LIVE TV

ରେକର୍ଡ କରିବେ ବିଜେପି, ୪୦ ହଜାର କର୍ମୀଙ୍କ ଉପସ୍ଥିତିରେ ଭରିବେ ନାମାଙ୍କନ

NEWS7
ahead-up-election-gorakhpur-pm-modi-attack-on-sp-akhilesh-yadav

ଭୁବନେଶ୍ୱର ୧୫।୧୦ : ନୂଆପଡ଼ା ଉପନିର୍ବାଚନରେ ବିଜେପି ଐତିହାସିକ ବିଜୟ ଲାଭ କରିବ । ନୂଆପଡ଼ା ଉପନିର୍ବାଚନ ଲାଗି ଗୁରୁବାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁରୁବାର ନାମାଙ୍କନ ଭରିବେ ଜୟ ଢୋଲକିଆ । ଏହି ସମୟରେ ୪୦ ହଜାର କର୍ମୀ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଦି ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ନୂଆପଡ଼ା ଉପନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ନୂଆପଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ଲାଭ କରିବ ଦଳ । ଗୁରୁବାର ଦିନ ୧୧ଟା ୩୦ ମିନିଟରେ ମିଶ୍ର ପର୍ବ ଆୟୋଜନ କରାଯିବ ସେଥିରେ ୧୦୦ରୁ ଅଧିକ ସରପଞ୍ଚ, ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟ ଅନ୍ୟ ଦଳ ଛାଡି ବିଜେପିରେ ଯୋଗଦାନ କରିବେ ନୂଆପଡାର ବିଜେପି ସପକ୍ଷରେ ଜନମତ ଆସିବ । ଗତ ୧୬ ମାସର ରାଜ୍ୟର ସରକାର ଏବଂ ସାଢେ ଏଗାର ବର୍ଷର କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା କାରଣରୁ ଲୋକମାନେ ପୁଣି ଦଳକୁ ସମର୍ଥନ କରିବେ । ୪୦ ହଜାର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ଉପସ୍ଥିତିରେ ନାମାଙ୍କନ କରିବେ ଜୟ ଢୋଲକିଆ ।