ଆଗାମୀ ୫ ବର୍ଷରେ ସବୁ ରେଳ ଯାତ୍ରୀଙ୍କୁ ମିଳିବ କନଫର୍ମ ଟିକଟ, ଏହା ପିଏମ୍ ମୋଦୀଙ୍କ ଗ୍ୟାରେଣ୍ଟି: ଅଶ୍ୱିନୀ ବୈଷ୍ଣବ

Published By : Prameya-News7 Bureau | April 23, 2024 IST

ନୂଆଦିଲ୍ଲୀ: ଆଗମୀ ପାଞ୍ଚ ବର୍ଷରେ ରେଳ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ସହଜରେ କନଫର୍ମ ଟିକଟ ମିଳିବ । ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ସେ କହିଛନ୍ତି ଯେ ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ରେଲୱେରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିଛନ୍ତି । କେନ୍ଦ୍ରମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ଆଗମୀ ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଯେ ରେଲୱେର କ୍ଷମତା ଏତେ ଅଧିକ ବଢିବ ଯେ ଯାତ୍ରା କରୁଥିବା ପ୍ରାୟ ସମସ୍ତ ଯାତ୍ରୀଙ୍କୁ ସହଜରେ କନଫର୍ମ ଟିକଟ ମିଳିବ ।

ଗତ ଦଶନ୍ଧିରେ ଭାରତୀୟ ରେଲୱେ କିପରି ବଦଳିଛି, ତାହାର ଏକ ଉଦାହରଣ ମଧ୍ୟ ମନ୍ତ୍ରୀ ବୈଷ୍ଣବ ସେୟାର କରିଛନ୍ତି । ସେ କହିଛନ୍ତି ଯେ ରେଲୱେ ଷ୍ଟ୍ରାକ୍ ନିର୍ମାଣ ପ୍ରକ୍ରିୟାରେ ୨୦୦୪-୧୪ ମଧ୍ୟରେ ପ୍ରାୟ ୧୭ ହଜାର କିଲୋମିଟର ନିର୍ମାଣ କରାଯାଇଥିଲା । ସେହିପରି ୨୦୧୪-୨୪ ମଧ୍ୟରେ ୩୧ ହଜାର କିଲୋମିଟର ନୂଆ ଟ୍ରାକ୍ ନିର୍ମାଣ କରାଯାଇଛି । ୨୦୦୪-୧୪ ଯାଏ ୧୦ ବର୍ଷରେ କେବଳ ୫ ହଜାର କିଲୋମିଟର ରେଲୱେ ଟ୍ରାକର ବିଦ୍ୟୁତିକରଣ କରାଯାଇଥିଲା, କିନ୍ତୁ ଗତ ୧୦ ବର୍ଷରେ ଆଶ୍ଚର୍ଯ୍ୟଜନକ ରୂପେ ୪୪ ହଜାର କିଲୋମିଟର ରେଲୱେ ଟ୍ରାକର ବିଦ୍ୟୁତିକରଣ ହୋଇଛି ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୨୦୦୪-୧୪ ମଧ୍ୟରେ କେବଳ ୩୨ ହଜାର କୋଚ୍ ନିର୍ମାଣ କରାଯାଇଥିଲା । ଗତ ୧୦ ବର୍ଷରେ କିନ୍ତୁ ୫୪ ହଜାର କୋଚ୍ ନିର୍ମାଣ କରାଯାଇଛି । ସେହିପରି ମାଲ୍ ପରିବହନ ପାଇଁ କରିଡୋର ୨୦୧୪ ପୂର୍ବରୁ ଗୋଟେ କିଲୋମିଟର ବି ଆରମ୍ଭ ହୋଇ ନଥିଲା । ଏବେ ୨୭୩୪ କିଲୋମିଟରର ଦୁଇଟି ଡିଡିକେଟେଡ୍ ଗୁଡ୍ସ କରିଡୋର ଆରମ୍ଭ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.