୫୬ ବର୍ଷିୟ ଅକ୍ଷୟ କୁମାର ଆହତ, ହାତରେ କ୍ରେପ୍ ବ୍ୟାଣ୍ଡେଜ୍ ଲଗାଇଥିବାର ହେଲେ ସ୍ପଟ୍

Published By : Prameya-News7 Bureau | April 27, 2024 IST

ମୁମ୍ଵାଇ ୨୭।୦୪: ବଲିଉଡ ଆକ୍ସନ ତାରକା ଅକ୍ଷୟ କୁମାର । ନିଜର ଦମ୍‌ଦାର ଅଭିନୟ ଏବଂ  ଷ୍ଟାଇଲିସ୍‌   ଲୁକ୍‌ ପାଇଁ ବେଶ  ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏଥର ଅଭିନେତା ଅକ୍ଷୟ କୁମାର ପ୍ରଶଂସକଙ୍କୁ ଟେନସନ ଦେଇଛନ୍ତି। ନିକଟରେ ଅକ୍ଷୟ କୁମାରଙ୍କୁ ମୁମ୍ବାଇରେ ପାପାରାଜିମାନେ ସ୍ପଟ୍‌ କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ ଅଭିନେତାଙ୍କ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। 



ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଭିଡିଓ ଶୁକ୍ରବାର ମୁମ୍ବାଇରେ ଦେଖିବାକୁ ମିଳିଛି। ଏହି ସମୟରେ ଅଭିନେତା ଏକ ଧଳା ରଙ୍ଗର ସାର୍ଟ ଏବଂ କଳା ରଙ୍ଗର କାର୍ଗୋର ଷ୍ଟାଇଲ୍ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ। ଅକ୍ଷୟ କୁମାରଙ୍କ ଚମତ୍କାର ରୂପ ଠାରୁ ଅଧିକ, ତାଙ୍କ ହାତରେ ଥିବା କ୍ରେପ୍ ବ୍ୟାଣ୍ଡେଜ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କୁହାଯାଉଛି ଯେ ଅକ୍ଷୟ କୁମାରଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଛି। କ୍ରେପ ବ୍ୟାଣ୍ଡେଜରେ ଅକ୍ଷୟଙ୍କୁ ଦେଖି ପ୍ରଶଂସକମାନେ ଚିନ୍ତିତ ହୋଇ ଖିଲାଡି କୁମାରଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ନିକଟରେ ଟାଇଗର ଶ୍ରଫଙ୍କ ସହ ଅକ୍ଷୟ କୁମାରଙ୍କ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ପ୍ରେକ୍ଷାଳୟକୁ ଆସିଛି। ଏସବୁ ମଧ୍ୟରେ ଅକ୍ଷୟ କୁମାର ଏକ ନୂଆ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଅକ୍ଷୟଙ୍କ ଏହି ନୂଆ ଚଳଚ୍ଚିତ୍ର ହେଉଛି 'ସ୍କାଏ ଫୋର୍ସ', ଯାହାକୁ ସନ୍ଦୀପ କେୱାଲାନି ନିର୍ଦ୍ଦେଶନା ଦେଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.