର ପ୍ରଚାର ପ୍ରସାର କରିଛନ୍ତି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ।

also read..

​​​​​​​ଆଉନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ୮୭ ବର୍ଷ ବୟସରେ ବରିଷ୍ଠ ରାଜନେତାଙ୍କ ଦେହାନ୍ତ

ଗତକାଲି ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୀତା ପଟ୍ଟନାୟକ । ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ରାଜଧାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ତାଙ୍କୁ ମସ୍ତିସ୍କାଘାତ ହୋଇଥିବା ଜଣାପଡିଥିଲା । ଏବେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।