ଜଳିଗଲା ବ୍ୟାଟେରି ସୋ'-ରୁମ୍, ପୋଡ଼ି ପାଉଁଶ ହୋଇଗଲା ୬୦ ଲକ୍ଷରୁ ଅଧିକ ସମ୍ପତ୍ତି

NEWS7
aparajita-sarangi-is-leading-and-aparajita-mohanty-is-trailing

ବାରିପଦା ୧୦/୦୧: ଜଳିଗଲା ଇଭି ଗାଡ଼ି ସୋ ରୁମ୍ । ବ୍ୟାଟେରି ସୋ'ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୩୨ରୁ ଅଧିକ ବ୍ୟାଟେରୀ ଗାଡ଼ି । ଦାରଗାଡ଼ାହି ସ୍ଥିତ କାଇନେଟିକ ଗ୍ରୀନ୍‌ରେ ନିଆଁ । ବିଳମ୍ବିତ ରାତି ପ୍ରାୟ ୨ଟାରେ ନିଆଁ ଲାଗିଥିଲା । ନିଆଁକୁ ଆୟତ୍ତକଲା ଦୂୁଇଟି ଅଗ୍ନିଶମ ଟିମ୍ । ପ୍ରାୟ ଦୀର୍ଘ ୨ ଘଣ୍ଟା ଉଦ୍ୟମରେ ହୋଇଥିଲା ଆୟତ୍ତ । ପୋଡ଼ି ପାଉଁଶ ହୋଇଗଲା ୬୦ ଲକ୍ଷରୁ ଉର୍ଦ୍ଧ୍ୱ ସମ୍ପତ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସୂଚନା ଥାଉକି, ବାରିପଦା ସହରରେ ବିଳମ୍ୱିତ ରାତି ପ୍ରାୟ ୨ ଟାରେ ଘଟିଛି ଅଘଟଣ । ବାରିପଦା ସହରର ଦାରଗାଡ଼ାହି ସ୍ଥିତ କାଇନେଟିକ ଗ୍ରୀନ ନାମକ ଏକ ବ୍ୟାଟେରୀ ସୋ ରୁମ୍ ରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଘଟଣା ସ୍ଥଳରେ ଦୁଇଟି ଫାୟାର ଗାଡ଼ି ପହଞ୍ଚି ଦୀର୍ଘ ୨ ଘଣ୍ଟା ର ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଛି । ପ୍ରାୟ ୬୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ କୌଣସି ଜୀବନ ହାନି ହୋଇନାହିଁ । ସର୍ଟ ସର୍କିଟରୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।