LIVE TV

ମାନବିକତା ଭୁଲିଗଲେଣି ଲୋକେ, କିସ୍ତି ଟଙ୍କା ପାଇଁ ଗାଁ ଦାଣ୍ଡରେ ଝିଅକୁ ନିସ୍ତୁକ ମାଡ଼

NEWS7
another-30-corona-patients-recovered-in-odisha

ଭଦ୍ରକ ୨୩।୧୧ : ମାନବିକତା ଭୁଲିଗଲେଣି ଲୋକେ । କିସ୍ତି ପାଇଁ ଗାଁ ଦାଣ୍ଡରେ ଝିଅକୁ ନିସ୍ତୁକ ମାଡ଼ । ମାଙ୍କ ମୃତ୍ୟୁ ପରେ କିସ୍ତି ଟଙ୍କା ପାଇଁ ଝିଅକୁ ମାଡ଼ ମାରିଥିବାର ଅଭିଯୋଗ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅରଞ୍ଜି ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।

ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଅରଞ୍ଜି ଗାଁର ମନୋରମା ମହାପାତ୍ର ଏକ ସ୍ୱଂସ ସହାୟକ ଗୋଷ୍ଠୀରେ ସଦସ୍ୟ ଥିଲେ । ସେ ସେହି ଗ୍ରୁପ ଠାରୁ ୭୦ ହଜାର ଟଙ୍କାର ଲୋନ୍‌ ଆଣିଥିଲେ । କିନ୍ତୁ ପକ୍ଷାଘାତ ଲାଗି ଗତ ଜୁଲାଇ ମାସରେ ମନୋରମାଙ୍କର ମୃତ୍ୟୁ ହୋଇଯାଇଥିଲା । ମାଙ୍କର ମୃତ୍ୟୁ ପରେ ଟଙ୍କା ପରିଶୋଧ କରୁଥିଲେ ଝିଅ । ପ୍ରତିମାସରେ ୨୮୩୦ ଟଙ୍କା ଗ୍ରୁପକୁ ଦେଉଥିଲେ । କିନ୍ତୁ ନିୟମ ଅନୁସାରେ ସଦସ୍ୟଙ୍କ ମୃତ୍ୟୁ ପରେ ଇନ୍‌ସ୍ୟୁରାନ୍ସ ଥିଲେ ଆଉ କିସ୍ତି ଜମା କରିବା କଥା ନୁହେଁ । କିନ୍ତୁ ଝିଅ ମାଙ୍କ ମୃତ୍ୟୁ ପ୍ରମାଣ ପତ୍ର ଗ୍ରୁପ ଲୋନ ଦେଇଥିବା ସଂସ୍ଥାରେ ଜାମି କରିବା ପରେ ମଧ୍ୟ ଗ୍ରୁପ ସଦସ୍ୟମାନେ ବାରମ୍ବାର କିସ୍ତି ମାଗିଥିଲେ । ଝିଅ ମନା କରିବାରୁ ଘର ସମ୍ମୁଖରେ ଗ୍ରୁପ ସଦସ୍ୟମାନେ ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଝିଅ ମୋନାଲିସାଙ୍କ ମଧ୍ୟ ମାଡ଼ ମାରିଥିଲେ ଗ୍ରାମବାସୀ । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।