LIVE TV

ମୋଦିଙ୍କ ମାଙ୍କୁ ଗାଳି ଦେଇଥିବା ନୌସାଦ ଖାନଙ୍କୁ କଂଗ୍ରେସ ଦେଇଥିଲା ଟିକେଟ୍, ଏବେ ବଦଳାଇଲା ପ୍ରାର୍ଥୀ

NEWS7
america-trump-government-corona-virus-president-donald-trump

ପାଟନା  ୧୭।୧୦:  ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିସାରିଛି କଂଗ୍ରେସ। ହେଲେ ଏଥିରେ ଏବେ ବଡ଼ ଅଦଳବଦଳ କରିଛି। ପାର୍ଟି ଦରଭଙ୍ଗା ଜିଲ୍ଲା ଜାଲେ ସିଟ୍ ରେ ତାର ପ୍ରାର୍ଥୀ ବଦଳାଇଛି। ଏଠାରୁ ଏବେ ଋଷି ମିଶ୍ର କଂଗ୍ରେସର ଅଧିକାରୀକ ପ୍ରାର୍ଥୀ ହେବେ। ତେବେ ଋଷି ଆରଜେଡି ନେତା ଓ ଆସନ ଭାଗବଣ୍ଟାରେ ତାଙ୍କ ସିଟ୍ କଂଗ୍ରେସ ଖାତାକୁ ଚାଲି ଆସିଥିଲା। ଏଣୁ କଂଗ୍ରେସ ନୌସାଦ ଖାନଙ୍କୁ ଟିକେଟ୍ ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ନୌସାଦ ଖାନ ସେହି କଂଗ୍ରେସ ନେତା ଯିଏ ରାହୁଲ ଗାନ୍ଧିଙ୍କ ସଭା ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କୁ ଗାଳି କରିଥିଲେ।

ଏନେଇ ନୌସାଦଙ୍କ ବିରୋଧରେ ପୋଲିସରେ ଏତଲା ରୁଜୁ ହୋଇଥିବା ବେଳେ ସେ ଫେରାର ହୋଇ ଯାଇଛନ୍ତି। ନୌସାଦ ଅଗ୍ରୀମ ଜାମିନ ନିବେଦନ କରିଥିଲେ, ତେବେ କୋର୍ଟ ତାହା ଖାରଜ କରିଦେଇଛି। ତେବେ କଂଗ୍ରେସର ପ୍ରାର୍ଥୀ ତାଲିକା ଜାରି ହେବା ପରେ ଏହାକୁ ନେଇ ବେଶ୍ ବିବାଦ ହୋଇଥିଲା, ହେଲେ ଏବେ ଋଷି ମିଶ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସର ଏହି ଆସନଟିକୁ ନେଇ ଆଗରୁ ମଧ୍ୟ ବିବାଦ ଥିଲା। ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ଏଠାରୁ ଆଲିଗଡ଼ ମୁସ୍ଲିମ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ପୂର୍ବତନ ଅଧ୍ୟକ୍ଷ ମସ୍କୁର ଉସମାନୀଙ୍କୁ ପ୍ରାର୍ଥୀ କରିଥିଲା। ସେତେବେଳେ ମଧ୍ୟ ଉସମାନୀଙ୍କୁ ନେଇ ବିବାଦ ହୋଇଥିଲା।  

ଅନ୍ୟପଟେ ଜଲେ ସିଟ୍ ଏନଡିଏ ନେତୃତ୍ୱ ନେଉଥିବା ବିଜେପି ଖାତାରେ ପଡିଥିବା ବେଳେ ଜୀବେଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଜୀବେଶ ବିଜେପିର ଜଣେ ଦିଗ୍ଗଜ ବିଧାୟକ ଓ ଚଳିତ ବିଧାନସଭାରେ ସେ ମନ୍ତ୍ରୀ ମଧ୍ୟ ଅଛନ୍ତି। ବିହାର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗୁରୁବାର ତାର ପ୍ରଥମ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଏଥିରେ ମୋଟ ୪୮ଜଣଙ୍କ ନାମ ଥିଲା। ଇଣ୍ଡିଆ ମେଣ୍ଟରେ କଂଗ୍ରେସ ବିହାରରେ ଆରଜେଡି ଓ ବାମ ସମେତ ବିଭିନ୍ନ ଦଳଙ୍କୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛି। ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ୨୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। କଂଗ୍ରେସ ନିଜ ଆଡୁ ଏହି ପ୍ରାର୍ଥୀ ତାଲିକା ଜାରି କରିଦେଇଛି। ହେଲେ ରାଜ୍ୟରେ ମହାମେଣ୍ଟର ପ୍ରାର୍ଥୀ ତାଲିକା ଏ ପର୍ଯ୍ୟନ୍ତ ଜାରି ହୋଇ ନାହିଁ। କାରଣ ମହାମେଣ୍ଟରେ ଏ ପର୍ଯ୍ୟନ୍ତ ଆସନ ଭାଗବଣ୍ଟା ତୁଟି ନାହିଁ।