ଆମେରିକା ଲୋକପ୍ରିୟ ଗାୟିକା ମାଣ୍ଡିସାଙ୍କ ସନ୍ଦେହ ଜନକ ମୃତ୍ୟୁ

Published By : Prameya-News7 Bureau | April 20, 2024 IST

indiatoday

ନୂଆଦିଲ୍ଲୀ: ଆମେରିକାର ଲୋକପ୍ରିୟ ଗାୟିକା ଗ୍ରାମୀ ଆୱାର୍ଡ ୱିନର ମାଣ୍ଡିସାଙ୍କ ଅକାଳ ବିୟୋଗ ହୋଇଛି। ଏପ୍ରିଲ ୧୮ ତାରିଖରେ ଟେନେସି ଫ୍ରାଙ୍କ୍‌ଲିନ୍‌ ସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୪୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍‌ରୁ ସୂଚନା ଦିଆଯାଇଛି।

ମାଣ୍ଡିସାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ ଆଇଡିରୁ ପୋଷ୍ଟ କରି ଲେଖାଯାଇଛି “ ଗତକାଲି(ଏପ୍ରିଲ ୧୮) ମାଣ୍ଡିସାଙ୍କ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ବର୍ତ୍ତମାନ ଆମେ ତାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିପାରି ନାହୁଁ। ଏହି ଅତି ଦୁଃଖଦ ସମୟରେ ମାଣ୍ଡିସାଙ୍କ ପରିବାର ଓ ପ୍ରିୟଜନଙ୍କ ପାଇଁ ଆପଣଙ୍କର ପ୍ରାର୍ଥନା କାମନା କରୁଛୁ।”  

ମିଡିଆ ରିପୋର୍ଟ ଅନୁସାରେ ମାଣ୍ଡିସାଙ୍କ ମୃତ୍ୟୁ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରି ନାହିଁ। ତେବେ ଫ୍ରାଙ୍କଲିନ ପୁଲିସ ମାମଲାରେ ତଦନ୍ତ ଜାରି ରଖିଛି। ମୃତ୍ୟୁର ଆଖପାଖ ସ୍ଥିତି ରହସ୍ୟ ଜନକ ଲାଗୁଥିବାରୁ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୁଲିସ ସନ୍ଦେହ ରହିଛି। 

ଆମେରିକାନ ଆଇଡଲ ୨୦୦୬ରେ ଭାଗ ନେଇ ଲୋକପ୍ରିୟତା ଅର୍ଜନ କରିଥିଲେ ମାଣ୍ଡିସା। ଯଦିଓ ଟେଲର ହିକ୍ସ ଏହି ଶୋ’ରେ ବିଜୀୟ ହୋଇଥିଲେ ତେବେ ମାଣ୍ଡିସାଙ୍କ ସ୍ୱର କିନ୍ତୁ ଅଡିଆନ୍ସଙ୍କୁ କିମିଆ କରିଥିଲା। ରିୟଲିଟି ଶୋ’ରେ ସଫଳତା ହାସଲ କରିବା ପରେ ୨୦୦୭ରେ ଟ୍ରୁ ବ୍ୟୁଟି ନାମକ ଏକ ଆଲ୍‌ବମ କରି ତାଙ୍କର ଗାୟିକା କ୍ୟାରିୟର ଆରମ୍ଭ କରିଥିଲେ। 

ପଢ଼ନ୍ତୁ-ଗ୍ୟାଲେରୀରେ ସନ୍ଦିଗ୍ଧ ସୁନ୍ଦରୀ, କିଏ ଏହି ମିଷ୍ଟ୍ରିଗାର୍ଲ ? ହଲିଉଡ୍‌ ଆକ୍ଟ୍ରେସ୍‌ଙ୍କ ହେଉଛନ୍ତି ତୁଳନା

ଏହାପରେ ମାଣ୍ଡିସା ଏକାଧିକ ଲୋକପ୍ରିୟ ଆଲବମ ଫ୍ରିଡମ, ଇଟ୍ସ ଖ୍ରୀଷ୍ଟମାସ, ହ୍ୱାଟ୍ ଇଫ୍‌ ୱେର୍ ରିଏଲ, ଆଉଟ ଅଫ୍ ଦ ଡାର୍କ ଏବଂ ଓଭରକମର, ଷ୍ଟ୍ରଙ୍ଗର, ଗୁଡ୍‌ମର୍ଣ୍ଣିଂ ଓ ମାଇ ଡେଲିଭରରରେ ଗୀତ ଗାଇଛନ୍ତି। ମାଣ୍ଡିସାଙ୍କ ପ୍ରତିଭା ପାଇଁ ତାଙ୍କୁ ୨୦୧୦ରେ କଣ୍ଟେମ୍ପରାରୀ ଖ୍ରିୀଷ୍ଟିଆନ ମ୍ୟୁଜିକ ଆଲବମ ବର୍ଗରେ ପ୍ରଥମ ଗ୍ରାମୀ ଆୱାର୍ଡ ଦିଆଯାଇଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.