କନ୍ୟା ରାଶି ବ୍ୟକ୍ତି ଆର୍ଥିକ ନେଣଦେଣରେ ସାବଧାନ ରୁହନ୍ତୁ, ଗୁପ୍ତ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ

NEWS7
another-19-corona-cases-in-bhubaneswar

ମେଷ- ଦିନଟି ଆପଣଙ୍କ ପାଇଁ କିଛିଟା ଅଶୁଭ ରହିପାରେ। ମନରେ ଅସ୍ଥିରତା ଓ ଭୟ ରହିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ବାଧା ପାଇପାରନ୍ତି ଏବଂ ଆର୍ଥିକ କ୍ଷେତ୍ରରେ କ୍ଷତି ହେବାର ସମ୍ଭାବନା ଅଛି। କୌଣସି ନୂତନ କାର୍ଯ୍ୟ କିମ୍ବା ବଡ଼ ନିଷ୍ପତ୍ତି ନେବାରୁ ନିଜକୁ ଦୂରେଇ ରଖନ୍ତୁ।

ବୃଷ- ଘାତବାର ରହିଛି, ତେଣୁ ସମସ୍ତ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ମନ ବିଚଳିତ ହୋଇପାରେ। ଆୟ ମଧ୍ୟମ ଧରଣର ରହିବ । ପରିବାରରେ କାହାରି ସହ ଯୁକ୍ତିତର୍କ କରନ୍ତୁ ନାହିଁ।

ମିଥୁନ- ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ। ବନ୍ଧୁମାନଙ୍କ ସହଯୋଗ ମିଳିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ନୂତନ ସୁଯୋଗ ପାଇବେ। ବ୍ୟବସାୟରେ ନିବେଶ କଲେ ଭଲ ଲାଭ ମିଳିପାରେ।

କର୍କଟ- ଚନ୍ଦ୍ର ନିଜ ରାଶିରେ ଥିବାରୁ ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ରହିବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ଲାଭ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ।

ସିଂହ- ଦିନଟି ମନ୍ଦ ବା ଖରାପ ରହିପାରେ। ଶରୀର ଅସୁସ୍ଥ ହେବା ସହ ମାନସିକ ଚାପ ବଢ଼ିବ। ଶିକ୍ଷା କ୍ଷେତ୍ରରେ ଅସୁବିଧା ଦେଖାଦେବ ଏବଂ ଅଯଥା ଖର୍ଚ୍ଚ ଯୋଗୁ ଆର୍ଥିକ ସ୍ଥିତି ବିଗିଡ଼ିପାରେ। ଯାନବାହନ ଚଳାଇବା ସମୟରେ ଅଧିକ ସତର୍କ ରୁହନ୍ତୁ।

କନ୍ୟା- ଘାତବାର ରହିଛି, ତେଣୁ କୌଣସି ବିବାଦରେ ପଶନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ନେଣଦେଣରେ ସାବଧାନ ରୁହନ୍ତୁ ଏବଂ ନିଜର ଗୁପ୍ତ କଥା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।

ତୁଳା- କର୍ମକ୍ଷେତ୍ରରେ ଉନ୍ନତି ହେବ ଏବଂ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପାଇବେ। ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ।

ବିଛା- ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକ ପୂର୍ଣ୍ଣ ହେବ। ସାମାଜିକ ମାନ-ସମ୍ମାନ ବୃଦ୍ଧି ପାଇବ ଏବଂ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳ ହେବେ। ବ୍ୟବସାୟରେ ହଠାତ୍ ଧନ ଲାଭ ହେବାର ଶୁଭ ଯୋଗ ରହିଛି।

ଧନୁ- ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ଦୂର ଯାତ୍ରା ଶୁଭ ହେବ। ଶିକ୍ଷା କ୍ଷେତ୍ରରେ ଶୁଭ ସମ୍ବାଦ ମିଳିବ ଏବଂ ଆୟ ବୃଦ୍ଧି ପାଇବ। ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ଏବଂ ମନ ପ୍ରଫୁଲ୍ଲ ରହିବ।

ମକର- ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। କର୍ମକ୍ଷେତ୍ରରେ କିଛିଟା ବାଧା ଉପୁଜିପାରେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ଏକାଗ୍ରତାରେ ଅଭାବ ଦେଖାଦେବ। ଆର୍ଥିକ କାରବାର ସମୟରେ ଅଧିକ ସତର୍କ ରୁହନ୍ତୁ।

କୁମ୍ଭ- ଜୀବନସାଥୀଙ୍କ ସହଯୋଗ ମିଳିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଉଚ୍ଚ ପ୍ରଶଂସା ପାଇବେ। ବ୍ୟବସାୟରେ ନୂତନ ଚୁକ୍ତି ଆର୍ଥିକ ଉନ୍ନତିର ବାଟ ଫିଟାଇବ।

ମୀନ- ଶତ୍ରୁମାନଙ୍କ ଉପରେ ବିଜୟୀ ହେବେ। ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ସଫଳ ହେବେ ଏବଂ ଆର୍ଥିକ ଲାଭ ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ଶରୀର ସୁସ୍ଥ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682