ଇନ୍ଧନ ବଦଳରେ ମିସାଇଲରେ ପୂରାଇଦେଲେ ପାଣି, ଦୁର୍ନୀତି କରି ବିଦା ହେଲେ ଜିନପିଙ୍ଗଙ୍କ ପିଲାଦିନର ସାଙ୍ଗ

NEWS7
are-you-receive-e-mail-from-it-dept-dont-ignore-it

ବେଜିଂ,୩|୦୨ : ଚୀନର ରକେଟ ଫୋର୍ସରେ ବଡ଼ ଧରଣର ଦୁର୍ନୀତି ବାବଦରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହା ଅନୁସାରେ, ଆମେରିକୀୟ ଗୁଇନ୍ଦା ଏଜେନ୍ସି ଗୁଡ଼ିକର ୨୦୨୪ ରିପୋର୍ଟରେ କୁହାଯାଇଥିଲା ଯେ ପଶ୍ଚିମ ଚୀନରେ କେତେକ ମିସାଇଲରେ ଇନ୍ଧନ ବଦଳରେ ପାଣି ଭର୍ତ୍ତି କରିଦିଆଯାଇଥିଲା । ଯେଉଁ ସ୍ଥାନରୁ ମାଟି ତଳେ ବନିଥିବା ଜିନ୍ ସାଇଲୋରୁ ଏହି ମିସାଇଲ ଗୁଡ଼ିକୁ ଲଞ୍ଚ୍ କରାଯିବାର ଥିଲା ତାହା ମଧ୍ୟ ଠିକ୍ ନ ଥିଲା । 

ଏହି ସାଇଲୋକୁ ଏପରି ବନାଯାଇଥିଲା ଯାହାର ଢାଙ୍କୁଣୀ ଖୋଲିପାରି ନ ଥିଲା । ଏହା ଜଣାପଡ଼ିବା ପରେ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଚୀନ୍ର ପିପୁଲ୍ସ ଲିବରେସନ ପାର୍ଟି (ପିଏଲ୍ଏ) ରକେଟ ଫୋର୍ସର ସମସ୍ତ ଶୀର୍ଷ ନେତୃତ୍ୱଙ୍କୁ ବରଖାସ୍ତ କରିଥିଲେ । ପ୍ରକାଶଥାଉ କି, ରକେଟ ଫୋର୍ସ ହେଉଛି ଚୀନ୍ ସେନାର ମିସାଇଲ ୟୁନିଟ୍ । ଏହାର ପୂରା ନାଁ ପିପୁଲ୍ସ ଲିବରେସନ ଆର୍ମି ରକେଟ ଫୋର୍ସ (ପିଏଲଏଆରଏଫ୍) । ୧୯୬୬ରେ ଏହାକୁ ବନାଯାଇଥିଲା ।

ଏହି ୟୁନିଟ୍ ପରମାଣୁ ଏବଂ ପାରମ୍ପରିକ ମିସାଇଲ ପରିଚାଳନା କରିଥାଏ । ଜିନପିଙ୍ଗଙ୍କ ନିୟନ୍ତ୍ରଣରେ ଏହି ୟୁନିଟ୍ ରହିଥାଏ । ରକେଟ ଫୋର୍ସର ୯ ବେସ୍ ରହିଛି । ସେଥିରୁ ୬ଟି ଅପରେସନ ଏବଂ ୩ଟି ଟ୍ରେନିଂ ଏବଂ ସହାୟତା ପାଇଁ ରହିଛି । ଗତମାସରେ ମଧ୍ୟ ପିଏଲଏରେ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଚୀନ୍ ସେନାର ସେଣ୍ଟ୍ରାଲ ମିଲିଟାରୀ କମିଶନର ଉପମୁଖ୍ୟ ଝାଙ୍ଗ୍ ୟୁକ୍ସିଆଙ୍କୁ ଏଥିଲାଗି ପଦରୁ ହଟାଯାଇଥିଲା । ଝାଙ୍ଗ ପିଏଲଏର ସବୁଠୁ ବରିଷ୍ଠ ଅଧିକାରୀ ଏବଂ ଜିନପିଙ୍ଗଙ୍କୁ ପିଲାଦିନରୁ ଜାଣିଥିଲେ ।