କାହା ଟାର୍ଗେଟରେ କୋର୍ଟ? ଇମେଲ୍‌ରେ ଆସିଲା ପୁଣି ଉଡ଼ାଇ ଦେବାକୁ ଧମକ

NEWS7
anganwadi-nka-mrutyu

କଟକ ୦୬/୦୨: ପୁଣି କୋର୍ଟକୁ ବୋମା ଧମକ । କଟକ ଜିଲ୍ଲା ଜଜ୍ କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ଉଡ଼ାଇ ଦେବାକୁ ଇମେଲ୍ରେ ଆସିଲା ଧମକ । ଧମକ ପରେ କୋର୍ଟ ପରିସରକୁ ଖାଲି କରି ଖାନତଲାସୀ । ବୋମା ନିଷ୍କ୍ରିୟକାରୀ ଦଳ ଦ୍ୱାରା ତଲାସୀ ଆରମ୍ଭ । 

ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। କିଏ ଇମେଲ୍ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

​​​​​​​ସୂଚନା ଥାଉକି, ଗତି କିଛି ଦିନ ତଳେ ଓଡ଼ିଶାର ତିନି କୋର୍ଟକୁ ଆସିଥିଲା ବୋମା ଧମକ। ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର, କଟକ ଓ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଥିଲା ।ଏହା ପରେ  ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କୋର୍ଟ ବନ୍ଦ କରାଯାଇଥିଲା । କାର୍ଯ୍ୟ ବନ୍ଦ ସହ ପରିସର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରିଥିଲେ । ସେହିପରି ସମ୍ବଲପୁର କୋର୍ଟକୁ ବି ବୋମା ଧମକ ମିଳିଛି ।