ବିଜେପି ବିରୋଧରେ ଏକାଠି ବିରୋଧୀ ଦଳ, ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡି-କଂଗ୍ରେସ ଏକ...

NEWS7
andhra-pradesh-cm-ys-jagan-mohan-reddy-idol-of-national-politics

ଭୁବନେଶ୍ୱର ୦୧।୦୩ : କଂଗ୍ରେସ ଏକ ଜାତୀୟ ଦଳ । ତେଣୁ ଏଆଇସିସି ଯାହା ନିଷ୍ପତ୍ତି ନେବେ, ଆମେ ସମସ୍ତେ ତାକୁ ମାନିବାକୁ ପଡ଼ିବ । ଆସନ୍ତାକାଲି ୩ଟାରେ ପିସିସି ସଭାପତି ଓ ଏଆଇସିସି ଇନଚାର୍ଜଙ୍କ ସହ ବିଧାୟକଙ୍କ ବୈଠକ ହେବ । ଯାହା ନିଷ୍ପତ୍ତି ହେବ , ସେହି ଅନୁସାରେ କାର୍ଯ୍ୟକାରୀ କରାଯିବ । ପୂର୍ବରୁ ମଧ୍ୟ ବିଧାନସଭାରେ ଆଲୋଚନା ହୋଇଛି । ଆମର ସବୁ ବିଧାୟକ ଏକାଠି ଅଛନ୍ତି। ଆଗକୁ ମଧ୍ୟ ଏକ ହୋଇ ରହିବୁ। ସମସ୍ତେ ସହମତି ଅଛନ୍ତି। ବିଜେଡି ଓ କଂଗ୍ରେସ ଏବେ ବିରୋଧୀ ଦଳରେ ଅଛନ୍ତି। ଏକାଠି ହେବାରେ କୌଣସି ଅସୁବିଧା ନାହିଁ । ଆଗାମୀ ଦିନରେ ଆମେ ଉଭୟ ବିରୋଧୀ ମିଶି ବିଜେପି ସରକାରଙ୍କୁ ପ୍ରଶ୍ନ କରିବୁ। ସାରା ଦେଶରେ ଏବେ ଆଣ୍ଟି ବିଜେପି ଦଳ ଏକାଠି ହେଉଛନ୍ତି। ବିଜେଡି ମଧ୍ୟ ଆସିପାରେ। ଆମ ଦଳରେ କ୍ରସ ଭୋଟିଂ ହେବ ନାହିଁ। ଯଦି ହୁଏ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

ଅନ୍ୟପଟେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ଯେ, ଓଡ଼ିଶା ବାସୀଙ୍କୁ ସ୍ୱାର୍ଥ ପାଇଁ ବିଜେଡି-କଂଗ୍ରେସ ଏକ । ଓଡ଼ିଶା ରାଜନୀତିରେ ବିଜେପି ସରକାରରେ ଅଛି। ବିଜେଡି ଓ କଂଗ୍ରେସ ବିରୋଧୀ ଦଳରେ ଅଛି। ବିଭିନ୍ନ ସମସ୍ୟାକୁ ଆମେ ସରକାରଙ୍କୁ ପ୍ରଶ୍ନ କରୁଛୁ। ଆମ ସମସ୍ତଙ୍କ ଚିନ୍ତା ରାଜ୍ୟର ସ୍ୱାର୍ଥ ପାଇଁ। ଆଜି ରାଜ୍ୟସଭ ନିର୍ବାଚନକୁ ନେଇ ଅଙ୍କ କଷା ଚାଲିଛି। ବିଜେଡି ସଭାପତି ଯେଉଁ ନିଷ୍ପତ୍ତି ନେଇଛନ୍ତି ଭଲ ନିଷ୍ପତ୍ତି। ଚତୁର୍ଥ ପ୍ରାର୍ଥୀ ଆମର କମନ ପାର୍ଥି। ସେ କୌଣସି ଦଳରେ ନାହଁନ୍ତି। କଂଗ୍ରେସ ସମର୍ଥନ କରିବାକୁ କହିଛି। ବିଜେପି ଚାହିଁଲେ ମଧ୍ୟ ସମର୍ଥନ କରିପାରିବ। ରାଜନୀତିରୁ ଉର୍ଦ୍ଧରେ କଂଗ୍ରେସର ବିଧାୟକ ଆମକୁ ସମର୍ଥନ କରିବେ। ଯେହେତୁ ଆମେ କମନ ପ୍ରାଥି ଘୋଷଣା କରିଛୁ। ଆମେ ସେହି ଥରେ ଏକାଠି ହୋଇଛୁ। ଆମେ କଂଗ୍ରେସ ଓ ବଜେପି ଠାରୁ ଆମେ ସମଦୁରତା ରଖିଛୁ। ରାଜ୍ୟର ସ୍ୱାର୍ଥ ପାଇଁ କଂଗ୍ରେସ ସମର୍ଥନ କରିବାକୁ ବାଧ୍ୟ ହୋଇଛି।