କରୋନା ଭୟରେ ଭଉଣୀଙ୍କ ପାଇଁ ପୂରା ଫ୍ଲାଇଟ୍ ବୁକ୍ କଲେ ଅକ୍ଷୟ କୁମାର : ମୁମ୍ବାଇରୁ ଦିଲ୍ଲୀ ଦେଲେ ଭଡ଼ା

Published By : Prameya-News7 Bureau | May 30, 2020 IST

ମୁମ୍ବାଇ ୩୦/୫: କରୋନା ଭାଇରସ୍ ଯୋଗୁଁ ସବୁ ଲୋକ ଚିନ୍ତାରେ ଅଛନ୍ତି। ଦେଶରେ ଲକଡାଉନ୍ ଯୋଗୁଁ ଲୋକେ ବହୁତ କଷ୍ଟରେ ବାହାରକୁ ବାହାରି ପାରୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଘରେ ବନ୍ଦୀ ଅଛନ୍ତି। ଅଭିନେତା ଅକ୍ଷୟ କୁମାର ପିଏମ୍ କେୟାର୍ସ ଫଣ୍ଡରେ ୨୫କୋଟି ,ବିଏମସିରେ ୩କୋଟି ଏବଂ CINTAA ରେ ୪୫ଲକ୍ଷ ଟଙ୍କା ଡୋନେଟ୍ କରିଛନ୍ତି। ଅନ୍ୟପଟେ ନିଜ ପରିବାର ପାଇଁ ମଧ୍ୟ ଟଙ୍କା ଲୁଟାଇବାକୁ ମଧ୍ୟ ସେ ପଛକୁ ହଟି ନାହାନ୍ତି। ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ବିମାନ ସେବା ଆରମ୍ଭ ହୋଇଯାଇଛି। ଭଉଣୀ ଅଲକା ଭାଟିଆ ଏବଂ ତାଙ୍କ ପିଲାଙ୍କୁ ମୁମ୍ବାଇରୁ ଦିଲ୍ଲୀକୁ ପଠାଇବା ପାଇଁ ଅକ୍ଷୟ କୁମାର ପୂରା ବିମାନ ବୁକ୍ କରିଛନ୍ତି। ସେହିପରି ୨ଦିନ ତଳେ ଭୋପାଳର ଜଣେ ମଦ ବ୍ୟବସାୟୀ ନିଜ ପରିବାରର ୪ ଜଣ ସଦସ୍ୟଙ୍କୁ ନୂଆଦିଲ୍ଲୀ ପଠାଇବା ପାଇଁ ପୂରା ୧୮୦ ଆସନ ବିଶିଷ୍ଟ ଏକ ଏ୩୨୦ ବିମାନକୁ ବୁକ୍‌ କରିଥିଲେ । ସେଇ ବିମାନରେ ସେ ନିଜ ଝିଅ, ଦୁଇ ନାତିନାତୁଣୀ ଏବଂ ସେମାନଙ୍କର ଜଣେ ସହାୟକକୁ ପଠାଇଥିଲେ । ଗତ ସୋମବାର ଦିଲ୍ଲୀରୁ ଏଇ ବିମାନ ଭୋପାଳରେ ପହଞ୍ଚିଥିଲା ।

ଅକ୍ଷୟ କୁମାର ତାଙ୍କ ଭଉଣୀ ଏବଂ ପିଲାଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ଏପରି କରିଛନ୍ତି। ଅକ୍ଷୟ କୁମାରଙ୍କ ବଦାନ୍ୟତା କାହାକୁ ଅଛପା ନାହିଁ। ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏହି ବିମାନରେ ସବୁଠୁ କମ୍ ଯାତ୍ରୀ ଥିଲେ।

ଅକ୍ଷୟ କୁମାର ପ୍ରଥମ ଏପରି ସେଲିବ୍ରିଟି ଯିଏ କରୋନା ଭାଇରସର ଆତଙ୍କ ମଧ୍ୟରେ ସୁଟିଂକୁ ୨୦ଜଣିଆ ଟିମ୍ ସହ ଫେରିଛନ୍ତି। ଆର ବାଲକି ଏବଂ ଅକ୍କି ଏକ ଆହ ସୁଟିଂ କରିଛନ୍ତି। ସୁଟିଂ ସମୟରେ ସମସ୍ତ ଗାଇଡଲାଇନକୁ ଫଲୋ କରାଯାଇଛି। ଲକଡାଉନ୍ ସରିବାର ସ୍ଥିତି ଉପରେ ଏହି ଆଡ୍ ହୋଇଛି ଯେଉଁଥିରେ ଅକ୍ଷୟ କୁମାର ଲୋକଙ୍କୁ ସୁରକ୍ଷିତ ରହିବାକୁ ଟିପ୍ସ ଦେଇଥିବା ନଜର ଆସିବେ।

ମେକର୍ସ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ ମଧ୍ୟ ଓଟିଟିରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମର ଡିଜିଟାଲ୍ ରାଇଟସ ୧୨୫କୋଟି ଟଙ୍କାରେ ବିକ୍ରି କରାଯାଇଛି। ଏହି ଫିଲ୍ମ ମେ ୨୨ତାରିଖରେ ରିଲିଜ ହେବାର ଥିଲା। ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ କିୟାରା ଆଡଭାନି ନଜର ଆସିବେ। ଏହା ଏକ କମେଡ଼ି ହରର ଫିଲ୍ମ। ଏହାର ନିର୍ଦେଶନା ରାଘବ ଲରେନ୍ସ କରିଛନ୍ତି। ଏହି ଫିଲ୍ମ ସାଉଥର ସୁପରହିଟ୍ ଫିଲ୍ମ ‘ମୁନି ୨: କଞ୍ଚନାର ହିନ୍ଦୀ ରିମେକ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.