ରକ୍ତ ସମ୍ପର୍କକୁ ଭାଙ୍ଗି ପାରିଲାନି ମଣିଷ କରିଥିବା ସୀମା, ବାଂଲାଦେଶୀ ଭାଇକୁ କିଡନୀ ଦାନ କଲେ ଭାରତୀୟ ଭଉଣୀ

NEWS7
americas-first-statement-on-the-removal-of-article-370-pakistan-avoided-being-named

କୋଲକାତା: ମଣିଷ ଦ୍ୱାରା ନିର୍ମିତ ସୀମା ସିନା ଅଲଗା କରି ଦେଲା, କିନ୍ତୁ ରକ୍ତ ସମ୍ପର୍କରେ ବନ୍ଧା । ବାଂଲାଦେଶରେ ଭାଇକୁ ଦରକାର ପଡ଼ିଲା କିଡନୀ, ଭାରତରେ ଥିବା ବଡ଼ ଭଉଣୀ କରିଦେଲା କିଡନୀ । ଭାଇ ସ୍ୱପନ ଏବଂ ବଡ଼ ଅନୁପା ବିଶ୍ୱାସ ।

ବାଂଲାଦେଶର ଜଣେ ମାଛ ବ୍ୟବସାୟୀ ୪୩ ବର୍ଷୀୟ ସ୍ୱପନଙ୍କୁ କିଡନୀ ଆବଶ୍ୟକତା ପଡ଼ିଲା, ଭାରତୀୟ ନାଗରିତ ତାଙ୍କ ବଡ଼ ଭଉଣୀ ଅନୁପା ବିନା କୌଣସି ଦ୍ୱିମତରେ କିଡନୀ ଦେଇଦେଲେ । ଜାନୁଆରୀ ୩ରେ ସ୍ୱପନଙ୍କର ଏକ ସଫଳ କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

୧୯୭୧ ଯୁଦ୍ଧ ସମୟରେ ଯେତେବେଳେ ଦୁହିଁଙ୍କ ବାପା-ମାଆ ଭାରତ ଆସିଥିଲେ, ଅନୁପା ସେତେବେଳେ ମାଆଙ୍କ ଗର୍ଭରେ ଥିଲେ । ପରିବାର ବର୍ଷ ବର୍ଷ ଧରି ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଆଶ୍ରୟ ନେଇଥିଲା । ପରେ ସେମାନେ ବାଂଲାଦେଶର ସାତଖିରାରେ ଥିବା ସେମାନଙ୍କ ପୈତୃକ ଘରକୁ ଫେରି ଯାଇଥିଲେ । ସେମାନେ ଅନ୍ୟ ତିନି ପିଲାଙ୍କ ସହିତ ବାଂଲାଦେଶ ଯିବା ପୂର୍ବରୁ ଅନୁପାଙ୍କୁ ବର୍ଦ୍ଧମାନରେ ଜଣଙ୍କ ସହିତ ବିବାହ କରାଇଥିଲେ ।

ସ୍ୱପନ କହିଛନ୍ତି, "ପରିସ୍ଥିତିରେ ଉନ୍ନତି ହେବା ପରେ ଆମେ ବାଂଲାଦେଶ ଫେରିଥିଲୁ । ସେ ସମୟରେ ମୁଁ ପିଲା ଥିଲି, ମୋ ଭଉଣୀଙ୍କ ବିବାହ ହୋଇସାରିଥିଲା ।" ୨୦୧୮ରେ ଶେଷ ବେଳକୁ କିଡନୀ ଫେଲ ହେବା ପରଠାରୁ ସ୍ୱପନ ନିୟମିତ ଡାଏଲିସିସ୍ କରୁଥିଲେ । ତାଙ୍କ ଚିକିତ୍ସା ଯୋଗୁଁ ସେ ଜୀବିକା ମଧ୍ୟ ହରାଇଥିଲେ । ତାଙ୍କ ତିନି ଭଉଣୀ ତାଙ୍କୁ ଆର୍ଥିକ ସହାୟତା କରିଥିଲେ । କିନ୍ତୁ ଯେତେବେଳେ କୋଲକାତାର ଡାକ୍ତରମାନେ କିଡନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ, ଅନୁପା (୫୫) ପ୍ରଥମେ ତାଙ୍କ କିଡନୀ ଦାନ ପାଇଁ ଆଗେଇ ଆସିଥିଲେ ।

ଡାକ୍ତରମାନେ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଶତ ପ୍ରତିଶତ ଜେନେଟିକ୍ ମେଳ ପାଇଥିଲେ । ରକ୍ତ ସମ୍ପର୍କୀୟଙ୍କ ପାଇଁ କିଡନୀ ଦାନ କରିବା ବିରଳ ନୁହେଁ, କିନ୍ତୁ ପୂର୍ବ ଭାରତରେ ଏହା ପ୍ରଥମ ଘଟଣା ଥିଲା ଯେତେବେଳେ ସୀମାପାର ଏପରି ଅଙ୍ଗ ଦାନ ହୋଇଥିଲା । ସ୍ୱପନ ଏବଂ ଅନୁପା ପ୍ରତିରୋପଣ ପାଇଁ ଏନଓସି ପାଇବା ପାଇଁ ଏକ ଲମ୍ବା ପ୍ରକ୍ରିୟା ଦେଇ ଯାଇଥିଲେ । ପ୍ରତିରୋପଣର ଗୋଟିଏ ସପ୍ତାହ ପରେ ଭଉଣୀ ଅନୁପାଙ୍କୁ ଡିସଚାର୍ଜ କରାଯାଇଥିଲା, କିନ୍ତୁ ଭାଇ ସ୍ୱପନଙ୍କୁ ସୁସ୍ଥ ଘୋଷଣା କରାଯାଇଥିଲେ ମଧ୍ୟ କିଛି ସପ୍ତାହ ପାଇଁ ଫଲୋଅପ୍ ପାଇଁ କୋଲକାତାରେ ରହିବେ ।