ଜେନୋଫୋବିଆ ଯୋଗୁ ଭାରତ ଓ ଚୀନ ଅର୍ଥନୀତି ବିକାଶ ହେଉନି: ଆମେରିକା ରାଷ୍ଟ୍ରପତି

Published By : Prameya-News7 Bureau | May 02, 2024 IST

indiatoday

ୱାଶିଂଟନ: ଭାରତ, ଚୀନ, ଜାପାନ ଓ ଋଷ ଜେନୋଫୋବିକ୍(ବିଦେଶୀ ଲୋକଙ୍କ ପ୍ରତି ଭୟ ଓ ବିଦ୍ୱେଷ) ଦେଶ। ଜେନୋଫୋବିଆ ଯୋଗୁ ଏହି ଦେଶଗୁଡ଼ିକର ଅର୍ଥନୀତି ବାଧାପ୍ରାପ୍ତ ହୋଇଛି। ଗତକାଲି(ମେ ୧)ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। 

ଶରଣାର୍ଥୀମାନଙ୍କୁ ଗ୍ରହଣ କରୁନଥିବା ଦେଶଗୁଡ଼ିକର ଉଦାହରଣ ଦେଇ ଏପରି କହିଛନ୍ତି ବାଇଡେନ୍। ରୟଟର୍ସକୁ ପ୍ରତିକ୍ରିୟା ଦେଇ ବାଇଡେନ୍ କହିଛନ୍ତି- ଆମର ଅର୍ଥନୀତି ବଢ଼ିବାର କାରଣ ହେଉଛି ଆପଣ ଓ ଅନ୍ୟମାନେ। ରୟଟର୍ସର ଆର୍ଥିକ ସହଯୋଗୀ କାର୍ଯ୍ୟକ୍ରମକୁ ଉଦାହରଣ ଦେଇ ଏଭଳି କହିଛନ୍ତି ବାଇଡେନ୍। ସେ କହିଛନ୍ତି “ ଚୀନର ଅର୍ଥନୀତି ଏତେ ଖରାପ ସ୍ଥିତିର କେମିତି ଅଟକିଛି? କାହିଁକି ଜାପାନର ସମସ୍ୟାରେ ରହିଛି? କାହିଁକି ଋଷ, କାହିଁକି ଭାରତ?। କାରଣ ସେମାନେ ଜେନୋଫୋବିକ୍। ସେମାନେ ଶରଣାର୍ଥୀଙ୍କୁ ଚାହାନ୍ତି ନାହିଁ। ଶରଣାର୍ଥୀମାନେ ହିଁ ଆମକୁ ମଜଭୁତ କରନ୍ତି।”

ଜେନୋଫୋବିକ ଶବ୍ଦର ଅର୍ଥ ହେଉଛି ବିଦେଶୀ ଲୋକଙ୍କ ପ୍ରତି ଘୃଣା ଓ ଭୟଭାବ ଦେଖାଇବା ନା ପସନ୍ଦ କରିବା। ବାଇଡେନ୍ କହିଥିବା ଦେଶଗୁଡ଼ିକ ଶରଣାର୍ଥୀଙ୍କୁ ଗ୍ରହଣ କରୁ ନାହାନ୍ତି ବୋଲି ଆମେରିକା କହିବାକୁ ଚେଷ୍ଟା କରିଛି।  

ଆମେରିକାର ନିର୍ବାଚନ ସମୟ ଚାଲିଛି। ଏଥିପାଇଁ ଅର୍ଥ ଯୋଗାଡ଼ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାରରେ ଶରଣାର୍ଥୀ ମାମଲା ଏକ ବଡ଼ ଧ୍ରୁବୀକରଣ ବିଷୟ। ଲଗାତର ତୃତୀୟ ମାସରେ ଆମେରିକାର ଶରଣାର୍ଥୀ ଏକ ବଡ଼ ସମସ୍ୟା ବୋଲି ନିକଟରେ ଗ୍ୟାଲପ୍‌ ସର୍ଭେରେ ଏହା ଜଣାପଡ଼ିଛି। ତେଣୁ ନିର୍ବାଚନର ନେତାଏ ଏହି ପ୍ରସଙ୍ଗକୁ ଉଠାଇ ଆମେରିକାବାସୀଙ୍କ ମନ କିଣିବାକୁ ଚେଷ୍ଟା କରୁଛନ୍ତି।  

ପଢ଼ନ୍ତୁ-ଗୁଗଲରୁ ବାହାରିଲେ ୨୦୦ କର୍ମଚାରୀ, ଆଗକୁ ବଢିପାରେ ଛଟେଇ କର୍ମଚାରୀଙ୍କ ସଂଖ୍ୟା

ତେବେ ନିର୍ବାଚନରେ ଲୋକଙ୍କ ମନ ନେବାକୁ ବାଇଡେନ୍ ସିନା ଭାରତର ଅର୍ଥନୀତିକୁ ନିମ୍ନ ବୋଲି ଦର୍ଶାଇଲେ ହେଲେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଅନୁମାନ କିଛି ଅଲଗା ରିପୋର୍ଟ ଦେଇଛି। ୨୦୨୩ ତୁଳନାରେ ୨୦୨୪ରେ ବିଶ୍ୱ ଅର୍ଥନୀତି ମନ୍ଥର ହେବ। ହେଲେ ଭାରତ ଅର୍ଥନୀତି ୬.୮ ପ୍ରତିଶତ ହରାରରେ ବଢ଼ିବ ବୋଲି ବୋଲି ଆଇଏମ୍‌ଏଫ୍‌ କହିଛି। 

ଆଇଏମ୍ଏଫ୍ ଅନୁମାନକୁ ନେଇ ରୟଟର୍ସର ରିପୋର୍ଟ ଅନୁସାରେ, ଜାପାନ ଭଳି ବିକଶିତ ଅର୍ଥନୀତିଗୁଡ଼ିକରେ ସାମାନ୍ୟ ୦.୯% ଅଭିବୃଦ୍ଧି ଦେଖିବାକୁ ମିଳିବ। ସେହିପରି ଭାରତ ବଳି ବିକାଶୀଳ ରାଷ୍ଟ୍ରରେ ଅଭିବୃଦ୍ଧି ୬.୮ ପ୍ରତିଶତ ହାରରେ ବଢ଼ିବ। ତେବେ ୨୦୨୩ ଅପେକ୍ଷା ୨୦୨୪ରେ ଆମେରିକା ଅର୍ଥନୀତି ଟିକେ ଭଲ ୨.୭ ପ୍ରତିଶତ ହାରରେ ବଢ଼ିବ ବୋଲି ଆଇଏମ୍‌ଏଫ୍ କହିଛି। ୨୦୨୩ରେ ଆମେରିକା ୨.୫ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.