LIVE TV

ବାତ୍ୟା ମୋନ୍ଥାକୁ ନେଇ ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି, ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାତିଲ ହେଲା ଟ୍ରେନ

NEWS7
anandpur-subdivision-neglected-allegation

ଭୁବନେଶ୍ବର: ଘଣ୍ଟାକୁ ୧୮ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’। ଏହା ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ଆନ୍ଧପ୍ରଦେଶର କାକିନାଡାଠାରେ ସ୍ଥଳଭାଗ ଛୁଇଁବ। ବାତ୍ୟା ଯୋଗୁ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପ୍ରଭାବିତ ହେବା ନେଇ ଆକଳନ କରାଯାଇଥିବାବେଳେ, ଦୁଇ ରାଜ୍ୟ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।

ସେପଟେ ଏଭଳି ସ୍ଥିତିରେ ପୂର୍ବତଟ ରେଳପଥ ପକ୍ଷରୁ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ୍ ବାତିଲ କରିଛି ରେଲଓ୍ବେ। ଏହା ସହ ଗୋଟିଏ ଟ୍ରେନକୁ ଡାଇଭର୍ଟ କରାଯାଇଛି ଏବଂ ଯାତ୍ରୀମାନେ ଗାଡ଼ି ଚଳାଚଳର ସ୍ଥିତି ଜାଣିବା ସହ ଓ ଯାଞ୍ଚ କରିନେବାକୁ ରେଲଓ୍ବେ ପରାମର୍ଶ ଜାରି କରିଛି।

ସେହିପରି ବାତ୍ୟା ମୋନ୍‌ଥା ବର୍ତ୍ତମାନ ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି । ଗୋପାଳପୁରଠାରୁ ୬୦୦କିଲୋମିଟର ଦୂରରେ ଅଛି ।  ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ବାତ୍ୟା ମୋନ୍ଥାପ୍ରଭାବ​‌ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟା ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ। ଫଳରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି। ଛତିଶଗଡ଼ରେ ଅଧିକ ବର୍ଷା ହେଲେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟି ରଖାଯିବା ସହ ଆବଶ୍ୟକ ପଡ଼ିଲେ ହୀରାକୁଦର ଗୋଟ୍ ଖୋଲା ଯିବାକୁ ନିଷ୍ପତ୍ତି ନିଆଯିବ।