କିନ୍ନର ଅଞ୍ଜଳି ହତ୍ୟା ମାମଲା: ୨୦ ଦିନ ପରେ ଧରାପଡ଼ିଲା ତୃତୀୟ ଅଭିଯୁକ୍ତ

NEWS7
ananya-pandey-removed-from-thalapathy-vijay-film-thalapathy-66-after-aryan-khan-drug-case

ପିପିଲି: ଧରାପଡ଼ିଲା କିନ୍ନର ଅଞ୍ଜଳି ହତ୍ୟାକାଣ୍ଡର ତୃତୀୟ ଅଭିଯୁକ୍ତ। ସୋମବାର ପିପିଲି ପୋଲିସ ତୃତୀୟ ଅଭିଯୁକ୍ତ ଛବିନ କାଣ୍ଡିକୁ ରାମଚଣ୍ଡୀ ଥାନା ଅଞ୍ଚଳରୁ ଗିରଫ କରିଛି। ଏନେଇ ପିପିଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ଓ ଦ୍ବିତୀୟ ଅଭିଯୁକ୍ତ ସୁନିଲ କାଣ୍ଡିକୁ ଗିରଫ କରିଥିବା ବେଳେ, ଘଟଣାର ପ୍ରାୟ ୨୦ ଦିନ ପରେ ତୃତୀୟ ଅଭିଯୁକ୍ତ ଧରାପଡ଼ିଛି।  

ସୂଚନାଥାଉକି, ଗତ ଫେବ୍ରୁଆରୀ ୧ ତାରିଖ ଦିନ ପୁରୀ- ଭୁବନେଶ୍ଵର ରାସ୍ତାର ଉତ୍ତରାଛକ ନିକଟରେ କିନ୍ନର ଅଞ୍ଜଳିଙ୍କୁ ହତ୍ୟା କରଯାଇଥିଲା। ମୃତ କିନ୍ନର ସାଲେପୁରର ଅଞ୍ଜଳି ବୋଲି ଜଣାପଡ଼ିଥିଲା। କିଛି ଦୁବୃର୍ତ୍ତ ବାଇକରେ ଆସି ଛୁରୀରେ ଅଞ୍ଜଳିକୁ ହତ୍ୟା କରିଥିଲେ। ଏହା ପରେ ସେମାନେ ଅଞ୍ଜଳି ମରିଯାଇଥିବା ଭାବି ଏକ ବାଲି ଗଦାରେ ଫୋପାଡ଼ି ଦେଇ ଚାଲିଯାଇଥିଲେ।

ପରବର୍ତ୍ତୀ ସମୟରେ ଅଞ୍ଜଳିଙ୍କୁ କିଛି ଅନ୍ୟ କିନ୍ନର ସାଥୀ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଥିଲେ । ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପିପିଲି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସେପଟେ ମାମଲାକୁ ନେଇ ରାଜ୍ୟ କିନ୍ନର ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସଂଘ ପକ୍ଷରୁ ମୃତକଙ୍କୁ ନ୍ୟାୟ ଦାବିରେ ରାଲି ମଧ୍ୟ କରାଯାଇଥିଲା।