ବିବାହରେ ଯୋଗଦେବାକୁ ଯାଇଥିଲେ, ରେଳ ଧାରଣାରୁ ମିଳିଲା କ୍ଷତାକ୍ତ ମୃତଦେହ

NEWS7
aparajita-sarangi-is-the-best-mp-in-the-country

ବଲାଙ୍ଗିର ୧୨।୨: ରେଲଓ୍ବେ ଟ୍ରାକ୍‌ରେ ପଡ଼ିଛି ଯୁବକଙ୍କ ମୃତଦେହ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଅଧାବାଟରେ ଏମିତି କ’ଣ ହେଲା ? ରେଳ ଧାରଣାରୁ ଉଦ୍ଧାର ହେଲା ମୃତଦେହ । ମୁଣ୍ଡରେ ଲାଗିଛି ଗଭୀର ଆଘାତ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି-ମୁରିବାହାଲ ରେଳ ଲାଇନ୍‌ରେ ଘନାମହୁଲ ଫାଟକ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ବାନ୍ଧନପାଲି ଗାଁର ଭକ୍ତରାମ ମାଝି ।

ଏ ଖବର ବି ପଢନ୍ତୁ:- ବିବାଦ ତୁଟିବା ପରେ ମଞ୍ଚ ଚଢିଲେ ସାଇ-ପାୟଲ, ପୁଣି ଶୁଭିଲା ଦମ୍ଦାର୍ ଡାଏଲଗ୍

ସୂଚନାଯୋଗ୍ୟ ଯେ, ଭକ୍ତରାମ ବୁଧବାର ସନ୍ଧ୍ୟାରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ । କିନ୍ତୁ ତାଙ୍କ ମୃତଦେହ ରେଲଓ୍ବେ ଟ୍ରାକ୍‌ରେ ପଡିଥିବା ପରିବାର ଲୋକେ ଖବର ପାଇଥିଲେ । ଭକ୍ତରାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଥିବା ମୃତ ଯୁବକଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ।

ଏ ଖବର ବି ପଢନ୍ତୁ:- ୨୪ ବର୍ଷୀୟା ଶ୍ରୀଲିଲା ହେଲେ ଡାକ୍ତର; ଅଭିନୟ ସହିତ ହାସଲ କଲେ MBBS ଡିଗ୍ରୀ , ଭିଡିଓ ଭାଇରାଲ୍ ହେଲା

ଘଟଣାସ୍ଥଳରେ କଣ୍ଟାବାଞ୍ଜି ଜିଆରପି ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।