ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ମୁହାଁମୁହିଁ ଦୁଇ ଗାଁ, ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

NEWS7
all-passenger-train-services-on-indian-railways-till-may-3

ମାଲକାନଗିରି: ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମାଲକାନଗିରିର ଦୁଇ ଗାଁ ବାସୀ। ଏହି କାରଣରୁ ଏବେ ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ସୋମବାର ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟା ଯାଏ ବନ୍ଦ ରହିବ ଇଣ୍ଟରନେଟ୍। ଏନେଇ ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

 ସୂଚନାଥାଉକି, ୪ ଦିନ ତଳେ ପୋଟେରୁ ନଦୀରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ଏହାକୁ ନେଇ ରାଖାଲଗୁଡ଼ା ଓ ଏମଭି-୨୬ ଗାଁ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି। ରାଖାଲଗୁଡ଼ା ଗାଁ ଲୋକଙ୍କ ଆକ୍ରମଣ ପରେ ଭୟଭୀତ ହୋଇ MV-୨୬ ଗାଁର ସମସ୍ତ ଲୋକେ ଘର ଛାଡ଼ି ପାଖ ଗାଁକୁ ଚାଲିଯାଇଛନ୍ତି।

ତେବେ ଅଘଟଣ ଆଶଙ୍କାରେ ଗାଁରେ ଓଡ଼ିଶା ପୋଲିସ, ଡିଭିଏଫ ଜବାନ ଓ ବିଏସଏଫ ମୁତୟନ ହୋଇଛନ୍ତି । ବାହାର ଲୋକଙ୍କୁ ଗାଁ ଭିତରକୁ ଛଡ଼ାଯାଉନାହିଁ । ଉଭୟ ଗାଁରେ BNS ଧାରା 163 ଜାରି କରାଯାଇଛି । ୪ଦିନ ପାଇଁ ସ୍କୁଲି ଛୁଟି ଘୋଷଣା କରାଯାଇଛି ।