Rajyasbha Poll: କିଏ ହାତେଇବ ଚତୁର୍ଥ ଆସନ, ପୋଲ୍ ଖୋଲିଦେଲେ ବିଜୟ

NEWS7
anandpur-subdivision-neglected-allegation

ଭୁବନେଶ୍ୱର ୧୬/୦୩: ଆଜି ରାଜ୍ୟସଭା ନିର୍ବାଚନ । ୩ ଦଳରେ ଛାତି ଧଡ଼ଧଡ଼ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମତଦାନ । ଜଣଙ୍କ ପରେ ଜଣେ ଆସି ଦେଉଛନ୍ତି ଭୋଟ୍ । ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ ଭୋଟିଂ । ଅପରାହ୍ନ ୫ଟାରେ ହେବ ଭୋଟ ଗଣତି । ଗୋଟିଏ ଆସନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି । ତେବେ ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

 

ସେ କହିଛନ୍ତି ମୁଁ ମେଫେୟାରକୁ ସବୁବେଳେ  ଆସେ । ଏଥିରେ ନୂଆ କଣ? ଭୋଟିଂ ଶେଷ ହେଉ । ରେଜଲ୍ଟକୁ ଅପେକ୍ଷା କରନ୍ତୁ । ଏବେଠୁ କହିବା ଅସମ୍ଭବ । ଦିଲୀପ  ରାୟଙ୍କ ସହିତ ଭେଟ ହୋଇଛି । ମନମୋହନ ସାମଲଙ୍କ ସହିତ ଭେଟଘାଟ  ହୋଇନାହିଁ । ଆପଣ ଅପେକ୍ଷା କରନ୍ତୁ । ତେବେ ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଛନ୍ତି ବିଜୟ ମହାପାତ୍ର । ସେ ଆହୁରି କହିଛନ୍ତି ଅରବିନ୍ଦ ଛୋଟ ପିଲା ନୁହେ, ସେ ତାଙ୍କ ଇଚ୍ଛାରେ ଭୋଟ ଦେବେ । କାରଣ ଅରବିନ୍ଦ ଏବେ ନିଲମ୍ୱିତ ବିଧାୟକ । ସମସ୍ତଙ୍କ ନଜର ଅରବିନ୍ଦଙ୍କ ଭୋଟ୍ ଉପରେ ।