LIVE TV
LIVE TV

କପିଲ ଶର୍ମା କେଫେ ଫାୟରିଂ ମାମଲାରେ ନୂଆ ମୋଡ, ଦିଲ୍ଲୀରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

NEWS7
alive-cobra-worshiping-in-this-temple-of-jaypore

ନୂଆଦିଲ୍ଲୀ ୨୭।୧୧: ପ୍ରସିଦ୍ଧ କମେଡିଆନ କପିଲ ଶର୍ମାଙ୍କ କାନାଡାସ୍ଥିତ ‘କ୍ୟାପସ୍ କାଫେ’ ଗୁଳିକାଣ୍ଡ ମାମଲାରେ ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କ୍ରାଇମବ୍ରାଞ୍ଚ ଏହି ମାମଲାରେ ଗୋଲ୍ଡି ଧିଲନ ଗ୍ୟାଙ୍ଗର ଜଣେ ପ୍ରମୁଖ ସୁଟରକୁ ଦିଲ୍ଲୀରୁ ଗିରଫ କରିଛି। ଗିରଫ ସୁଟରକୁ ବନ୍ଧୁ ମାନସିଂହ ଭାବେ ଚିହ୍ନଟ କରାଯାଇଛି। ପୋଲିସ ଅନୁସାରେ କାନାଡାର ସରେସ୍ଥିତ କପିଲ ଶର୍ମାଙ୍କ କେଫେ ଉପରେ ହୋଇଥିବା ଗୁଳି ଘଟଣାରେ କଥିତ ରୂପେ ଏହି ବ୍ୟକ୍ତିର ହାତ ଥିଲା।

କାନାଡରେ ଗୁଳିକାଣ୍ଡ କରିବା ପରେ ବନ୍ଧୁ ମାନସିଂହ ତୁରନ୍ତ ଭାରତ ଫେରିଆସିଥିଲା। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଗୋପନୀୟ ସୂଚନା ମାଧ୍ୟମରେ ତାକୁ ଦିଲ୍ଲୀରୁ ଧରା ଯାଇଛି। ଗିରଫଦାରୀ ବେଳେ ଅଭିଯୁକ୍ତ ନିକଟରୁ ଏକ ଚୀନ୍ ନିର୍ମିତ ପିସ୍ତଲ ଓ କିଛି କାର୍ଟିଜ୍ ଜବତ ହୋଇଛି। ପୋଲିସ ରେକର୍ଡ ଅନୁସାରେ ଗିରଫ ସୁଟର ବନ୍ଧୁ ମାନସିଂହ ବିରୋଧରେ ପୂର୍ବରୁ କେତେକ ଗୁରୁତର ଅପରାଧିକ ମାମଲା ରହିଛି। ଏଣୁ ବନ୍ଧୁ ମାନସିଂହର ଗିରଫକୁ କାନାଡା ଓ ଭାରତରେ ସକ୍ରିୟ ଅପରାଧି ଗ୍ୟାଙ୍ଗ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ମନେ କରାଯାଉଛି।

ବନ୍ଧୁ ମାନସିଂହ ଗିରଫ ପରେ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମଧ୍ୟ ଧରାପଡିପାରନ୍ତି ବୋଲି ଆକଳନ କରାଯାଉଛି। ଏଣୁ ଏହି ଗିରଫଦାରୀ ସେହି ଅନ୍ତର୍ଜାତୀୟ ଅପରାଧିକ ନେଟୱାର୍କ ଉପରୁ ପର୍ଦ୍ଦା ହଟାଇବାରେ ସହାୟତା କରିବ ଯାହା କାନାଡାରେ ସଙ୍ଗଠିତ ଅପରାଧ ଭିଆଇବା ପରେ ଅପରାଧି ଆସି ଭାରତରେ ଶରଣ ନେଉଛନ୍ତି। କପିଲ ଶର୍ମାଙ୍କ କାନାଡା କେଫେ ଉପରକୁ ଗୁଳିମାଡ଼ ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତାଙ୍କ କେଫେ ଉପରେ ଦୁଇ ଥର ଗୁଳିମାଡ଼ ଘଟଣା ଘଟିଛି। ତେବେ ସବୁଥର ଅପରାଧି କେଫେ ବନ୍ଦ ହେବା ପରେ ଗୁଳିକାଣ୍ଡ କରିଥିବା ଜଣାପଡିଛି।