LIVE TV

ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁମ୍ରିମୋ, ଦୁଇ ଦିନ ରହି କରିବେ ପ୍ରଚାର

NEWS7
all-eligible-farmers-in-odisha-will-get-pm-kisan-subsidy-money-says-dharmendra-pradhan

ଭୁବନେଶ୍ବର ୧୫୧୦: ନୂଆପଡ଼ା ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁମ୍ରିମୋ ନବୀନ ପଟ୍ଟନାୟକ । ନୂଆପଡାରେ ଦୁଇ ଦିନ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବେ । ନବୀନ ନିବାସରେ ନବୀନଙ୍କୁ ଭେଟିବା ପରେ ନୂଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମ୍ ଏ ନେଇ ସୂଚନା ଦେଇଛନ୍ତି । ସମସ୍ତେ ଗୋଟିଏ ଟିମ୍ ହୋଇ କାମ କରିବାକୁ ନବୀନ ନେତାଙ୍କୁ ପରାମର୍ଶ ଦେଇଛନ୍ତି ।

ସେପଟେ ବୁଧବାର ସନ୍ଧ୍ୟାରେ ଟିକେଟ୍ ଘୋଷଣା କରିବେ ନବୀନ ପଟ୍ଟନାୟକ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ନାଁ ଘୋଷଣା କରିନାହିଁ । ତେବେ ବିଜେଡି କାହାକୁ ନୂଆପଡା ମୈଦାନକୁ ଓହ୍ଲାଉଛି ତାହା ଉପରେ ନଜର ରହିଛି ।

ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଓ ଭାନୁପ୍ରତାପ ସିଂ ମାଝୀ । ଅବନୀ ଯୋଶୀ ଦୀର୍ଘ ୨୫ ବର୍ଷ ହେବ ବିଜେଡିରେ ରହି ସଂଗଠନକୁ ମଜଭୁତ କରିବାରେ ଅନେକ ସହାୟକ ହୋଇଛନ୍ତି ଏଥିସହ ସେ ଦୁଇ ଥର ଜିଲ୍ଲା ପରିଷଦ ସଭ୍ୟ ଭାବରେ ବିଜେଡିରୁ ବିଜୟୀ ହୋଇଛନ୍ତି ବର୍ତ୍ତମାନ ସେ ବିଜେଡି ଜିଲ୍ଲା ସଭାପତି ଅଛନ୍ତି

ସେହିଭଳି ପୂର୍ବରୁ କୋମନା ବ୍ଲକ୍ ଅଧ୍ୟକ୍ଷ ରହିଛନ୍ତି ମନୋଜ ମିଶ୍ର ସେ ବିଜେଡି ଜିଲ୍ଲା ସଭାପତି ମଧ୍ୟ ଥିଲେ ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି ୨୦୨୪ ନିର୍ବାଚନରେ ଜିଲ୍ଲା ସଭାପତି ରହି କୋମନା ବ୍ଲକ୍ରୁ ବିଜେଡି ଭଲ ଭୋଟ୍ ପାଇଥିବା ବେଳେ ତାଙ୍କ ସମୟରେ ନୂଆପଡ଼ା NAC ଅଧ୍ୟକ୍ଷ ପଦ ପାଇଥିଲେ

ସେହିଭଳି ଭାନୁପ୍ରତାପ ସିଂ ମାଝୀ ତିନି ଥର ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଦୁଇ ଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରହିଥିଲେ ଏଥିସହ ଆଦିବାସୀ କଲ୍ୟାଣ ସଙ୍ଘର ସଭାପତି ମଧ୍ୟ ଅଛନ୍ତି ଯେହେତୁ ନିର୍ବାଚନ ମଣ୍ଡଳୀରେ ୪୨ ପ୍ରତିଶତ ଆଦିବାସୀ ଭୋଟର ଅଛନ୍ତି ତେଣୁ ଭାନୁପ୍ରତାପ ସିଂ ମାଝୀଙ୍କୁ ଚାନ୍ସ ଦେଇପାରେ ବିଜେଡି