ପତ୍ନୀଙ୍କ ସହ ଶୟନ କକ୍ଷରେ ଶୋଇଥିଲେ ମାଡୁରୋ, ଉଠାଇ ଆଣିଲା ଡେଲ୍ଟା ଫୋର୍ସ

NEWS7
air-india-flight-ai-467-damage-going-from-delhi-to-vijayawada

ୱାସିଂଟନ ୩।୧: ଆମେରିକା ଦ୍ୱାରା ଭେନେଜୁଏଲାରେ ମିଲେଟ୍ରି ଆକ୍ସନରେ ସାରା ବିଶ୍ୱରେ ରାଜନୈତିକ ନେତା ଓ ସରକାର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାଡୁରୋ ଧରାପଡିଥିବା କହିଛନ୍ତି ଓ ତାଙ୍କୁ ଦେଶରୁ ବାହାରକୁ ନେଇ ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ଏହି ଅପରେସନକୁ ସେତେବେଳେ ରୂପାୟନ କରିଥିଲା ଯେତେବେଳେ ମାଡୁରୋ ଦମ୍ପତ୍ତି ତାଙ୍କ ରାଷ୍ଟ୍ରପତି ଭବନ ଶୟନ କକ୍ଷରେ ଶୋଇଥିଲେ।

ସିଏନଏନର ଏକ ରିପୋର୍ଟ ଅନୁସାରେ ମାମଲା ସମ୍ପର୍କିତ ଦୁଇ ଜଣ ସୂତ୍ର କହିଛନ୍ତି ଯେ ମଧ୍ୟରାତ୍ରରେ ମାଡୁରୋ ଦମ୍ପତ୍ତିଙ୍କୁ ଶୋଇଥିବା ବେଳେ ଗିରଫ କରାଯାଇଛି। ଜନୈକ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଆମେରିକା ସେନାର ଏଲିଟ ଡେଲ୍ଟା ଫୋର୍ସ ଦ୍ୱାରା କରାଯାଇଥିବା ଏହି ଚଢଉରେ ଜଣେ ବି ଆମେରିକୀୟ ସୈନିକ ହତାହତ ହୋଇ ନାହାନ୍ତି। ରାଷ୍ଟ୍ରପତି ନିକୋଲସ ମାଡୁରୋ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରେସଙ୍କ ଉପରେ ଆମେରିକାରେ ଅନେକ ଗୁରୁତର ସଂଘୀୟ ଆରୋପ ଲଗାଯାଇଥିବା ଆମେରିକୀୟ ଅଧିକାରୀମାନେ ଶନିବାର କହିଛନ୍ତି।

ଏଣୁ ଆଶା କରାଯାଉଛି ଆମେରିକାରେ ସେମାନଙ୍କୁ ମୋକଦ୍ଦମାର ସମ୍ମୁଖୀନ ହେବାକୁ ପଡିପାରେ। ଆମେରିକା ଆଟର୍ଣ୍ଣି ଜେନେରାଲ ପାମେଲା ବଣ୍ଡି କହିଛନ୍ତି ଯେ ମାଡୁରୋ ଓ ଫ୍ଲୋରସ ଉଭୟଙ୍କ ଉପରେ ନ୍ୟୁୟର୍କର ଦକ୍ଷିଣ ଜିଲ୍ଲାରେ ଅନେକ ଅପରାଧିକ ମାମଲା ରହିଛି। ବଣ୍ଡିଙ୍କ ଅନୁସାରେ ସେମାନଙ୍କ ବିରୋଧରେ ନାର୍କୋ ଟେରରିଜିମ ଷଡ଼ଯନ୍ତ୍ର, ଆମେରିକାକୁ କୋକେନ ରପ୍ତାନୀ ଷଡ଼ଯନ୍ତ୍ର, ଏହି ଡ୍ରଗ ଅପରାଧ ପାଇଁ ବିନାଶକ ମେସିନଗନ ଓ ବିନାଶକାରୀ ଉପକରଣ ରଖିବାର ସଡ଼ଯନ୍ତ୍ର ଆଦି ରହିଛି।

ବଣ୍ଡି କହିଛନ୍ତି ଯେ ଏହି ସବୁ ଅଭିଯୋଗ ଏକ ଦୀର୍ଘ ଯାଞ୍ଚକୁ ଦର୍ଶାଉଛି, ଯେଉଁଥିରେ ମାଡୁରୋ ଓ ତାଙ୍କ ପତ୍ନୀଙ୍କୁ ଅନ୍ତର୍ଜାତୀୟ ଡ୍ରଗ ତସ୍କରୀ ଓ ଆତଙ୍କବାଦ ଗତିବିଦ୍ଧି ସହ ଯୋଡା ଯାଇଛି। ସେ କହିଛନ୍ତି ଯେ ଏହି ଦମ୍ପତ୍ତି ଖୁବ୍ ଶୀଘ୍ର ଆମେରିକା ମାଟିରେ ଆମେରିକୀୟ କୋର୍ଟରେ ଆମେରିକା ନ୍ୟାୟର ପୁରା ପ୍ରକରଣର ସମ୍ନା କରିବ।