ରେଳବାଇରେ AI ଟେକ୍ନୋଲଜିର ଏଣ୍ଟ୍ରି, ଏବେ ସେକେଣ୍ଡରେ ଜଣାପଡିଯିବ ୱାଗନରେ ଥିବା ତ୍ରୁଟି

NEWS7
air-india-employees-ordered-to-vacate-the-house-employees-will-go-on-strike

ରାୟପୁର ୧୫।୩: ଦେଶରେ ରେଳ ଚଳାଚଳକୁ ଅଧିକ ସୁରକ୍ଷିତ ଓ ଟେକ୍ନୋଲଜି ଆଧାରିତ କରିବା ପାଇଁ ଦକ୍ଷିଣ-ପୂର୍ବ-କେନ୍ଦ୍ର ରାଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଭିଲାଇସ୍ଥିତ ପିପି ୟାର୍ଡରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ୱାଗନ ଡ୍ୟାମେଜ ଡିଟେକ୍ସନ ସିଷ୍ଟମ କମିସନିଂ କରାଯାଇଛି। ଏହି ଅତ୍ୟାଧୁନିକ ପ୍ରାଣାଳୀର ଉଦ୍ଦେଶ୍ୟ ୟାର୍ଡକୁ ମରାମତି ପାଇଁ ଆସୁଥିବା ଗୁଡସ୍ ଟ୍ରେନ ୱାଗନରେ ଥିବା ତ୍ରୁଟିକୁ ଦ୍ରୁତ ଓ ସଠିକ ଚିହ୍ନଟ କରିବା। ଏହା ଦ୍ୱାରା ମରାମତି କାର୍ଯ୍ୟକୁ ଆହୁରି ପ୍ରଭାବୀ ଢଙ୍ଗରେ କରାଯାଇ ପାରିବ ଓ ରେଳ ସୁରକ୍ଷା ଅଧିକ ମଜଭୁତ ହେବ।

ଏହି ଏଆଇ ଆଧାରିତ ପ୍ରଣାଳୀ ମେସିନ ଲର୍ଣ୍ଣିଂ ଏଲଗୋରିଦିମ ମାଧ୍ୟମରେ ରେଳ ୱାଗନରେ ଥିବା ତ୍ରୁଟିକୁ ତୁରନ୍ତ ଚିହ୍ନଟ କରୁଛି। କୌଣସି ରାକ୍ ୟାର୍ଡରେ ପ୍ରବେଶ କରିବା ପରେ ଏହି ପ୍ରଣାଳୀ ହାଇ ଡେଫିନେସନ ମେସିନ ଭିଜନ କ୍ୟାମେରା ଓ ବିଶେଷ ଆଲୋକ ସ୍ରୋତ ମାଧ୍ୟମରେ ୱାଗନର ଛବି ନେଇ ଏହାର ବିଶ୍ଲେଷଣ କରୁଛି। ଏହା ପରେ ପ୍ରତ୍ୟେକ ୱାଗନ ନମ୍ବର ସହିତ ଚିହ୍ନଟ ତ୍ରୁଟିର ବିସ୍ତୃତ ରିପୋର୍ଟ ଆପେ ଆପେ ପ୍ରସ୍ତୁତ ହୋଇଯାଉଛି। ଏହି ପ୍ରଣାଳୀ ପାରମ୍ପରିକ ନିରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ସମ୍ଭାବିତ ତ୍ରୁଟିର ସୂଚନା ଦେଇ ପାରୁଛି।

ଏହା ଦ୍ୱାରା ମରାମତି ଓ ରକ୍ଷଣା ବେକ୍ଷଣ ଯୋଜନା ଶୀଘ୍ର ତିଆରି କରାଯିବା ସହ ତ୍ରୁଟି ବିହୀନ ମରାମତି ହୋଇ ପାରୁଛି। ତରୁଣ ପ୍ରକାଶଙ୍କ ମାର୍ଗଦର୍ଶନରେ ଜୋନରେ ଆଧୁନିକ ଟେକ୍ନୋଲଜି କୁ ଆପଣେଇବା ଦିଗରେ ଦ୍ରୁତ କାମ କରାଯାଉଛି। ଏହି ପଦକ୍ଷେପ ଯୋଗୁ ନା କେବଳ ରେଳ ସୁରକ୍ଷା ମଜଭୁତ ହେବ ବରଂ ମାଲ ପରିବହନ ଦକ୍ଷତାରେ ମଧ୍ୟ ଉଲ୍ଲେଖନୀୟ ସୁଧାର ହେବ ବୋଲି ଆଶା କରାଯାଉଛି।