LIVE TV
LIVE TV

ରାଜଧାନୀରେ ଯୁବକଙ୍କୁ ହାଣି ୨୦ ଲକ୍ଷ ଟଙ୍କା ଲୁଟ୍ ଘଟଣା, ୫ ଦିନ ପରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

NEWS7
amitabh-bachchan-2-crore-donation-sikh-comity

ଭୁବନେଶ୍ୱର ୦୩।୧୨ : ରାଜଧାନୀରେ ଯୁବକଙ୍କୁ ହାଣି ୨୦ ଲକ୍ଷ ଲୁଟ୍ ଘଟଣା । ପାଞ୍ଚ ଦିନ ପରେ ପୋଲିସକୁ ମିଳିଛି ସଫଳତା । ଲୁଟ୍ ଘଟଣାରେ ସାମିଲ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ ।

ଗତ ବୁଧବାର ରାତିରେ ପାହଳ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଖଣ୍ଡା ହାଣି ୨୦ ଲକ୍ଷ ଟଙ୍କା ଲୁଟି ନେଇଥିବା ନେଇ ପାହଳ ଥାନାରେ ଅଭିଯୋଗ ହୋଇଥିଲା । ପ୍ରଭାତଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ଥାନା ଓଡ଼ିଙ୍ଗୀ ଗାଁରେ । ବ୍ୟବସାୟ କରିବା ପାଇଁ ତାଙ୍କର କିଛି ଟଙ୍କାର ଆବଶ୍ୟକ ଥିଲା । ତାଙ୍କର ଦୁଇ ସାଙ୍ଗ ସୁରେଶ ଓ ସରୋଜଙ୍କୁ ନେଇ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱରରେ ପ୍ରଭାତଙ୍କ ଦୁଇ ଘନିଷ୍ଠ ସହଯୋଗୀ ରହୁଥିଲେ । ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଧାର ଆକାରରେ ନେଇ କାର୍ ଯୋଗେ ଯାଉଥିଲେ । ରାତି ପ୍ରାୟ ୯ଟା ସମୟରେ ପାହଳ ଥାନା ଠାରୁ କିଛି ଦୂରରେ ଅଟକି ସେ ଚା ପିଉଥିଲେ । ଏହି ସମୟରେ ୨ଟି ବାଇକ୍ରେ ୫ ଜଣ ଆସିଥିଲେ । ୩ ବନ୍ଧୁ କିଛି ବୁଝିବା ଆଗରୁ ଅପରାଧୀମାନେ ଖଣ୍ଡା, ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏପିରିକି ସୁରେଶଙ୍କ ପାଖରୁ ଚାବି ଛଡାଇ ନେଇ କାର୍ରୁ ୨୦ ଲକ୍ଷ ଟଙ୍କା ଥିବା ବ୍ୟାଗ୍ ନେଇଯାଇଥିଲେ ।ପ୍ରଭାତ ପ୍ରତିବାଦ କରିବାକୁ ସେମାନେ ତାଙ୍କ ହାତକୁ ହାଣି ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । କଟକ ଅଭିମୁଖେ ସମସ୍ତ ଲୁଟେରା ଫେରାର ହୋଇଯାଇଥିଲେ । ଶେଷରେ ପ୍ରଭାତ କିଛି ଉପାୟ ନପାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରିଥିଲେ । ପାହଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରଭାତ ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଥିଲା ତଦନ୍ତ । ଜାତୀୟ ରାଜପଥରେ ଲାଗିଥିବା ସିସିଟିଭିକୁ ଯାଞ୍ଚ ଆରମ୍ଭ କରିଥିଲେ ପୋଲିସ । ଶେଷରେ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ପୋଲିସ ।