ଇରାନ-ଇସ୍ରାଏଲ ଟେନସନ୍: ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ ଅଭିଭ୍ ବିମାନ ଉଡ଼ାଣ ସ୍ଥଗିତ

Published By : Prameya-News7 Bureau | April 19, 2024 IST

India Today

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଏପ୍ରିଲ ୩୦ ପର୍ଯ୍ୟନ୍ତ ତେଲ ଅଭିଭରୁ ବିମାନ ଉଡ଼ାଣ ସ୍ଥଗିତ ରଖିବାକୁ ଘୋଷଣା କରିଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି କାରଣରୁ ବିମାନ ସେବା ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ଗତ ରବିବାର ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ଏବଂ ଟେଲ ଅଭିଭ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ସ୍ଥଗିତ ରହିଛି। ପ୍ରାୟ ପାଞ୍ଚ ମାସର ବ୍ୟବଧାନ ପରେ ଟାଟା ଗ୍ରୁପ୍ ମାଲିକାନା ଏୟାରଲାଇନ୍ସ ମାର୍ଚ୍ଚ ୩ରେ ଇସ୍ରାଏଲର ରାଜଧାନୀକୁ ସେବା ଆରମ୍ଭ କରିଥିଲା।

ଏୟାର ଇଣ୍ଡିଆ ପୋଷ୍ଟ କରି କହିଛି, 'ମଧ୍ୟପ୍ରାଚ୍ୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲ ଅଭିଭରୁ ଆମର ବିମାନ ଉଡ଼ାଣ ୩୦ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ସ୍ଥଗିତ ରହିବ। ଆମେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିଛୁ। ଆମେ ଆମର ଯାତ୍ରୀମାନଙ୍କୁ ସାହାଯ୍ୟ କରୁଛୁ, ଯେଉଁମାନେ ତେଲ ଅଭିବରୁ ବୁକ୍ କରିଛନ୍ତି।

ବିମାନ ସେବା କହିଛି ଯେ ଏହା ଦ୍ୱାରା ପ୍ରଭାବିତ ଯାତ୍ରୀମାନେ ବାତିଲ ଦେୟ ଉପରେ ଛାଡ ପାଇବେ। ଗ୍ରାହକ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଏୟାର ଇଣ୍ଡିଆ ମଧ୍ୟ ନିଜର ଏପରି ନିଷ୍ପତ୍ତି ନେଇଛି।

ଏହି ବିମାନ ପ୍ରଭାବିତ ଯାତ୍ରୀମାନଙ୍କୁ ପରବର୍ତ୍ତୀ ବିକାଶ ବିଷୟରେ ଅଦ୍ୟତନ ରହିବାକୁ ଏବଂ ସେମାନଙ୍କ ଯାତ୍ରା ବ୍ୟବସ୍ଥାରେ ସହାୟତା ପାଇଁ ଏୟାର ଇଣ୍ଡିଆ ଗ୍ରାହକ କେୟାର ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.