ବିଳମ୍ୱିତ ରାତିରେ ଘରେ ପଶିଲେ, ଦମ୍ପତିଙ୍କୁ ତାଲା ପକାଇ ଦେଢ଼ ଲକ୍ଷ ଲୁଟିନେଲେ

NEWS7
antonio-guterres-has-called-on-india-and-pakistan-to-take-immediate-steps-to-deescalate-tension

ଅନୁଗୋଳ ୧୩।୧୨: ବିଳମ୍ବିତ ରାତିରେ ଘରେ ପଶିଲେ । ଦମ୍ପତିଙ୍କୁ ତାଲା ପକାଇ ଲୁଟିଲେ । ଘରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା । ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମରେ ଘଟିଛି ଏଭଳି ଲୁଟ୍ ଘଟଣା । ବେହେରାସାହିକଲ୍ୟାଣ ବେହେରାଙ୍କ ଘରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହେଇଛି । 

ସୂଚନାଯୋଗ୍ୟ ଯେ, ପ୍ରବଳ ଶୀତ ପ୍ରବାହ ଯୋଗୁଁ ଶୁକ୍ରବାର ରାତିରେ କଲ୍ୟାଣ ଏବଂ ତାଙ୍କ ସ୍ତ୍ରୀ ଛବି ଖାଇ ପିଇ ଶୋଇଥିଲେ । ରାତି ପ୍ରାୟ ୧୧ଟା ୩୦ବେଳେ ଶୋଇବା ଘର ବଲବ ଜଳିବା ଏବଂ ବନ୍ଦ ହେବାରୁ ଛବି ତାଙ୍କ ସ୍ବାମୀଙ୍କୁ ଉଠାଇ କବାଟ ଖୋଲିବାକୁ କହିଥିଲେ । କବାଟ ବାହାରୁ ବନ୍ଦ ଥିବା ଦେଖି ପଡ଼ିଶା ଘର ଲୋକଙ୍କୁ ଡାକ ପକାଇବାରୁ ପଡୋଶୀ କବାଟ ଖୋଲିଥିଲେ । ପରେ ତାଲା ପଡ଼ିଥିବା ଅନ୍ୟ ଏକ ବଖରାର ତାଳ ଭଙ୍ଗା ଯାଇ ୪ଟି ଆଟାଚ ଏବଂ ୨ଟି ବାକ୍ସ ନଥିବା ଦେଖିବାକୁ ପାଇଥିଲେ । ଏକ ଆଟାଚରେ ଦେଢ଼ ଲକ୍ଷ ଟଙ୍କା ଥିବା ବେଳେ ବାକ୍ସ ଏବଂ ଆଟାଚ ଘର ଠାରୁ ୫ ଶହ ମିଟର ବିଲ ଭିତରେ ଭଙ୍ଗା ଅବସ୍ଥାରେ ଥିଲା ଏବଂ ଆଟାଚରେ ଟଙ୍କା ନଥିଲା । ଘଟଣାକୁ ନେଇ କଲ୍ୟାଣ ବାଗଡିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଘଟଣାର ଛାନଭିନ କରୁଛି ।