ମ୍ୟାଚ୍ ପାଇଁ ଯିବା ବେଳେ ଖରାପ ହୋଇଗଲା ଟ୍ୟାକ୍ସି, କାରରୁ ଓହ୍ଲାଇ ଧକ୍କା ମାରିଲେ ଅଷ୍ଟ୍ରେଲିଆ ପ୍ଲେୟାର

NEWS7
another-six-gate-of-hirakud-reservoir-closed

ନୂଆଦିଲ୍ଲୀ, ୦୧/୦୧ : ଅନେକ ସମୟରେ ରାସ୍ତାରେ ଗାଡି ଖରାପ ହୋଇଯାଏ । ବାଇକ କିମ୍ବା କାର୍ କେଉଁ ଆଡେ ଗଲା ବେଳେ କେବେକେବେ ଧୋକା ଦେଇଥାନ୍ତି । ଆମେ ସେମାନଙ୍କୁ ଠେଲି କିଛି ବାଟ ନେଇଯାଉ । ଏହା ସାଧାରଣ ଲୋକଙ୍କ ପାଇଁ ନୂଆ କଥା ନୁହେଁ । କିନ୍ତୁ ଅଷ୍ଟ୍ରେଲିଆର ଦୁଇ ଜଣ କ୍ରିକେଟରଙ୍କ ଭିଡିଓ ଭାଇରାଲ ହୋଇଛି । ଷ୍ଟାର୍ କ୍ରିକେଟରମାନେ ଖେଳିବାକୁ ଯିବା ସମୟରେ ଏକ ଟ୍ୟାକ୍ସିକୁ ଧକ୍କା ମାରୁଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆରେ ଚାଲିଛି ବିବିଏଲ ଟୁର୍ଣ୍ଣାମେଣ୍ଟ । ଏଥିରେ ଅନେକ ଦେଶର ଖେଳାଳି ସାମିଲ ଅଛନ୍ତି । ଅଷ୍ଟ୍ରେଲିଆର କିଛି ଟପ୍ ପ୍ଲେୟାର ବି ବିବିଏଲରେ ନଜର ଆସିଥାନ୍ତି । ତେବେ କଙ୍ଗାରୁ ପ୍ଲେୟାର ଆଷ୍ଟନ ଅଗର୍ ଏବଂ ଆରୋନ୍ ହାର୍ଡିଏଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓଟି ହେଉଛି ଡିସେମ୍ବର ୩୦ ତାରିଖର ।

ଏଥିରେ ଦେଖିବାକୁ ମିଳିଛି ଯେ, ଦୁଇ ଷ୍ଟାର୍ ପ୍ଲେୟାର ଏକ ଧଳା ରଙ୍ଗର ଟ୍ୟାକ୍ସିକୁ ଧକ୍କା ଦେଉଛନ୍ତି । ସେମାନେ ସିଡନୀ ସ୍ନୋ ଗ୍ରାଉଣ୍ଡ ଷ୍ଟାଡିୟମରେ ପହଁଚିବା ପାଇଁ ଏକ ଟ୍ୟାକ୍ସି ବୁକ୍ କରିଥିଲେ ।ତେବେ ରାସ୍ତାରେ ଏହା ଖରାପ ହୋଇଯାଇଥିଲା । ସେମାନେ କାରରୁ ଓହ୍ଲାଇ ଏହାକୁ ଧକ୍କା ଦେଇଥିଲେ । ତାଙ୍କ ସହ କାରରେ ଥିବା ଆଉ ଦୁଇ ଘରୋଇ ଟିମ୍ ଖେଳାଳି ମଧ୍ୟ କାରରୁ ଠେଲୁଥିବା ନଜର ଆସିଥିଲା ।

​​​​​​​ଭିଡିଓ ଭାଇରାଲ ହେଲା ପରେ ଫ୍ୟାନ୍ସମାନେ କମେଣ୍ଟ କରୁଛନ୍ତି । ମ୍ୟାଚ୍ ପୂର୍ବରୁ ଏତେ ପରିଶ୍ରମ ନିଶ୍ଚୟ ମୁକାବିଲାରେ କାମ ଦେବ ବୋଲି କିଛି ୟୁଜର ମଜାରେ ପୋଷ୍ଟ୍ କରିଛନ୍ତି । ସେହିପରି ମୁକାବିଲାର କମେଣ୍ଟେଟର ମଧ୍ୟ ଘଟଣାକୁ ନେଇ ମଜା କରିଥିଲେ । ଯାହାର ପ୍ରତିକ୍ରିୟାରେ ଦୁଇ ଖେଳାଳି ଏହା ବହୁତ କୌତୁହଳପୂର୍ଣ୍ଣ ଲାଗିଲା ବୋଲି କହିଥିଲେ ।