କିଏ ଏହି ବୈଷ୍ଣବୀ ଅଡକର୍ ? ସାନିଆ ମିର୍ଜାଙ୍କ ପରେ W100 ଫାଇନାଲରେ ପହଞ୍ଚି ରଚିଲେ ଇତିହାସ

NEWS7
andhra-pradesh-may-hold-elections-in-kotia-tomorrow-section-144-was-enacted-in-22-villages-of-kotia

ନୂଆଦିଲ୍ଲୀ: ଭାରତୀୟ ଟେନିସରେ ଭବିଷ୍ୟତର ନୂଆ ଆଶା ହୋଇଛନ୍ତି ୨୧ ବର୍ଷୀୟ ବୈଷ୍ଣବୀ ଅଡକର । ୨୦୦୯ ପରେ W100 ଇଭେଣ୍ଟର ସିଙ୍ଗଲ୍ସ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ମହିଳା ହୋଇ ନିଜ ନାଁରେ ରେକର୍ଡ କରିଛନ୍ତି । ରବିବାର ଏକପାଖିଆ ଫାଇନାଲରେ ବିଶ୍ୱର ୧୨୫ ନମ୍ବର ହାନ୍ ଭାଣ୍ଡେୱିଙ୍କେଲଙ୍କଠାରୁ ପରାସ୍ତ ହୋଇ ଆଡକର ବେଙ୍ଗାଲୁରୁରେ ଆଇଟିଏଫଅ ମହିଳା ଓପନରେ ରନର୍ସଅପ୍ ହୋଇଥିଲେ ।

ବେଲଜିୟମର ଏହି ଖେଳାଳି ୬-୦, ୬-୧ରେ ଆଡକରଙ୍କ ଉପରେ ପ୍ରଭାବଶାଳୀ ବିଜୟ ହାସଲ କରିଥିଲେ । ଭାଣ୍ଡେୱିଙ୍କେଲ ୧୦୦ WTA ରାଙ୍କିଂ ପଏଣ୍ଟ ସହିତ ୧୫,୨୩୯ ଡଲାର ପୁରସ୍କାର ପାଇଥିଲେ । ଅନ୍ୟପଟେ ଆଡକର ୬୫ WTA ରାଙ୍କିଂ ପଏଣ୍ଟ ଏବଂ ୮,୧୪୭ ଡଲାର ଅର୍ଜନ କରିଥିଲେ।

ବୈଷ୍ଣବୀ ଅଡକର କିଏ?

ଡିସେମ୍ବର ୧୪, ୨୦୦୪ରେ ପୁଣେରେ ଜନ୍ମଗ୍ରହଣ କରିଥିବା ଅଡକର ସାତ ବର୍ଷ ବୟସରେ ଟେନିସ୍ ଖେଳିବା ଆରମ୍ଭ କରିଥିଲେ । ସେ ଆଇଟିଏଫ୍ ଜୁନିଅର ରାଙ୍କିଂ ୧୧୫ ନମ୍ବର ହାସଲ କରିଥିଲେ ଏବଂ ଭାରତର ନମ୍ବର ୧ ଅଣ୍ଡର-୧୪ ଖେଳାଳି ହୋଇଥିଲେ । ୨୦୨୫ ସିଜିନରେ ସେ ଦମଦାର ପ୍ରଦର୍ଶନ କରିଥିଲେ । ସେ ଫେନେଷ୍ଟା ମହିଳା ଜାତୀୟ ପ୍ରତିଯୋଗିତା ଜିତିଥିଲେ । ୪୬ ବର୍ଷ ପରେ ୨୦୨୫ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ ଏକ କାଂସ୍ୟ ପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଥିଲେ ।

୨୧ ବର୍ଷୀୟା ଅଡକାର ବେଙ୍ଗାଲୁରୁ W100ରେ ୱାଇଲ୍ଡକାର୍ଡ ଭାବରେ ପ୍ରବେଶ କରିଥିଲେ । W100 କିମ୍ବା ତା'ଠାରୁ ବ଼଼ଡ଼ ଇଭେଣ୍ଟର ସିଙ୍ଗଲ୍ସ ଫାଇନାଲରେ ପହଞ୍ଚିବାରେ ସାନିଆ ମିର୍ଜାଙ୍କ ପରେ ଅଡକାର ଦ୍ୱିତୀୟ ଭାରତୀୟ ମହିଳା । ଫାଇନାଲରେ ପହଞ୍ଚିବା ପାଇଁ ଥାଇଲ୍ୟାଣ୍ଡର ଲାନଲାନା ତାରାରୁଡି, ଜାପାନର ମାଇ ହୋଣ୍ଟାମା ଏବଂ ଅଷ୍ଟ୍ରେଲିଆର ତୈଲାହ ପ୍ରେଷ୍ଟନଙ୍କୁ ପରାସ୍ତ କରିଥିଲେ।