Live Live
LIVE

ଇସ୍ରାଏଲକୁ ୨୪ ଘଣ୍ଟାରେ ଧ୍ୱଂସ କରିଦେବ ଇରାନ ! ଭାରତର ପୂର୍ବତନ କ୍ରିକେଟରଙ୍କ ବୟାନକୁ ନେଇ ଚର୍ଚ୍ଚା

NEWS7
antonio-guterres-has-called-on-india-and-pakistan-to-take-immediate-steps-to-deescalate-tension

ନୂଆଦିଲ୍ଲୀ, ୦୮ /୦୩: ଜଳୁଛି ମଧ୍ୟପ୍ରାଚ୍ୟ । ସବୁଠି ଯୁଦ୍ଧର ମାହୋଲ । ଆମେରିକା ଏବଂ ଇସ୍ରାଏଲର ବେସ୍ ଉପରେ ଇରାନ ଆକ୍ରମଣ କରୁଛି । ଇସ୍ରାଏଲ ମଧ୍ୟ ତେହେରାନର ଅନେକ ପ୍ରତିଷ୍ଠାନକୁ ଉଡାଇ ଦେଇଛି । ଏହାରି ଭିତରେ ଯୁଦ୍ଧକୁ ନେଇ ବଡ ବୟାନ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଖେଳାଳି କାମରାଜ୍ ଖାନ୍ । ଇରାନ ଇସ୍ରାଏଲକୁ ଧ୍ୱଂସ କରିଦେବ ବୋଲି କାମରାଜ୍ କହିଛନ୍ତି ।

ସୋସିଆଲ ମିଡିଆରେ କାମରାଜଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସେ କହୁଛନ୍ତି ଯେ, ଅନ୍ୟ ଦେଶମାନେ ଯୁଦ୍ଧରୁ ଦୂରରେ ରହିଲେ ଇସ୍ରାଏଲ ବଞ୍ଚିବ ନାହିଁ । କେବଳ ଇସ୍ରାଏଲ ଏବଂ ଇରାନ ଲଢିଲେ ଭଲ ହୁଅନ୍ତା । ଏପରି ହେଲେ ମାତ୍ର ୨୪ ଘଣ୍ଟାରେ ଇସ୍ରାଏଲ ମାଟିରେ ମିଶିଯିବ । ଆମେରିକା, ଓମାନ, ସାଉଦି ଭଳି ଦେଶ ଯୁଦ୍ଧରୁ ବିରତ ରହିବା ଦରକାର । ଇରାନ୍ ଖୁବ୍ ଶକ୍ତିଶାଳୀ ଦେଶ । ଏଠାରେ ଜନତା ଇରାନ ସରକାରଙ୍କ ସହ ରହିଛନ୍ତି ।

ଆଇପିଏଲରେ ଜବରଦସ୍ତ ବୋଲିଂ

କାମରାଜ୍ ଆଇପିଏଲରେ ଅନେକ ମ୍ୟାଚ୍ ଖେଳିଛନ୍ତି । ଏହି ବାମହାତୀ ଦ୍ରୁତ ବୋଲର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଅନେକ ପ୍ରଶଂସା ପାଇଥିଲେ । ମୋଟ୍ ୯ଟି ମ୍ୟାଚରୁ ସେ ୨୫ ରନ୍ ଆଭରେଜରେ ୯ ଓ୍ୱିକେଟ୍ ହାସଲ କରିଛନ୍ତି । ଘରୋଇ କ୍ରିକେଟରେ ସେ ଉତ୍ତର ପ୍ରଦେଶ ପକ୍ଷରୁ ଦୁଇଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳି ୫ ଓ୍ୱିକେଟ୍ ନେଇଛନ୍ତି ।

ଇସ୍ରାଏଲର ମିସାଇଲ ବର୍ଷା

ଇରାନର ସର୍ବୋଚ୍ଚ ନେତା ଆୟତୋଲା ଅଲି ଖାମେନେଇଙ୍କୁ ଇସ୍ରାଏଲ ଓ ଆମେରିକାର ମିଳିତ ସେନା ହତ୍ୟା କରିବା ପରେ ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସହରକୁ ଟାର୍ଗେଟ କରି ରକେଟ ଓ ମିସାଇଲ୍ ମାଡ଼ କରୁଛି । ତେଣୁ ଏହାକୁ ନିପାତ କରିବା ଲାଗି ଇସ୍ରାଏଲ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଗତ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଲେବାନନରେ ଇସ୍ରାଏଲର ଆକ୍ରମଣ ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି । ଲେବାନନ ସରକାର ହିଜବୁଲ୍ଲାର ସାମରିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇଥିଲେ ମଧ୍ୟ ସଙ୍ଗଠନର ସଦସ୍ୟମାନେ ଆକ୍ରମଣ ଜାରି ରଖିଛନ୍ତି । ଇସ୍ରାଏଲ ମଧ୍ୟ ଲେବାନନର ଟାୟର ସହରର କିଛି ଅଂଶ ଖାଲି କରିବାକୁ କହିଛି । ଏଠାରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛି ।