ଯେଶାକୁ ତେଶା? ପ୍ରତିଶୋଧ ନେଲା ଇରାନ, ଆମେରିକାର ଟ୍ୟାଙ୍କରକୁ ଆଟାକ କରି ଉଡ଼ାଇଲା

NEWS7
another-low-pressure-in-bay-of-bengal-likely-by-31st-july

ତେହରାନ: ଭାରତ ମହାସାଗରରେ ଇରାନ ଯୁଦ୍ଧ ଜାହାଜକୁ ଆମେରିକା ଆକ୍ରମଣ କରି ବୁଡ଼ାଇ ଦେବାର କିଛି ଘଣ୍ଟା ପରେ ପ୍ରତିଶୋଧ ନେଇଛି ଇରାନ। ଯେଶାକୁ ତେଶା ନୀତିରେ ଆମେରିକାର ଜାହାଜକୁ ଆଟାକ କରିଛି ଇରାନ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC)। ଉତ୍ତର ପର୍ଶିଆନ ଗଲ୍ଫରେ ଏହି ଜାହାଜକୁ ଆକ୍ରମଣ କରାଯାଇଥିବା ଆଇଆରଜିସି କହିଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି।

ଗତକାଲି ଆମେରିକା ଆକ୍ରମଣ କରି ଭାରତ ମହାସାଗରରେ ଯାଉଥିବା ଇରାନ ଜାହାଜ ବୁଡ଼ାଇବା ଦେଇଥିଲା। ଏହାପରେ ଇରାନର ବୈଦେଶିକ ମନ୍ତ୍ରୀ କଡ଼ା ଚେତାବନୀ ଦେଇଥିଲେ। ଏବଂ କହିଥିଲେ ଶ୍ରୀଲଙ୍କା ଉପକୂଳରେ IRIS ଡେନା ଉପରେ ହୋଇଥିବା ଆକ୍ରମଣ ପାଇଁ ଆମେରିକା ଗଭୀର ଅନୁତାପ କରିବ। ଏହାପରେ ଆଇଆରଜିସି ଆମେରିକା ଜାହାଜ ଉପରେ ଆକ୍ରମଣ କରିଛି।

ହର୍ମୁଜ୍ ଦେଇ ଜାହାଜଗୁଡ଼ିକର ଗମନାଗମନ ଏହାର ନିୟନ୍ତ୍ରଣରେ ରହିବ ବୋଲି ଶକ୍ତିଶାଳୀ IRGC ଏକ ବିବୃତ୍ତିରେ କହିବା ପରେ ଏହି ଆକ୍ରମଣ ହୋଇଥିଲା। ଏହି ଘଟଣା ସଂଘର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧିକୁ ସୂଚିତ କରୁଛି। ଯୁଦ୍ଧରେ ବର୍ତ୍ତମାନ ଇରାନରେ ହଜାରରୁ ଅଧିକ ଜୀବନ ଗଲାଣି। ସେପଟେ ଆମେରିକାର ୬ ଆମେରିକୀୟ ସୈନିକଙ୍କ ଜୀବନ ଯାଇଛି।

ଇରାନୀ ଯୁଦ୍ଧଜାହାଜକୁଆକ୍ରମଣ କରି କିପରି ବୁଡ଼ାଇଲା ଆମେରିକା?

ଇରାନର ଯୁଦ୍ଧ ଜାହାଜ ଆଇଆରଆଇଏସ୍ ଡେନା (IRIS Dena) ଗତ ମାସରେ ଭାରତରେ ହୋଇଥିବା ଦୁଇଟି ନୌସେନା ଅଭ୍ୟାସରେ ଯୋଗ ଦେଇ ବିଶାଖାପାଟନାରୁ ଇରାନକୁ ଫେରୁଥିଲା। ଶ୍ରୀଲଙ୍କା ନିକଟସ୍ଥ ଭାରତ ମହାସାଗରରେ ଏହି ଯୁଦ୍ଧ ଜାହାଜକୁ ଆକ୍ରମଣ କରିଥିଲା ଆମେରିକା। ସମୁଦ୍ରରେ ହିଁ ଟର୍ପିଡୋ(କ୍ୟାପସୁଲ ଆକାରର ଏକ ବୋମା) ମାଡ଼ କରି ବୁଡ଼ାଇ ଦେଇଥିଲା। ଅନ୍ତର୍ଜାତୀୟ ଜଳସୀମାରେ ହୋଇଥିବା ଏହି ଅଚାନକ ଆକ୍ରମଣରେ ୮୭ ଜଣ ଇରାନୀ ନାବିକଙ୍କ ମୃତ୍ୟୁ ହୋଇଛି। ଉଦ୍ଧାର ହୋଇଥିବା ୩୨ ଜଣଙ୍କ ମଧ୍ୟରେ ଅଛନ୍ତି IRIS ଡେନାର କମାଣ୍ଡର ଏବଂ କିଛି ବରିଷ୍ଠ ଅଧିକାରୀ। ୬୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି।

ଭାରତର ଅତିଥିକୁ ମାରିଲା ଆମେରିକା

ଭାରତ ମହାସାଗରରେ ଆମେରିକାର ଏପରି ଆକ୍ରମଣକୁ ଇରାନ୍ ବୈଦେଶିକ ମନ୍ତ୍ରୀ ଆବ୍ବାସ ଅରାଗଚି ନିନ୍ଦା କରିଛନ୍ତି। ଯୁଦ୍ଧପୋତ ଉପରେ ଆକ୍ରମଣ କରି ଆମେରିକା ଠିକ୍ କରିନି ବୋଲି ସେ କହିଛନ୍ତି । ଏହି ଜାହାଜ ଭାରତୀୟ ନୌସେନାର ଅତିଥି ଥିଲା। ଯେଉଁଥିରେ ୧୩୦ ଜଣ ସଦସ୍ୟ ରହିଥିଲେ। ଏହାକୁ କୌଣସି ଚେତାବନୀ ସୂଚନା ଦିଆ ନଯାଇ ଆକ୍ରମଣ କରାଯାଇଛି ବୋଲି ଆରାଗଚି କହିଛନ୍ତି।

ପଢ଼ନ୍ତୁ- 'ଭାରତର ଅତିଥିଙ୍କ ଉପରେ ଆକ୍ରମଣ' : 'IRIS DENA' ଘଟଣାରେ ନୂଆଦିଲ୍ଲୀ କଥା ଉଠାଇଲେ ଇରାନ ମନ୍ତ୍ରୀ

ରିପୋର୍ଟ ଅନୁସାରେ, ଇରାନର ଜାହାଜ ଆଇଆରଆଇଏସ ଡେନା ଭାରତର ସାମରିକ ଅଭ୍ୟାସ ମିଲନରେ ସାମିଲ ହୋଇଥିଲା । ଏହି ଅଭ୍ୟାସରେ ୪୨ଟି ଜାହାଜ ଏବଂ ୨୯ଟି ଯୁଦ୍ଧ ବିମାନ ସାମିଲ ହୋଇଥିଲେ । ପ୍ରାୟ ୭୪ଟି ଦେଶର ଯବାନ ଏଥିରେ ଅଂଶଗ୍ରହଣ କରିଥିଲେ । ବିଶାଖାପାଟନାମରେ ଯୁଦ୍ଧାଭ୍ୟାସ ସାରି ଏହା ଇରାନ ଫେରୁଥିଲା । ଯାହାକୁ ଆମେରିକା ନଷ୍ଟ କରିଦେଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଆମେରିକାର ବୁଡା ଜାହାଜ କେଉଁ ଏକ ଯୁଦ୍ଧ ଜାହାଜକୁ ଆକ୍ରମଣ କରି ବୁଡାଇ ଦେଇଛି ।

ଅନ୍ୟ ଦିଗରେ ଘଟଣାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ । କିନ୍ତୁ ନୌସେନାର ପୂର୍ବତନ ମୁଖ୍ୟ ଆଡମିରାଲ ଅରୁଣ ପ୍ରକାଶ ସୋସିଆଲ ମିଡିଆରେ ଘଟଣାକୁ ନିନ୍ଦା କରିଛନ୍ତି । ଏହା ଏକ କୁତ୍ସିତ କାର୍ଯ୍ୟ ବୋଲି ସେ ପୋଷ୍ଟ୍ କରିଛନ୍ତି । ଶ୍ରୀଲଙ୍କା ସରକାର ମଧ୍ୟ ଉଦ୍ଧାରକାର୍ଯ୍ୟରେ ନିଜର ବାୟୁସେନା ଏବଂ ନୌସେନାକୁ ନିୟୋଜିତ କରିଛନ୍ତି ।