LIVE TV

ପ୍ରବଳ ବର୍ଷାରେ ବେହାଲ ମୋହନା ବ୍ଲକ୍‌ର ବିଭିନ୍ନ ଅଞ୍ଚଳ; ଖସିଲା ମାତି ଅତଡ଼ା, ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଚାଲୁଛି ବନ୍ୟା ଜଳ

NEWS7
are-you-change-your-body-fitnesseat-such-type-of-material

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ୍ ରା. ଉଦୟଗିରି ଓ ନୂଆଗଡ଼ ଅଞ୍ଚଳରେ ଜାରି ରହିଛି ଲଗାଣ ବର୍ଷା। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାବେଳେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି l ନୂଆଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଅସୁର ଘାଟି ପୋଲୋ ଉପରେ ୩ ଫୁଟର ପାଣି ପ୍ରବାହିତ ହେବା କାରଣରୁ ନୂଆଗଡ଼ ଓ ଗୁଣୁପୁରକୁ ଯାତାୟତ ଠପ ହୋଇଯାଇଛି।ସେହିପରି ଗାଁ ନିକଟସ୍ଥ ଧାନ କ୍ଷେତରେ ମଧ୍ୟ ବନ୍ୟା ପାଣି ମାଡ଼ି ଯାଇଛି।

ପୁଟୁରୁପଡ଼ା ଗାଁ ନିକଟରେ ରାସ୍ତା ଉପରେ ପାଣି ପ୍ରବାହିତ ଯୋଗୁ ରାମଗିରି ଠାରୁ ରା.ଉଦୟଗିରିକୁ ଯାତାୟତ ଠପ୍ ହୋଇଯାଇଛି l ବସ୍ତ୍ରୀଗୁଡ଼ା ପଞ୍ଚାୟତ ତାଣ୍ଡିଗୁଡ଼ା ଗାଁ ଏବେ ପାଣି ଘେରରେ। ସେହିପରି ମୋହନା ବ୍ଲକ ପାପାଇଜୁ ରାସ୍ତାରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି l ଫଳରେ ୨୦ରୁ ଉର୍ଦ୍ଧ୍ବ ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି l ଗତ କାଲି ଠାରୁ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗିରହିଛି l ସେହିପରି ରା.ଉଦୟଗିରି ବ୍ଲଜ ମହେନ୍ଦ୍ରଗଡ଼ ପୋଲୋ ଉପରେ ୨ ଫୁଟର ପାଣି ପ୍ରବାହିତ ଯୋଗୁ ମୋହନାରୁ ପାରଳାଖେମୁଣ୍ଡି ଯାତାୟତ ବାଧାପ୍ରାପ୍ତ ହୋଇଛି l ତେବେ ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି l

ଲେଡବନ୍ଧ ପୋଲ ଉପରେ ୫ ଫୁଟର ପାଣି

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ମୋହନା ଲେଡବନ୍ଧ ପୋଲୋ ଉପରେ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି l ଫଳରେ ବ୍ରହ୍ମପୁର ଠାରୁ ଦକ୍ଷିଣ ଓଡ଼ିଶାକୁ ଯାତାୟତ ଠପ୍ ହୋଇଯାଇଛି l ବ୍ରହ୍ମପୁର ଠାରୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁରକୁ ଯିବା ପାଇଁ ମୁଖ୍ୟ ରାସ୍ତା ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ଏହି ପୋଲ ଉପରେ ୫ ଫୁଟର ପାଣି ପ୍ରବାହିତ ଯୋଗୁ ଯାତାୟତ ଠପ ହୋଇଯାଇଛି ।