ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଶେଷ, ଗଣିତ ପାଇଁ ମିଳିଲା ଅଧିକ ୧୫ ମିନିଟ୍ ସମୟ

NEWS7
another-8-police-personnel-tested-corona-positive-in-cuttack

କଟକ ୨।୩: ଶେଷ ହେଲା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା । ଶେଷ ଦିନରେ ଗଣିତ ପାଇଁ ପରୀକ୍ଷା ହୋଇଛି, ଏବଂ ଉତ୍ତର ଦେବାଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍‌ର ସମୟ ମିଳିଛି । ପରୀକ୍ଷା ଶେଷ ହେବାର ଘଣ୍ଟି ବାଜିବା ପରେ, କେନ୍ଦ୍ରରୁ ବାହାରୁଥିବା ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ମୁହଁରୁ ଆଜି ଯେମିତି ଖୁସି ବାରି ହୋଇ ପଡୁଥିଲା । ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ବୋଝ ମୁଣ୍ଡରୁ ଓହ୍ଲାଇ ଯାଇଛି, ତେଣୁ ପରୀକ୍ଷା କେନ୍ଦ୍ର ବାହାରେ ଆଜି ପିଲାମାନେ ହୋଲି ଉତ୍ସବ ପାଳନ କରିଛନ୍ତି । ଯେହେତୁ ପରୀକ୍ଷା ଭଲ ହୋଇଛି, ତେଣୁ ଅନେକେ ଖୁସି ଥିଲେ । ଆଉ କିଛି ପରୀକ୍ଷାର୍ଥୀ, ପରୀକ୍ଷା ଚାପରୁ ମୁକ୍ତ ହୋଇଥିବା କାରଣରୁ ଖୁସି ପ୍ରକଟ କରିଛନ୍ତି । ସେହି ମାତ୍ରାରେ ଅଭିଭାବକ ମାନେ ବି ଅନେକାଂଶରେ ଆଶ୍ବସ୍ତି ଅନୁଭବ କରିଛନ୍ତି । କାରଣ ସେମାନଙ୍କ ପିଲା ମାନେ ପରୀକ୍ଷାରେ ଭଲ କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ମେ' ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ

ଏଥର ମାଟ୍ରିକ୍ ପରୀକ୍ଷା ପାଇଁ  ୫ ଲକ୍ଷ ୪୬ ହଜାର ୫ ଶହ ୮୨ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲଅପ କରିଥିଲେ । ୩ ହଜାର ୮୨ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଥିଲା ସିସିଟିଭି । କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦର କଣ୍ଟ୍ରୋଲ ରୁମ୍‌ରେ ବସି ବୋର୍ଡ କର୍ତ୍ତୃପକ୍ଷ ସମସ୍ତ ଗତିବିଧି ଉପରେ ନଜର ରଖିଥିଲେ । ପରୀକ୍ଷା ସରିବା ପରେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏଥର କୌଣସି ବିଶୃଙ୍ଖଳା ହୋଇନାହିଁ । ବରଂ ଓଏମଆର ସିଟ୍ ଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇଗଲାଣି । ୧୯ ତାରିଖରୁ ସବଜେକ୍ଟଟିଭ ପେପର ଗୁଡିକର ମୂଲ୍ୟାୟନ ଆରମ୍ଭ ହୋଇଯିବ । ଖାତା ଦେଖା ପାଇଁ ୫୨ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ମେ’ ମାସ ୨ୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଉଛି ବୋଲି ବୋର୍ଡ ସଭାପତି କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ବୋମାରେ ଉଡ଼ାଇଦେବୁ ସମ୍ବଲପୁର କୋର୍ଟ, ଧମକ ପରେ ଆକ୍ସନ ମୋଡ୍‌ରେ ପୋଲିସ

ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଭିନ୍ନକ୍ଷମ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷାରେ ସାମିଲ ହୋଇଥିଲେ, ସେମାନଙ୍କର ସଂଖ୍ୟା ଥିଲା ୩ ହଜାର ୯ ଶହ ୯୯ । ତେବେ ଦୁଃଖର କଥା ହେଲା, ଏଥର ମଧ୍ୟ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇ ନାହାନ୍ତି ।