ବନ୍ଧୁକ ଦେଖାଇ ୭୦ ହଜାର ଟଙ୍କା ଦାଦାବଟି ଆଦାୟ ଅଭିଯୋଗ, ଦୁଇ ଅପରାଧୀଙ୍କୁ ଗିରଫ କଲା ପୋଲିସ

NEWS7
amitabh-bachchan-shares-his-wedding-picture-with-jaya-bachchan-on-his-48th-marriage-anniversary

ବ୍ରହ୍ମପୁର: ବନ୍ଧୁକ ଦେଖାଇ ଭୟଭୀତ କରାଇ ୭୦ ହଜାର ଟଙ୍କା ଦାଦାବଟି ଆଦାୟ କରିବା ଅଭିଯୋଗରେ  ଦୁଇଜଣ ଅପରାଧୀଙ୍କୁ ଗିରଫ କରିଛି ବ୍ରହ୍ମପୁର ଟାଉନ ଥାନା ପୁଲିସ। ଦୁଇ ଅଭିଯୁକ୍ତଙ୍କ ନାଁ ଶୁଭମ ମାଝି ଓ ଆଲୋକ ମଲିକ୍। ସେମାନଙ୍କ ଠାରୁ ବନ୍ଧୁକ, ଖଣ୍ଡା, ମୋବାଇଲ ଫୋନ ଏବଂ ଟିଭିଏସ୍ ଦୁଇ ଚକିଆ ଗାଡ଼ି ଜବତ।

ସୂଚନା ଅନୁସାରେ, ଅଭିଯୁକ୍ତମାନେ ଅଭିଯୋଗକାରୀଙ୍କୁ ଗତ ଡିସେମ୍ବର ୨ ଏବଂ ୩ ତାରିଖରେ ଦାଦାବଟି ପାଇଁ ଧମକ ଦେଇଥିଲେ। ଏମିତିକି ତାଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇ ଆକ୍ରମଣ କରିବା ସହ ଅଭିଯୋଗକାରୀଙ୍କ ମୋବାଇଲ୍ ଫୋନ୍ ନଷ୍ଟ କରିଥିଲେ। ଆହୁରି ମଧ୍ୟ ଜାତିଗତ ଶବ୍ଦ ବ୍ୟବହାର କରି  ଗାଳି ଗୁଲଜ କରି ପିସ୍ତଲ ଏବଂ ଖଣ୍ଡା ଦେଖାଇ ୭୦,୦୦୦ ଟଙ୍କା ଆଦାୟ କରିଥିଲେ। ତେବେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି।