LIVE TV
LIVE TV

WPL-୨୦୨୬ ଅକ୍ସନ୍: ସବୁଠାରୁ ମହଙ୍ଗା ଖେଳାଳି ଦିପ୍ତୀ ଶର୍ମା, ଆଲିସା ହିଲି ଅନସୋଲ୍ଡ

NEWS7
after-quarrelling-with-wife-husband-climbed-up-the-tower-to-suicide

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୬ ଲାଗି ମେଗା ନିଲାମ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମାର୍କି ଖେଳାଳିମାନଙ୍କ ନିଲାମ ହୋଇଥିବା ଜଣାପଡ଼ିଛି । ଏହି ବର୍ଗରେ ମୋଟ ୮ ଜଣ ଖେଳାଳି ଥିଲେ । ସମସ୍ତଙ୍କୁ ନିଜ ନିଜର ଦଳ ମିଳିଥିବା ବେଳେ ଆଲିସା ହିଲି ଅନସୋଲ୍ଡ ଅଛନ୍ତି । ଏହି ରାଉଣ୍ଡରେ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି ଅଲରାଉଣ୍ଡର ଦୀପ୍ତି ଶର୍ମା । ତାଙ୍କୁ ୟୁପି ୱାରିୟର୍ସ ଆରଟିଏମ ବ୍ୟବହାର କରି ଦିପ୍ତୀ ଶର୍ମାଙ୍କୁ ଟିମରେ ସାମିଲ କରିଛି । ଦେଖନ୍ତୁ, କେଉଁ ଦଳ ୭ ଜଣ ମାର୍କି ଖେଳାଳିଙ୍କୁ କେତେ ମୂଲ୍ୟରେ କିଣିଛନ୍ତି ।

ୟୁପି ୱାରିୟର୍ସକୁ ଫେରିବା ନେଇ ଖୁସି ପ୍ରକାଶ କରି ଦୀପ୍ତି ଶର୍ମା କହିଛନ୍ତି, ‘ବହୁତ ଭଲ ଲାଗୁଛି। ମୁଁ ୟୁପିରୁ ଆସିଛି, ତେଣୁ ଏହି ଦଳ ସହିତ ମୋର ଏକ ଦୃଢ଼ ସମ୍ପର୍କ ଅଛି। ଏଠାକାର ପରିଚାଳନା ସଦସ୍ୟ ଏବଂ ସହାୟକ ବହୁତ ଭଲ । ମହିଳା ପ୍ରିମିୟର ଲିଗ୍ ମୋର ପ୍ରଦର୍ଶନକୁ ଉନ୍ନତ କରିବାରେ ମୋତେ ବହୁତ ସାହାଯ୍ୟ କରିଛି।’

ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗ୍ ୨୦୨୬ ନିଲାମ ତାଲିକାରେ ଆଲିସା ହିଲିଙ୍କ ପଛରେ ତୃତୀୟ ସ୍ଥାନରେ ରହିଥିଲେ। ହିଲିଙ୍କୁ କୌଣସି ଦଳ ନନେବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । କାରଣ ଆଲିସା ହିଲି ମହିଳା ବିଶ୍ବକପରେ ଖୁବ ଭଲ ପ୍ରଦର୍ଶନ କରିଥିଲେ । ସେପଟେ ଦିପ୍ତୀଙ୍କୁ ନେବା ପାଇଁ ଦିଲ୍ଲୀ ପ୍ରଥମେ ଆଗ୍ରହ ଦେଖାଇ ଥିଲା । ପରେ ୟୁପି ଓ୍ବାରିୟର୍ସ ତାଙ୍କ ଉପରେ RTM (ଟ୍ରେଡ୍ ଟୁ ରିଟର୍ଣ୍ଣ) ବ୍ୟବହାର କରିଥିଲା । ଏହା ପରେ ଦିଲ୍ଲୀ ଏହାର ଚୂଡ଼ାନ୍ତ ମୂଲ୍ୟ ୩ କୋଟି ୨୦ ଲକ୍ଷ ଘୋଷଣା କରିଥିଲା। ୟୁପି ଆରଟିଏମ ବ୍ୟବହାର କରି ଦିପ୍ତୀଙ୍କୁ ଦଳରେ ସାମିଲ କରିଛି ।

ଦୀପ୍ତି ଶର୍ମା WPL 2026 ମୂଲ୍ୟ

୩ କୋଟି ୨୦ ଲକ୍ଷ ଟଙ୍କା (ୟୁପି ୱାରିୟର୍ସ)।

ମାର୍କି ରାଉଣ୍ଡରେ ବିକ୍ରି ହୋଇଥିବା ଖେଳାଳି ଏବଂ ସେମାନଙ୍କର ମୂଲ୍ୟ:ସୋଫି ଡିଭାଇନ୍ – ୨ କୋଟି ଟଙ୍କା (ଗୁଜୁରାଟ ଜାଏଣ୍ଟସ୍)ଦୀପ୍ତି ଶର୍ମା – ୩.୨ କୋଟି ଟଙ୍କା (ୟୁପି ୱାରିୟର୍ସ)ଆମେଲିଆ କେର - ୩ କୋଟି ଟଙ୍କା (ମୁମ୍ବାଇ ଇଣ୍ଡିଆନ୍ସ)ରେଣୁକା ସିଂହ - ୬୦ ଲକ୍ଷ (ଗୁଜୁରାଟ ଜାଏଣ୍ଟସ୍)ସୋଫି ଏକ୍ଲେଷ୍ଟୋନ୍ – ୮୫ ଲକ୍ଷ (ୟୁପି ୱାରିୟର୍ସ)ମେଗ୍ ଲାନିଙ୍ଗ୍ – ୧.୯ କୋଟି (ୟୁପି ୱାରିୟର୍ସ)ଲୌରା ୱୋଲଭାର୍ଡ - ୧.୧ କୋଟି (ଦିଲ୍ଲୀ କ୍ୟାପିଟାଲ୍ସ)

ୟୁପି ୱାରିୟର୍ସ ମାର୍କି ରାଉଣ୍ଡରେ ତିନି ଜଣ ଖେଳାଳିଙ୍କୁ କିଣିଛି । ଯେଉଁଥିରେ ଦୀପ୍ତି ଶର୍ମା (୩.୨ କୋଟି ଟଙ୍କା), ସୋଫି ଏକ୍ଲେଷ୍ଟୋନ୍ (୮.୫ ନିୟୁତ ଟଙ୍କା) ଏବଂ ମେଗ୍ ଲାନିଙ୍ଗ୍ (୧.୯ କୋଟି ଟଙ୍କା) ସାମିଲ । ଏହି ରାଉଣ୍ଡରେ ଗୁଜରାଟ ଜାଏଣ୍ଟସ୍ ଦୁଇ ଜଣ ଖେଳାଳି (ସୋଫି ଡିଭାଇନ୍ ଏବଂ ରେଣୁକା ସିଂହ)ଙ୍କୁ ଦଳରେ ସାମିଲ କରିଛି।