ପଦ୍ମାବତ୍ ଫିଲ୍ମରୁ ଅଦିତିଙ୍କୁ ମିଳିଥିଲା ପରିଚୟ, କହିଲେ-ଯଦି ସେମିତି କ୍ୟାମିଓ ମିଳିବ ମୁଁ…

Published By : Prameya-News7 Bureau | May 08, 2024 IST

ମୁମ୍ଵାଇ ୦୮।୦୫: ସଞ୍ଜୟ ଲୀଲା ଭନସାଲୀଙ୍କ ପ୍ରଥମ ୱେବ୍ ସିରିଜ୍ 'ହୀରାମଣ୍ଡି: ଦ ଡାଏମଣ୍ଡ ବାଜାର'।  ବିବୋଜାନ ଚରିତ୍ରରେ ନଜର ଆସିଥିଲେ ଅଭିନେତ୍ରୀ ଅଦିତି ରାଓ ହାଇଦରୀ । ୨୦୧୮ରେ ମୁକ୍ତିଲାଭ କରିଥିବା' ପଦ୍ମାବତ'ରେ ତାଙ୍କ ଚରିତ୍ର ମେହେରୁନିସାଙ୍କୁ ମନେ ପକାଇଥିଲେ ଅଦିତି। ଅଭିନେତ୍ରୀ କହିଛନ୍ତି ଯେ ଯଦି ତାଙ୍କୁ 'ମେହେରୁନିସା' ପରି ଏକ କ୍ୟାମିଓ ଅଫର୍ କରାଯାଏ, ତେବେ ସେ ନିଶ୍ଚିତ ଭାବରେ ତାହା କରିବେ। ଅଦିତି ଭନସାଲୀଙ୍କ ସହ ଥିବା ସମ୍ପର୍କକୁ ହୃଦୟର ସମ୍ପର୍କ ବୋଲି ବର୍ଣ୍ଣନା କରିଥିଲେ।

'ପଦ୍ମାବତ'ର ଅଂଶ ହୋଇଥିବା ଅଦିତି କହିଛନ୍ତି ଯେ ମୁଁ ଭାବୁଛି ଭନସାଲୀ ସାର୍‌ ସମସ୍ତଙ୍କ ଠାରୁ ଭିନ୍ନ। ଯେତେବେଳେ ସେ ମୋତେ ମେହେରୁନିସାଙ୍କ ଭୂମିକା ପାଇଁ ଡାକିଲେ ଏବଂ କହିଥିଲେ ଏହା ଚାରିଜଣଙ୍କ ମଧ୍ୟରେ ସବୁଠାରୁ ଛୋଟ ଚରିତ୍ର, କିନ୍ତୁ ମୋତେ ବିଶ୍ୱାସ କର ଯେ ଏହା ସୁନ୍ଦର ହେବ । ମୁଁ କହିଲି, ସାର୍, ଆପଣଙ୍କୁ ଏସବୁ କହିବାର ଆବଶ୍ୟକତା ନାହିଁ । ଏହି ୨୦-୨୫ ମିନିଟର ଭୂମିକା ଅବିଶ୍ୱସନୀୟ ପ୍ରେମ ହାସଲ କରିଥିଲା। ଏହା ହେଉଛି ଜଣେ ମହାନ ନିର୍ଦ୍ଦେଶକଙ୍କ ଚିନ୍ତାଧାରା।‘ହୀରାମଣ୍ଡି’ ସହିତ ମୁଁ ଅନୁଭବ କଲି ଯେ ମୁଁ ସମ୍ମାନ କରୁଥିବା ଏବଂ ଭଲପାଉଥିବା ବ୍ୟକ୍ତିଙ୍କ ସହିତ ଅଧିକ ସମୟ ପାଇଛି। 

ସଞ୍ଜୟ ସାରଙ୍କ ପରି ନିର୍ଦ୍ଦେଶକଙ୍କ ସହିତ କାମ କରିବା ବହୁତ ବଡ କଥା। ଯେତେବେଳେ ଅଦିତିଙ୍କୁ ପଚରାଯାଇଥିଲା ଯେ ସେ ଭନସାଲୀଙ୍କ ପ୍ରୋଜେକ୍ଟରେ କେଉଁ ବିଶେଷ ଭୂମିକା ଗ୍ରହଣ କରିବାକୁ ଚାହୁଁଛନ୍ତି, ସେତେବେଳେ ସେ କହିଥିଲେ ଯେ ସେ ମୋତେ ଯେକୌଣସି ଭୂମିକା ପାଇଁ ଡାକିବେ ମୁଁ ରାଜି, କାହିଁକି ନା ମୁଁ ଜାଣେ ତାଙ୍କ ଫିଲ୍ମରେ ସବୁ ଚରିତ୍ର ବହୁତ ସ୍ପେଶାଲ ହେବ। ଏହା ୨୦ ମିନିଟର ହେଉ କିମ୍ବା ଆଠ ଘଣ୍ଟାର ଭୂମିକା… ଏହା କିପରି ଏବଂ କେଉଁ ଭଳି ତିଆରି ହେଉଛି ତାହା ଉପରେ ନିର୍ଭର କରେ । କିନ୍ତୁ ଯଦି 'ମେହେରୁନିସା' ପରି ଏକ କ୍ୟାମୋ ଭୂମିକା ମୋ ପାଖକୁ ଆସେ, ମୁଁ କଦାପି ମନା କରିବି ନାହିଁ । ‘ହୀରାମଣ୍ଡି’ରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ରିଚା ଚଢ୍ଡା, ଶର୍ମିନ୍ ସେହଗାଲ ଏବଂ ସଞ୍ଜୀଦା ଶେଖ ମଧ୍ୟ ଅଭିନୟ କରିଛନ୍ତି। ଏହି ସିରିଜ୍ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.