ରାଜ୍ୟରେ ଅସମ୍ଭାଳ ଜାଡ଼, ୨୬ ଯାଏ ରାଜ୍ୟରେ ଘନ କୁହୁଡିର ଆଲର୍ଟ

NEWS7
akhilesh-yadav-and-chacha-shivpal-yadav-relations-improved-shibpal-may-return-to-party

ଭୁବନେଶ୍ୱର ୨୩।୧୨: ଆସନ୍ତା ୨୬ ତାରିଖ ଯାଏ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସେହିପରି ଆଜିଠାରୁ ୨୬ ତାରିଖ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, ବଲାଙ୍ଗିର ଓ ସୋନପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ବିକ୍ଷିପ୍ତ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିପାରେ । ୨୭ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କନ୍ଧମାଳ ଜିଲ୍ଲାରେ ଶୀତ କଲବଲ କରୁଛି । ଜି. ଉଦୟଗିରି ରେ ଜାରି ରହିଛି ଶୀତ ଲହରୀ । ଦିନ ତମାମ ଖରାରେ ଲୋକଙ୍କ ସମୟ ବିତୁଥିବା ବେଳେ ସନ୍ଧ୍ୟା ନଇଁଲେ ନିଆଁ ପାଲଟିଛି ସାହାରା । ସୁବର୍ଣ୍ଣପୁର ଜିଲ୍ଲାରେ ବି ହାଡଭଙ୍ଗା ଶୀତ ସହ ଘନ କୁହୁଡିର ଏକ ଆସ୍ତରଣ ସକାଳ ୧୦ଟା ପର୍ଯ୍ୟନ୍ତ ଢାଙ୍କି ରଖୁଛି l