LIVE TV

ଅଷ୍ଟ୍ରେଲିଆ ଗସ୍ତ ପରେ ODI ରୁ ଅବସର ନେବେ କି ବିରାଟ-ରୋହିତ? ଖୁଲାସା କଲା BCCI

NEWS7
andhra-pradesh-re-durghatana-nela-jibana

ନୂଆଦିଲ୍ଲୀ ୧୫/୧୦: ସରିଯିବ କି ରୋ-କୋଙ୍କ କ୍ୟରିୟର । ଅଷ୍ଟ୍ରେଲିଆ ଟୁର୍ ହେବ କି ଶେଷ ଟୁଣ୍ଣାମେଣ୍ଟ । ଏନେଇ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କ ଖୁଲାସା । କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ରାଜୀବ ଶୁକ୍ଳା । ସାମ୍ପ୍ରତିକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ସିରିଜ୍ ଉଭୟ କିମ୍ବଦନ୍ତୀ ଖେଳାଳିଙ୍କ ପାଇଁ ଶେଷ ହେବ । ତଥାପି, ରାଜୀବ ଶୁକ୍ଳା ଏହି ରିପୋର୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦାବି କରିଛନ୍ତି। 

କ'ଣ କହିଲେ ରାଜୀବ ଶୁକ୍ଳା: 
ରାଜବୀ ଶୁକ୍ଳା କହିଛନ୍ତି, ରୋହିତ ଓ ବିରାଟଙ୍କୁ ଦଳରେ ରଖିବା ଆମ ପାଇଁ ବହୁତ ଲାଭଦାୟକ । କାରଣ ଉଭୟ ମହାନ ବ୍ୟାଟସମ୍ୟାନ୍ । ଆମର ବିଶ୍ୱାସ ଅଛି ଯେ, ଆମେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ସଫଳ ହେବୁ । ତେବେ ଏହି ସିରିଜ୍ ସେମାନଙ୍କର ଶେଷ ହେବ, ଏହା ଆଦୌ ନୁହେଁ । ଆମକୁ ଏପରି ଜିନିଷରେ ଫସି ରହିବା ଉଚିତ୍ ନୁହେଁ। କେବେ ଅବସର ନେବେ ତାହା ଖେଳାଳିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । ଏହାକୁ ସେମାନଙ୍କର ଶେଷ ସିରିଜ୍ କହିବା ସମ୍ପୂର୍ଣ୍ଣ ଭୁଲ।

ବିରାଟ କୋହଲି ଓ ରୋହିତ ଶର୍ମା ଉଭୟ ପୂର୍ବରୁ ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି । ଅଷ୍ଟ୍ରେଲିଆ ଗସ୍ତ ସେମାନଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାର ଚିହ୍ନ। 

​​ଗିଲ୍‌ଙ୍କୁ ଦିନିକିଆ ଦାୟିତ୍ୱ:
ପୂର୍ବରୁ, ଚୟନ କମିଟି ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲ୍‌ଙ୍କୁ ଦିନିକିଆ ଦଳର ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଥିଲେ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ମାର୍ଚ୍ଚ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଚୟନ କମିଟି ୨୦୨୭ ବିଶ୍ୱକପ୍ ପାଇଁ ଗିଲ୍ କୁ ସମୟ ମଧ୍ୟରେ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲା। 

ଏହି ସମୟରେ, ସିରିଜ୍ ପୂର୍ବରୁ, ରୋହିତ ଶର୍ମା ଓ ବିରାଟ କୋହଲି ଉଭୟ ଅକ୍ଟୋବର ୧୫ ତାରିଖ ସକାଳେ ଦଳ ସହିତ ଅଷ୍ଟ୍ରେଲିଆ ଯିବେ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ୧୯ ଅକ୍ଟୋବରରେ ପର୍ଥରେ ଖେଳାଯିବ । ସିରିଜର ଦ୍ୱିତୀୟ ମ୍ୟାଚ୍ ୨୩ ତାରିଖରେ ଓ ଶେଷ ଦିନିକିଆ ୨୫ ଅକ୍ଟୋବରରେ ଖେଳାଯିବ।