'ଅପରେସନ ସିନ୍ଦୂର'ରେ ବାହାର ଦେଶ ମଧ୍ୟସ୍ତତା କରିନଥିଲେ, ଚୀନର ଦାବି ଉପରେ ଜବାବ ଦେଲା ଭାରତ

NEWS7
after-kim-reappeared-north-korea-solders-fire-shots-to-s-korea-border

ନୂଆଦିଲ୍ଲୀ, ୩୧/୧୨ : ପହଲଗାମ୍ ଆକ୍ରମଣ ପରେ ଭାରତ କରିଥିଲା ଏୟାରଷ୍ଚ୍ରାଇକ୍ । ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ କରିଥିଲା ଧ୍ୱଂସ । ପାକ୍ ସୀମାରେ ପଶି ଆତଙ୍କବାଦୀଙ୍କୁ ମାରିଥିଲା ବ୍ରହ୍ମୋସ୍ ମିସାଇଲ୍ । ଯାହା ପରେ ପାକିସ୍ତାନ ମଧ୍ୟ ଡ୍ରୋନ୍ ଆକ୍ରମଣ କରିଥିଲା । ଉଭୟ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିଲା । ଲଗାତାର ଚାଲିଥିଲା ମିସାଇଲ ଏବଂ ଡ୍ରୋନ୍ ଆଟାକ୍ । ତେବେ ଉଭୟ ଦେଶର ଯୁଦ୍ଧକୁ ବନ୍ଦ କରିଥିବା ଦାବି କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଭାରତ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି ଆସିଛି । ଯୁଦ୍ଧ ବନ୍ଦ ପାଇଁ କୌଣସି ତୃତୀୟ ପକ୍ଷର ହାତ ନଥିବା ଭାରତ ସରକାରଙ୍କ ସୂତ୍ରରୂ ଜଣାପଡିଛି ।

ରିପୋର୍ଟ ଅନୁସାରେ, ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଶେଷରେ ଅସ୍ତ୍ରବିରତି ହୋଇଥିଲା । ଏଥିରେ ଟ୍ରମ୍ପ ନିଜକୁ କ୍ରେଡିଟ୍ ଦେଉଛନ୍ତି । ଭାରତ ସରକାରଙ୍କ ସୂତ୍ରାନୁସାରେ, ଇସଲାମାବାଦ ପ୍ରଥମେ ଯୁଦ୍ଧ ବନ୍ଦ ପାଇଁ ଅନୁରୋଧ କରିଥିଲା । କୌଣସି ତୃତୀୟ ପକ୍ଷ ଏଥିରେ ହସ୍ତକ୍ଷେପ କରିନଥିଲେ ।

ତେବେ ସରକାରୀ ସୂତ୍ରର ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଟ୍ରମ୍ପଙ୍କ ସ୍ୱର ସହ ସ୍ୱର ମିଶାଇଛି ଚାଇନା । ଚାଇନା ହିଁ ମେ ମାସରେ ଭାରତ ପାକିସ୍ତାନ ଯୁଦ୍ଧ ରୋକିବାକୁ ମଧ୍ୟସ୍ତତା କରିଥିବା ସେଠାକାର ବୈଦେଶିକ ମନ୍ତ୍ରୀ କହିଥିଲେ । ତେବେ ସୂତ୍ରରୁ ଜଣା ପଡିଛି ଯେ, କୌଣସି ଦେଶ ଯୁଦ୍ଧ ବନ୍ଦ ପାଇଁ ଭାରତ ଉପରେ ଚାପ ପକାଇନଥିଲେ । ଏପରିକି ହସ୍ତକ୍ଷେପ ମଧ୍ୟ କରିନଥିଲେ । ପାକିସ୍ତାନ ଭାରତର ଡିଜିଏମଓଙ୍କୁ ଯୁଦ୍ଧ ରୋକିବାକୁ ନିବେଦନ କରିଥିଲା ।

ଚାଇନାର ଦାବି

ଟ୍ରମ୍ପଙ୍କ ଭଳି ଡ୍ରାଗନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ୍ ଓ୍ୱି ଦାବି କରିଥିଲେ ଯେ. ଭାରତ-ପାକିସ୍ତାନ, କମ୍ବୋଡିଆ-ଥାଇଲାଣ୍ଡ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଚୀନର ହାତ ରହିଛି । ଚଳିତ ବର୍ଷ ଅନେକ ଜାଗାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯ।ହାକୁ ରୋକିବା ପଛରେ ଚୀନର ହାତ ରହିଥିଲା ।

ଭାରତର ସମାନ ବୟାନ

ଭାରତ ସଦାବେଳେ କହିଥାଏ ଯେ, ମେ ୭ରୁ ଆରମ୍ଭ ହୋଇଥିବା ଉଭୟ ଦେଶ ମଧ୍ୟରେ ଉତ୍ତେଜନାର ସମାଧାନ ହୋଇଥିଲା । ପାକିସ୍ତାନୀ ସେନା ଭାରତର ଡିଜିଏମଓଙ୍କୁ ଯୁଦ୍ଧ ରୋକିବାକୁ ଅନୁରୋଧ କରିଥିଲେ । କୌଣସି ତୃତୀୟ ପକ୍ଷ ଏଥିରେ ସାମିଲ ନଥିଲେ । ସିଧାସଳଖ ଦୁଇ ଦେଶ ଆଲୋଚନା କରିଥିଲେ । ଏହାପରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ।