ଆଖିରେ ବିଜୟ ଅଶ୍ରୁ, ଖୁସିରେ ସ୍ତ୍ରୀ-ପିଲାଙ୍କୁ କୁଣ୍ଢାଇଲେ: ପତ୍ନୀ ସୁନୀତା କହିଲେ ଉପରବାଲା....

NEWS7
alarnath-sebayat-demand-to-open-temple

ନୂଆଦିଲ୍ଲୀ ୨୭/୦୨: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ବଡ଼ ରାୟ । ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ଦୋଷମୁକ୍ତ । ପ୍ରମାଣ ଅଭାବରୁ ଉଭୟଙ୍କୁ ଦୋଷମୁକ୍ତ କଲେ କୋର୍ଟ। କୋର୍ଟଙ୍କ ରାୟ ପରେ ଭାବପ୍ରବଣ ହୋଇପଡିଥିଲେ କେଜ୍ରିୱାଲ୍। ମିଡିଆକୁ ବାଇଟ ଦେବା ବେଳେ କାନ୍ଦି ପକାଇଛନ୍ତି ଅରବିନ୍ଦ କେଜ୍ରିୱାଲ୍। ରାୟ ପରେ ସେ କହିଥିଲେ ଯେ ତାଙ୍କ ବିରୋଧରେ ମାମଲା ସମ୍ପୂର୍ଣ୍ଣ ଭାବରେ କପୋଳକଳ୍ପିତ ।

ସେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣି କହିଥିଲେ ଯେ ସେମାନେ ଆମ ଆଦମୀ ପାର୍ଟିକୁ ଧ୍ୱଂସ କରିବା ପାଇଁ ସ୍ୱାଧୀନ ଭାରତର ସବୁଠାରୁ ବଡ଼ ରାଜନୈତିକ ଷଡ଼ଯନ୍ତ୍ର ରଚନା କରିବାକୁ ଏକାଠି ଷଡ଼ଯନ୍ତ୍ର କରିଥିଲେ।ତେବେ ରାୟ ପ୍ରକାଶ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଆଲିଙ୍ଗନ କରିଥିଲେ । ଏହି ମୁହୂର୍ତ୍ତର ଭାବପ୍ରବଣ ଫଟୋ ସାମ୍ନାକୁ ଆସିଛି। ତାଙ୍କ ପିଲାମାନଙ୍କୁ ଜୋରରେ ଆଲିଙ୍ଗନ କରିବା ସମୟରେ ତାଙ୍କ ଆଖିରେ ଲୁହ ଝରି ଆସିଥିଲା । ବିଜୟ ଓ ନିର୍ଦ୍ଦୋଷ ହେବାରେ ତାଙ୍କର ଆନନ୍ଦ ସେହି ମୁହୂର୍ତ୍ତରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା।

 

ତେବେ ଦିଲ୍ଲୀ କୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି ପତ୍ନୀ ସୁନୀତା କେଜରିୱାଲ । ସତ୍ୟର ସବୁବେଳେ ବିଜୟ ହୁଏ ବୋଲି 'ଏକ୍ସ'ରେ ଲେଖିଛନ୍ତି ସୁନୀତା । କୋର୍ଟରୁ ବାହାରି କେଜରିୱାଲ କହିଛନ୍ତି, ଆପ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା । ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବା ପାଇଁ ସମସ୍ତ ଶୀର୍ଷ ନେତାଙ୍କୁ ଜେଲ ପଠାଯାଇଥିଲା। ଦଳର ପାଞ୍ଚ ପ୍ରମୁଖ ନେତାଙ୍କୁ ଗିରଫ କରାଯାଇଥିଲା।

 

ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କହିଛନ୍ତି, "ମୁଁ ବିଚାରପତିମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଅରବିନ୍ଦ କେଜ୍ରିୱାଲ ତାଙ୍କ ସମଗ୍ର ଜୀବନ ସଚ୍ଚୋଟତାର ସହିତ ବଞ୍ଚିଛନ୍ତି। ଆମେ ନିର୍ଯାତନା ସହିଛୁ । ତାଙ୍କୁ ଜେଲରେ ରଖାଯାଇଥିଲା। ମୋତେ କୁହ, ଏହା କ'ଣ ଦୁର୍ନୀତିର ମାମଲା ଥିଲା? ନା, ଏହା ସବୁ କ୍ଷମତା ପାଇଁ ରଚିତ ଏକ ଷଡ଼ଯନ୍ତ୍ର ଥିଲା।"ସେ କହିଥିଲେ ଯେ ତାଙ୍କ ପରିବାର କଷ୍ଟକର ସମୟର ସମ୍ମୁଖୀନ ହୋଇଥିଲେ, କିନ୍ତୁ ସତ୍ୟ ଏବଂ ସଚ୍ଚୋଟତା ଉପରେ ସେମାନଙ୍କର ବିଶ୍ୱାସ କେବେ ବି ଟଳି ନଥିଲା। ତାଙ୍କ ଅନୁସାରେ, ଏହି ଲଢ଼େଇ କେବଳ ଜଣେ ବ୍ୟକ୍ତିଙ୍କ ବିଷୟରେ ନୁହେଁ, ବରଂ ସତ୍ୟ ଓ ନ୍ୟାୟ ପାଇଁ ଥିଲା। ସେ ତାଙ୍କ ସମର୍ଥକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ କହିଥିଲେ ଯେ ତାଙ୍କର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି।

କହିବାକୁ ଗଲେ ମଦ ଦୁର୍ନୀତି ମାମଲାରେ ୨୦୨୪ ମାର୍ଚ୍ଚ ୨୧ରେ ଗିରଫ କରିଥିଲା ଇଡି। ୧୩ ଜୁଲାଇ ୨୦୨୪ରେ ଜେଲରୁ ବାହାରିଥିଲେ। ଏହି ମଦ ଦୁର୍ନୀତି ମାମଲାରେ ଉଭୟ ଇଡି ଏବଂ ସିବିଆଇ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେବେ CBIର ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ କୋର୍ଟଙ୍କ ବଡ଼ ରାୟ ଶୁଣାଇଛନ୍ତି । ପ୍ରମାଣ ଅଭାବରୁ ଉଭୟଙ୍କୁ ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ନିର୍ଦ୍ଦୋଷଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ମାମଲାରେ ପର୍ଯ୍ୟାପ୍ତ ପ୍ରମାଣ ନଥିବା କହିଛନ୍ତି କୋର୍ଟ ।