ନିଶାଡିଙ୍କୁ ଟେନସନ୍ ନୂଆ ଟିକସ୍ : ୫୫ ଟଙ୍କା ମହଙ୍ଗା ସିଗାରେଟ୍ ଦାମ୍, ଏହି ସବୁ ବ୍ରାଣ୍ଡ୍‌ର ରେଟ୍ ବଢିଲା

NEWS7
ajit-jogi-profile-who-served-first-chief-minister-chhattisgarh-ajit-jogi-passed-away-at-74

ନୂଆଦିଲ୍ଲୀ,୨|୦୨ : ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନା ହୋଇଛି ବଜେଟ୍-୨୦୨୬। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବଜେଟ୍ ଆଗତ କରିଛନ୍ତି । ଏଥିରେ ଅନେକ କିଛି ଜିନିଷ ଶସ୍ତା ହୋଇଛି । ସୋଲାର ପ୍ୟାନେଲଠୁ ଆରମ୍ଭ କରି ବିଦେଶ ଭ୍ରମଣ, ବ୍ୟାଟେରୀ,ଇଭି କାର୍ ଆଦି ଶସ୍ତା ହୋଇଛି । ତେବେ ନିଶାଡି ଏବଂ ମଦ୍ୟପଙ୍କୁ ଝଟକା ଦେଇଛନ୍ତି ସରକାର । ବିଭିନ୍ନ ମଦ ଏବଂ ସିଗାରେଟର ଦାମ୍ ବଢିବ ବୋଲି ଜଣାପଡିଛି ।

ନୂଆ ଏକ୍ସାଇଜ୍ ଶୁଳ୍କ ପରେ ଏହାର ପ୍ରଭାବ ସିଧାସଳଖ ସିଗାରେଟ୍ ଉପରେ ପଡିବ ।୧୦ଟି ସିଗାରେଟ୍ ଥିବା ପ୍ୟାକେଟ୍ ର ଦାମ୍ ଅତି କମରେ ୨୨ରୁ୨୫ ଟଙ୍କା ବୃଦ୍ଧି ପାଇବ । କାରଣ ସରକାର ଦୀର୍ଘ ବର୍ଷ ପରେ ପ୍ରଥମ ଥର ସିଗାରେଟ୍ ଉପରେ ଟିକସ୍ ବୃଦ୍ଧି କରିଛନ୍ତି । ସ୍ୱାସ୍ଥ୍ୟକୁ ନଜରରେ ରଖି ଟିକସ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଦାମ୍ ସିଗାରେଟର ଆକାର ଏବଂ ପ୍ରକାର ହିସାବରେ ପୃଥକ ପୃଥକ ରହିବ ।

ବ୍ୟବସାୟୀଙ୍କ କହିବାନୁସାରେ, ଦାମୀ ସିଗାରେଟ୍ ଯାହା ୭୬ ମିଲିମିଟର ତାହାର ଦାମ୍ ୫୦ରୁ୫୫ ଟଙ୍କା ବଢିଯିବ । ପ୍ୟାକେଟ୍ ପିଛା ଏହି ଦାମ୍ ବଢିବ । ତେବେ କମ୍ପାନୀମାନେ ନୂଆ ରେଟ୍ ଜାରି କରିନାହାଁନ୍ତି । ଏବେ ବ୍ୟବସାୟୀ ପୁରୁଣା ରେଟରେ ବିକ୍ରୟ କରୁଛନ୍ତି ।

ସେମାନେ ଆଶା କରୁଛନ୍ତି ଯେ, ରବିବାର ହୋଲସେଲ୍ ମାର୍କେଟ୍ ବନ୍ଦ ଥିଲା । ତେଣୁ ସୋମବାର -ମଙ୍ଗଳବାର ଭିତରେ ନୂଆ ରେଟ୍ ଆସିପାରେ । ପିଟିଆଇର ରିପୋର୍ଟ ଅନୁସାରେ, ଓ୍ୱିଲିସ୍ ନାଭି କଟ୍ ସିଗାରେଟ୍ ଯାହାକି୭୬ମିମି ଲମ୍ବା ତାହାର ଦାମ୍ ହେଉଛି ପ୍ୟାକେଟ୍ ପିଛା ୯୫ଟଙ୍କା । ଦାମ୍ ବଢିଲେ ଏହା ୧୨୦ଟଙ୍କାରେ ପହଁଚିଯିବ ।

୮୪ ମିମି ଲମ୍ବର ସିଗାରେଟ୍ ଯେପରିକି ଗୋଲ୍ଡ୍ ପ୍ଲେକ୍ସ କିଙ୍କ୍, ଲାଇଟ୍ ଓ୍ୱିଲି କ୍ଲାସିକ୍, ଓ୍ୱିଲି କ୍ଲାସିକ୍ ମିଲ୍ଡର ପ୍ୟାକେଟ୍ ଏବେ ୧୭୦ଟଙ୍କାରେ ମିଳୁଛି । ନୂଆ ଦାମ୍ ଲାଗୁ ହେଲା ପରେ ଏହା ୨୨୦-୨୨୫ ଟଙ୍କା ହୋଇଯିବ । ଅନ୍ୟ ଦିଗରେ ଖୁବ୍ ପତଳା ସିଗାରେଟ୍ ଯେପରିକି କ୍ଲାସିକ୍ କନେକ୍ଟ ଯାହାର ଲମ୍ବ୯୫ମିମି ତାହା ଏବେ ୩୦୦ଟଙ୍କାରେ ମିଳୁଛି । ଏହାର ପ୍ୟାକେଟରେ୨୦ଟି ସିଗାରେଟ୍ ରହୁଛି । ଆଗକୁ ଏହା ୩୫୦ ଟଙ୍କାରେ ବିକ୍ରି ହେବ ।

ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି ଯେ, ଦାମ୍ ବଢିଲେ ବେଆଇନ ଭାବେ ଚୋରା ଚାଲାଣ ବୃଦ୍ଧି ପାଇବ । ଏବେ ଦେଶରେ ରୁହଜାର ସିଗାରେଟ୍ ହୋଲସେଲ୍ ବେପାରୀ ରହିଛନ୍ତି । କିଛି କମ୍ପାନୀ ନିଜର ପୁରୁଣା ଷ୍ଟକକୁ ମାର୍କେଟକୁ ପଠାଇ ନାହାଁନ୍ତି । ନୂଆ ଟିକସ୍ ରେ ବିଲ୍ ହେଲା ପରେ ଏସବୁକୁ ମାର୍କେଟରେ ପ୍ରବେଶ କରାଯିବ । ତେବେ ତମ୍ବାଖୁ ଜିନିଷ ଉପରେ କ୍ଷୁଦ୍ର ଦୋକାନୀ ନିର୍ଭର କରିଥାନ୍ତି । ଦାମ୍ ବଢିଲେ ସେମାନେ ପ୍ରଭାବିତ ହେବେ । ସେମାନେ ଅସାଧୁ ଉପାୟରେ ଏସବୁକୁ ବିକ୍ରି କରିପାରନ୍ତି । ତେବେ ନିୟମ କାନୁନ ମାନି ବ୍ୟବସାୟ କରୁଥିବା ବେପାରୀ ପ୍ରଭାବିତ ହେବେ ବୋଲି ସିଗାରେଟ୍ ବ୍ୟବସାୟୀ ସଙ୍ଘ କହିଛି ।