ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା ; ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କାରେ ୫ ମୃତ, ୬ ଗୁରୁତର

NEWS7
andhra-and-odisha-police-dg-meeting-against-moa

ନୂଆଦିଲ୍ଲୀ ୨୨।୦୨; ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୋହଦ ଚୌରହା ଥାନା ଅଧୀନସ୍ଥ ଚିମକା ଗ୍ରାମ ନିକଟରେ ଜାତୀୟ ରାଜପଥ ୭୧୯ରେ ଆଜି ଭୋର୍ ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ହୋଇଛି । ଏକ ବସ୍ ଏକ ଭ୍ୟାନକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ଅନ୍ୟ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ୬ ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ଗ୍ବାଲିଅର ପଠାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁର୍ଘଟଣାର ପ୍ରଭାବ ଫଳରେ ଭ୍ୟାନଟି ସମ୍ପୂର୍ଣ୍ଣ ଚେପା ହୋଇଥିଲା । ସ୍ଥାନୀୟ ଲୋକମାନେ ଉଦ୍ଧାର ଅପରେସନ୍ ଆରମ୍ଭ କରିବାପରେ ପୁଲିସରେ ଖବର ଦେଇଥିଲେ। ଭ୍ୟାନରେ ଥିବା ବ୍ୟକ୍ତିମାନେ ଭିଣ୍ଡରୁ ଗ୍ବାଲିୟର ଯାଉଥିଲେ ।

ଅନ୍ୟପକ୍ଷେ ବସଟି ସହରରେ ଏକ ବିବାହ ଉତ୍ସବରେ ଲୋକଙ୍କୁ ଛାଡ଼ି ଫେରୁଥିଲା । ତେବେ ବସରେ କୌଣସି ଜଣେ ହେଲେ ଯାତ୍ରୀ ନଥିଲେ । ପ୍ରାଥମିକ ତଦନ୍ତ ଅନୁଯାୟୀ ଦ୍ରୁତ ଚାଳନା ଦୁର୍ଘଟଣାର ପ୍ରମୁଖ କାରଣ। ଘଟଣାପରେ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା ।

ଅଧିକ ପଢନ୍ତୁ- ଆଫଗାନିସ୍ତାନ ଭିତରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୯ ମୃତ : ପ୍ରତିଶୋଧ ନେବ ତାଲିବାନ !