LIVE TV

ହମାସକୁ ପୁଣି ଚେତାବନୀ ଦେଲେ ନେତନ୍ୟାହୁ , କହିଲେ - କିଛି ବି ଭୁଲ୍ କଲେ ପରିଣାମ ଭୟଙ୍କର ହେବ

NEWS7
amit-shah-in-kolkatta

ଜେରୁସାଲେମ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଗୁରୁବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ,  ଗାଜାରେ ବନ୍ଧକ କରାଯାଇ ଥିବା ସବୁ ବ୍ୟକ୍ତିଙ୍କ ମୃତଶରୀରକୁ ଫେରାଇ ଆଣିବାକୁ ଇସ୍ରାଏଲ ପ୍ରତିବଦ୍ଧ। ସେ ଜୋର ଦେଇ କହିଛନ୍ତି ଯେ, ସଂଘର୍ଷ ଏବେ ସରି ନାହିଁ। ଜେରୁସାଲମର ମାଉଣ୍ଟ ହର୍ଜଲ ସେନା କବରସ୍ଥାନରେ ଏକ ସରକାରୀ ଉତ୍ସବ ବେଳେ ସେ ଉଲ୍ଲେଖ କରିଛନ୍ତି ଯେ, ଆମେ ସବୁ ବନ୍ଧକଙ୍କ ସୁରକ୍ଷିତ ଫେରାଇବାକୁ ସୁନିଶ୍ଚିତ କରିବା ପାଇଁ ଦୃଢ ସଙ୍କଳ୍ପବଦ୍ଧ। ଏହି ଉତ୍ସବ ୭ ଅକ୍ଟୋବର ୨୦୨୩ରେ ହମାସର ଇସ୍ରାଏଲ ଉପରେ ଆକ୍ରମଣର ସ୍ମୃତିରେ ଆୟୋଜିତ କରାଯାଇ ଥିଲା, ଯାହାକି ଏହି ଯୁଦ୍ଧର ସୂତ୍ରପାତ କରିଥିଲା।

ଇସ୍ରାଏଲ ପିଏମ୍‌ ଏହି ଅବସର ଉପରେ ଜୋର ଦେଇ କହିଛନ୍ତି ଯେ, ଯୁଦ୍ଧ ଏବେ ଜାରି ରହିଛି , କିନ୍ତୁ ଗୋଟଏ କଥା ନିଶ୍ଚିତ ଯେ, ଯିଏ ଆମ ଉପରେ ଆକ୍ରମଣ କରିବ , ହାତ ଉଠାଇବ, ତାକୁ ଏହାର ଖୁବ୍‌ ମୂଲ୍ୟ ଦେବାକୁ ହେବ। ଆମେ ଏମିତି ବିଜୟ ପ୍ରାପ୍ତ କରିବା ପାଇଁ ପ୍ରତିବଦ୍ଧ , ଯାହା ଆଗାମୀ ଅନେକ ବର୍ଷ ଯାଏ ଆମ କ୍ଷେତ୍ରକୁ ପ୍ରଭାବିତ କରିବ। ଏହି ବିବୃତ୍ତି ହମାସର ସେହି ଦାବିର ଗୋଟିଏ ଦିନ ପରେ ଆସିଛି। ଯେଉଁଥିରେ ସଙ୍ଗଠନ କହିଥିଲା ଯେ, ସେ ନିଜର ସବୁ କଏଦୀଙ୍କୁ ପ୍ରଦାନ କରିଛି।

ଏହା ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହମାସକୁ ଦୃଢ ଚେତାବନୀ ଦେଇଛନ୍ତି। କହିଛନ୍ତି ଯଦି ସେ ଅସ୍ତ୍ର ନଛାଡ଼ିବେ ଓ ଗାଜା ପଟ୍ଟିରେ ସମସ୍ତ ୨୪ ବନ୍ଧକଙ୍କ ମୃତଶରୀରକୁ ନଫେରାଇବେ , ତ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ହ୍ୱାଇଟ୍‌ ହାଉସରେ ସାମ୍ୱାଦିକଙ୍କ ସହ କଥାବାର୍ତ୍ତାରେ ଟ୍ରମ୍ପ କହିଥିଲେ ଯେ, ମୁଁ ହମାସ ସହ ସିଧା କଥା ହୋଇଥିଲି ଏବଂ ପଚାରି ଥିଲି ଯେ, ସେ ଅସ୍ତ୍ର ବିରତି କରିବେ କି ? ଏଥିରେ ସେମାନଙ୍କର ଜବାବ ଥିଲା ଯେ, ସଙ୍ଗଠନ ଏମିତି କରିବ। ସେ ମୋ ସହ ଏହି ପ୍ରତିଶ୍ରୁତି ଦେଇଥିଲେ ଏବଂ ଏବେ ସେ ଅସ୍ତ୍ର ଛାଡ଼ିବେ ନଚେତ ଆମେ ତାଙ୍କ ବିରୁଦ୍ଧରେ ଆବଶ୍ୟକ ପଦକ୍ଷେପ ନେବୁ। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ବାର୍ତ୍ତା ତାଙ୍କ ପ୍ରତିନିଧିକଙ୍କ ମାଧ୍ୟମରେ ହମାସ ପାଖରେ ପହଞ୍ଚା ଯାଇଥିଲା।

କହି ରଖୁଛୁ କି , ଆମେରିକୀୟ ମଧ୍ୟସ୍ଥତାରେ ଯୁଦ୍ଧବିରତିର ଚୁକ୍ତି ଶୁକ୍ରବାର ଠାରୁ ପ୍ରଭାବୀ ହୋଇଥିଲା ଏବଂ ଏହାର ପ୍ରାରମ୍ଭିକ ସକରାତ୍ମକ ରହିଥିଲା ଯେବେ ହମାସ ସୋମବାର ଚୁକ୍ତି ଅନୁସାରେ ସବୁ ୨୦ ଜୀବିତ ବନ୍ଧକଙ୍କୁ ମୁକ୍ତ କରି ଥିଲା। କିନ୍ତୁ ଚୁକ୍ତି ସେତେବେଳେ ଅଟକି ଗଲା ଯେବେ ଆତଙ୍କୀ ଗ୍ରୁପ୍‌ ୨୮ ମୃତ ବନ୍ଧକଙ୍କ ମୃତଶରୀରକୁ ଫେରାଇ ନଥିଲା।କେବଳ ୪ଟି ମୃତଦେହ ଦେଇଥିଲା।