ଗ୍ୟାଲେରୀରେ ସନ୍ଦିଗ୍ଧ ସୁନ୍ଦରୀ, କିଏ ଏହି ମିଷ୍ଟ୍ରିଗାର୍ଲ ? ହଲିଉଡ୍‌ ଆକ୍ଟ୍ରେସ୍‌ଙ୍କ ହେଉଛନ୍ତି ତୁଳନା

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ ୨୦।୦୪: ଆଇପିଏଲ୍‌ ୨୦୨୪ । ରନ୍‌ ବର୍ଷା ଆଉ ବାଉଣ୍ଡରୀର ରେକର୍ଡରେ ଅନେକ ରୋଚକ ଚିତ୍ର । ଖଚାଖଚ୍‌ ଗ୍ୟାଲେରିରେ ଜବଦସ୍ତ ଫ୍ୟାନ୍‌ । ଛକ୍କା ଚଉକାର ବାଉଣ୍ଡରୀ ଓ ଓ୍ବିକେଟରେ କମ୍ପୁଛି ପୁରା ଷ୍ଟାଡିୟମ୍‌ । ପ୍ୟାଭିଲୟନ୍‌ରେ ଟିମ୍‌ ପତାକା ସାଙ୍ଗକୁ ଦର୍ଶକ ଗ୍ୟାଲେରୀରେ ଅନେକ ଦୃଶ୍ୟ । ସବୁ ଭିତରେ ଆଲୋଚନାକୁ ଆସିଛନ୍ତି ଜଣେ  ସନ୍ଦିଗ୍ଧ ସୁନ୍ଦରୀ । କିଏ ସେ ସୁନ୍ଦରୀ ଯୁବତୀ ? 

ବକ୍ସ ଗ୍ୟାଲେରୀରେ କ୍ୟାମେରା ଫୋକସ୍‌ରେ ସୁନ୍ଦରୀଙ୍କୁ ଦେଖି ଅନେକ ପ୍ରଶ୍ନ । ଏକ ନିଦ୍ଧିଷ୍ଟ ଦଳର ମ୍ୟାଚ୍‌ ବେଳେ ଦେଖା ଦେଇଛନ୍ତି ଏହି ସୁନ୍ଦରୀ । ବକ୍ସର କାଚ ଭିତରୁ ତାଙ୍କ ଚେହେରା ସମସ୍ତଙ୍କ ନଜରକୁ ଆସିଛି । ଗ୍ୟାଲେରି ବକ୍ସରେ ଫ୍ୟାନ୍ସଙ୍କୁ ମତୁଆଲା କରିଛନ୍ତି ଏହି ମିଷ୍ଟ୍ରିଗାର୍ଲ । ମାତ୍ର କିଛି ସମୟର ଚିତ୍ରରେ ପାଗଳ ପ୍ରାୟ ହୋଇ ଯାଇଛନ୍ତି ଦର୍ଶକ । ଏହି ମିଷ୍ଟ୍ରିଗାର୍ଲ ହେଉଛନ୍ତି ଗୁଜୁରାଟ୍‌ ଟାଇଟନ୍ସର ଫ୍ୟାନ୍‌ । 

ଯିଏକି ନିଜ ଟିମ୍‌କୁ ଚିୟର୍‌ କରିବାକୁ ଗ୍ୟାଲେରି ବକ୍ସରେ ପହଞ୍ଚିଥିଲେ । ନିଜ ଫେଭରିଟ୍‌ ପ୍ଲେୟର ମ୍ୟାଚ୍‌ ହାରୁଥିଲେ ମଧ୍ୟ ସେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ରହିଥିଲେ । ଗୁଜୁରାଟର ଏହି ମିଷ୍ଟ୍ରିଗାର୍ଲ ଦେଖିବାକୁ କୌଣସି ମଡେଲ୍‌ କି ଆକ୍ଟ୍ରେସ୍‌ଙ୍କ ଠାରୁ କମ୍‌ ନୁହନ୍ତି । ଏଥିପାଇଁ ତ ସେ ଖୁବ୍‌ ଚର୍ଚ୍ଚାରେ । 

ଅହମ୍ମଦବାଦର ନରେନ୍ଦ୍ରମୋଦୀ ଷ୍ଟାଡିୟମ୍‌ରେ ୧୭ ଏପ୍ରିଲ୍‌ ମୁକାବିଲା । ଦିଲ୍ଲୀ କ୍ୟାପିଟାଲ୍ ଏବଂ ଗୁଜୁରାଟରେ ଚାଲିଥିଲା ମ୍ୟାଚ୍‌ । ଏହି ମ୍ୟାଚ୍‌ ସମୟରେ ନଜର ଆସିଥିଲେ ଏହି ସନ୍ଦିଗ୍ଧ ସୁନ୍ଦରୀ  । କ୍ୟାମେରା ଲେନ୍ସରେ କ୍ୟାପଚର୍‌ ହୋଇଥିଲେ ସୁନ୍ଦରୀ । ମ୍ୟାଚ୍‌କୁ ଅତି ଗମ୍ଭୀରତାର ସହ ଦେଖୁଥିଲେ । ଏହାପରେ ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା । 

ମିଷ୍ଟ୍ରିଗାର୍ଲଙ୍କୁ ହଲିଉଡ୍‌ ଆକ୍ଟ୍ରେସ୍‌ ଆନା ଦେ ଆର୍ମାସ୍‌ଙ୍କ ସହ ତୁଳନା କରାଯାଉଛି । ଯିଏକି ଏକ ଲୋକପ୍ରିୟ ଅଭିନେତ୍ରୀ । ଅନେକ ଏହି ମିଷ୍ଟ୍ରିଗାର୍ଲଙ୍କ ନାଁ ଗୁଜୁରାଟ୍‌ କ୍ୟାପଟେନ୍‌ ଶୁଭମାନ ଗିଲ୍‌ଙ୍କ ସହ ଯୋଡୁଛନ୍ତି । ତେବେ ଏହି ଯୁବତୀ ଜଣକ କିଏ ଏକଥା ସ୍ପଷ୍ଟ ହୋଇନି । କିନ୍ତୁ ଟିମ୍‌ ପାଇଁ ଏପରି ମିଷ୍ଟ୍ରିଗାର୍ଲଙ୍କ କଥା କିଛି ନୂଆ ନୁହେଁ । ଗତବର୍ଷ ଆଇପିଏଲ୍‌ରେ ମଧ୍ୟ ନଜର ଆସିଥିଲେ ଏମିତି ଜଣେ ମିଷ୍ଟ୍ରିଗାର୍ଲ । ୨୦୨୩ର ମିଷ୍ଟ୍ରିଗାର୍ଲଙ୍କ ନାଁ ତନଭି ଶାହା ଥିଲା । 

ଯିଏକି ପୁରା ମ୍ୟାଚ୍‌ରେ ସମସ୍ତଙ୍କ ଗସିପ୍‌ର ପାଲଟିଥିଲେ କାରଣ । ସେ ପେସାରେ ଜଣେ ଟେନିସ୍‌ ପ୍ଲେୟର୍‌ ଥିଲେ । ଯିଏକି ଟିମ୍‌ ଇଣ୍ଡିଆ ପାଇଁ ଅଣ୍ଡର-୧୯ ମ୍ୟାଚ୍‌ ଖେଳି ଟପ୍‌ ପୋଜିସନ୍‌ରେ ରହିଥିଲେ । ତନଭି ୨୦୨୩ରେ ଗୁଜୁରାଟ୍‌ ଟାଇଟନ୍ସ ପାଇଁ ଆଙ୍କର ଥିଲେ । ଯିଏକି ନିଜ ଟ୍ୟାଲେଣ୍ଟ ଏବଂ ଗ୍ଲାମର ପାଇଁ କ୍ରିକେଟ୍‌ ଫ୍ୟାନ୍ସଙ୍କୁ ନିଜର ଦିଓ୍ବାନା କରିଥିଲେ । 

କ୍ରିକେଟ ଏବଂ ଗ୍ଲାମର କମ୍ବିନେସନ୍‌ ଖୁବ୍‌ ପୁରୁଣା । ଏପରି ଅନେକ ଉଦାହରଣ । ସେ ପ୍ରିତିଜିଣ୍ଟା ହୁଅନ୍ତୁ କିମ୍ବା ନିତା ଅମ୍ବାନୀ । ଏମାନେ ଆଇପିଏଲ୍‌ କ୍ରିକେଟ ଟିମ୍‌ର ମାଲିକାଣୀ ହୋଇପାରନ୍ତି । କିନ୍ତୁ ଏମାନଙ୍କ ଜଲଓ୍ବା ମଧ୍ୟ ପଡିଆରେ କରିଥାଏ କମାଲ୍ । ଜର୍ସିରେ ଥାଇ ମଧ୍ୟ ଟିମ୍‌କୁ ଚିୟର କରିଥାନ୍ତି । ଏମାନଙ୍କ ପାଖରେ ମଧ୍ୟ ବକ୍ସ ଗ୍ୟାଲେରୀରେ ରହିଥାନ୍ତି ଅନେକ ସୁନ୍ଦରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.