‘ନିପା’ ଭାଇରସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ସତର୍କତା ଓ ପ୍ରସ୍ତୁତି ନେଇ ହେବ ଆଲୋଚନା

NEWS7
anil-kapoor-in-germany-for-treatment-share-video

ଭୁବନେଶ୍ବର ୧୬।୧: ରାଜ୍ୟ ସରକାରଙ୍କୁ ‘ନିପା’ ଚିନ୍ତା । ନିପା ଭାଇରସ୍କୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଡାକିଲା ବଡ଼ ବୈଠକ । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନର ଦ୍ୱତୀୟ ମହଲାରେ ବସିବ ବୈଠକ ।

କିଛି ଦିନ ତଳେ ପଶ୍ଚିମବଙ୍ଗରେ ନିପା ଭାଇରସ୍ ବ୍ୟାପିଥିବା ଖବର ଓଡ଼ିଶା ଲୋକଙ୍କୁ ଆତଙ୍କିତ କରିଛି । ପଶ୍ଚିମବଙ୍ଗକୁ ପ୍ରତିଦିନ ଓଡ଼ିଆ ଲୋକ ଯିବା ଆସିବା କରୁଛନ୍ତି । ଯାହାକୁ ନେଇ ଆଗୁଆ ସତର୍କତା ଅବଲମ୍ବନ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଅଛନ୍ତି । ତେଣୁ ଗୁରୁତ୍ବପୂର୍ଣ୍ଣ ବୈଠକ ଡ଼ାକିଛନ୍ତି ସ୍ବାସ୍ଥ୍ୟ ବିଭାଗ ।