ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ; ମନ୍ତ୍ରୀ କହିଲେ- ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ

NEWS7
another-606-covid-patients-have-recovered-and-are-being-discharged-on-03-10-2021-in-odisha

ଭୁବନେଶ୍ବର ୮।୧: ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ସଂଘ ସଭାପତି କିଶୋର ମିଶ୍ର କହିଛନ୍ତ, ମନ୍ତ୍ରୀଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ । ବର୍ତ୍ତମାନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା । ଶୁକ୍ରବାରଠୁ ସବୁ କିଛି ସ୍ଵାଭାବିକ ହେବ ବୋଲି ସେ କହିଛନ୍ତି ।

ସେପଟେ, ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଡାକ୍ତର ସଂଘ ସହ ସକାରାତ୍ମକ ଆଲୋଚନା ହୋଇଛି । ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଘ ନିଷ୍ପତି ନେଇଛନ୍ତି । ସେମାନଙ୍କ ଦାବି ପୂରଣ ନେଇ କମିଟି ଗଠନ କରିଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗ ସଚିବ ରହିଛନ୍ତି । ସେମାନଙ୍କ ଦାବିକୁ ବିଚାର କରି ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ,ନଭେମ୍ବର୨୬ ତାରିଖରୁ ଘଣ୍ଟିକିଆ ଏବଂ ଗତ ୫ ତାରିଖରୁ ୨ ଘଣ୍ଟିଆ ଓପିଡି ବନ୍ଦ କରି ଆନ୍ଦୋଳନ କରୁଥିଲେ ଡାକ୍ତର ସଂଘ ।ଏହାପରେଡାକ୍ତର ଆନ୍ଦୋଳନ ରୋକିବାକୁ କଠୋରହୋଇଥିଲେ ସରକାର । ୬ ମାସ ପର୍ଯ୍ୟନ୍ତ ଲାଗୁ ହୋଇଥିଲା ଏସ୍ମା । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିଲା ନିର୍ଦ୍ଦେଶାନାମା । ଧର୍ମଘଟ କି କାର୍ଯ୍ୟବନ୍ଦ ଉପରେ ରୋକ୍ ଲଗାଇଥିଲେ ସରକାର । ଡାକ୍ତର ଓ ନର୍ସଙ୍କ ସମେତ ସ୍ବାସ୍ଥ୍ୟସେବାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିଲା ଓଡ଼ିଶା ଏମର୍ଜେନ୍ସୀ ସର୍ଭିସେସ୍ ମେଣ୍ଟେନାନ୍ସ ଆକ୍ଟ । ଏସ୍ମା ଲାଗୁ ପରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ବିଭିନ୍ନ କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିଥିଲା କଟକଣା । ତେବେ ଏସ୍ମା ଲାଗୁ ପରେ ବି ଆନ୍ଦୋଳନ ଜାରି ରଖିଥିଲେ ଡାକ୍ତର ସଂଘ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ବୈଠକ ପରେ ବାହାରିଛି ସମାଧାନର ବାଟ । ଆନ୍ଦୋଳନ ସ୍ଥଗିତ ରଖିଛି ଡାକ୍ତର ସଂଘ ।