Iran war: ପଶ୍ଚିମ ଏସିୟାରେ ବଢୁଥିବା ସଂଘର୍ଷ ମଧ୍ୟରେ ଇରାନ ଆରମ୍ଭ କଲା ନୂଆ ମିଜାଇଲ ଲହର, ୟୁଏଇରେ ବ୍ୟାପକ କ୍ଷୟକ୍ଷତି

NEWS7
alwar-gang-rape-victim-to-be-women-constable-in-rajasthan-police

  • ଖାରଗ ଦ୍ୱୀପରେ ଥିବା ସୈନ୍ୟ ଘାଟି ଉପରେ ଆମେରିକାର ମିଜାଇଲ ଆକ୍ରମଣ ପରେ ଇରାନ ଏହି ପଦକ୍ଷେପ ନେଇଛି
  • ଆମେରିକୀୟ ମିଜାଇଲ ଲଞ୍ଚର ମୂଳ ସ୍ଥାନକୁ ଆକ୍ରମଣ କରିବା ଆମେ ଆମର ମୌଳିକ ଅଧିକାର ବୋଲି ଇରାନ କହିଛି
  • ଇରାନର କହିବା କଥା ହେଉଛି ଗଲଫ କ୍ଷେତ୍ରରେ ତାର ଆକ୍ରମଣ ଆମେରିକା ସାମରିକ ଘାଟିକୁ ଲକ୍ଷ୍ୟ କରି କରାଯାଉଛି

ତେହେରାନ ୧୪।୩: ପଶ୍ଚିମ ଏସିୟା ଯୁଦ୍ଧ ମଧ୍ୟରେ ଆଞ୍ଚଳିକ ବିରୋଧୀଙ୍କ ବିପକ୍ଷରେ ଜାରି ଆକ୍ରମଣର ଅଂଶ ସ୍ୱରୂପ ଇରାନ ଶନିବାର ମିଜାଇଲ ଆକ୍ରମଣର ଏକ ନୂଆ ଲହର ଆରମ୍ଭ କରିଛି। ଇରାନ ସରକାରୀ ଗଣମାଧ୍ୟମ ପ୍ରେସ୍ ଟିଭି ଏହି ସୂଚନା ଦେଇଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଇରାନ ସେନାର ଜନୈକ ମୁଖପାତ୍ରଙ୍କ ଚେତାବନୀର କିଛି ସମୟ ପରେ ଆରମ୍ଭ ହୋଇଛି। ମୁଖପାତ୍ର କହିଛନ୍ତି ଯେ ଖାରଗ ଦ୍ୱୀପ ଉପରେ ନିକଟରେ ହୋଇଥିବା ଆମେରିକା ଆକ୍ରମଣ ପରେ ତେହେରାନ ୟୁଏଇର ବନ୍ଦର ଓ ଡକ୍ କୁ ଟାର୍ଗେଟ କରିପାରେ।

ଇରାନ ସେନାର ଏହି ଚେତାବନୀ ଶୁକ୍ରବାର ଖାରଗ ଦ୍ୱୀପରେ ଥିବା ସୈନ୍ୟ ଘାଟି ଉପରେ ଆମେରିକାର ମିଜାଇଲ ଆକ୍ରମଣ ପରେ ଆସିଛି। ଏଥିରେ ଶନିବାରର ଚେତାବନୀ ବିଶେଷ କରି ୟୁଏଇ ନିମନ୍ତେ ଦିଆଯାଇଛି। ଏଣୁ ନାଗରିକଙ୍କୁ ବନ୍ଦର ଓ ଡକ୍ ରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ଆଇଆରଜିସି ର କେନ୍ଦ୍ରୀୟ ମୁଖ୍ୟାଳୟ ମୁଖପାତ୍ର ଇବ୍ରାହୀମ ଜୋଲଫାଗରୀ କହିଛନ୍ତି ଯେ ଆମେ ୟୁଏଇ ନେତୃତ୍ୱଙ୍କୁ ଚେତାବନୀ ଦେଉଛୁ ଯେ ଇସ୍ଲାମିକ ରିପବ୍ଲିକ ଇରାନ ନିଜର ଜାତୀୟ ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ରକ୍ଷାରେ ଆମେରିକୀୟ ମିଜାଇଲ ଲଞ୍ଚର ମୂଳ ସ୍ଥାନକୁ ଆକ୍ରମଣ କରିବା ଆମେ ଆମର ମୌଳିକ ଅଧିକାର ମାନୁଛୁ। ଏହା ସେହି ସ୍ଥାନ ଯାହା ଏମିରେଟ ସହର ଆଢୁଆଳରେ ଆମେରିକା ସେନା ବ୍ୟବହାର କରୁଥିବା ବନ୍ଦର ଓ ଡକ। ଏଣୁ ଆମର ଆକ୍ରମଣ ସେହିସବୁ ସ୍ଥାନରେ ହେବ।

ଇରାନର କହିବା କଥା ହେଉଛି ଗଲଫ କ୍ଷେତ୍ରରେ ତାର ଆକ୍ରମଣ ଆମେରିକା ସାମରିକ ଘାଟିକୁ ଲକ୍ଷ୍ୟ କରି କରାଯାଉଛି। ତେବେ ଖବରରୁ ମିଳୁଥିବା ସୂଚନାରେ ଏହି ପୁରା ଅଞ୍ଚଳରେ ହୋଟେଲ, ସାଧାରଣ ନାଗରିକଙ୍କ ଉଚ୍ଚ ଅଟ୍ଟାଳିକା ଓ ତୈଳ ସମ୍ପର୍କିତ ଭିତ୍ତିଭୂମି ମଧ୍ୟ ଇରାନର ଏହି ଆକ୍ରମଣରେ ପ୍ରଭାବିତ ହୋଇଛି। ଏଥି ମଧ୍ୟରେ ଅଲ-ଜଜିରା କହିଛିଯେ ତେହେରାନ ତାର ବ୍ୟାପକ ଆକ୍ରମଣ ରଣନୀତିରେ ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ବିଶେଷ କରି ବାଲିଷ୍ଟିକ୍ ମିଜାଇଲ ଓ ଅଧିକ ବିନାଶକାରୀ କ୍ଷମତା ରଖୁଥିବା ଉଚ୍ଚପ୍ରଭାବଶାଳୀ ଗୋଳାବାରୁଦ ଉପଯୋଗ ବଢାଇବ।